ଓଡିଶା
କେତେ ସ୍ମାର୍ଟ ହେଲା ଭୁବନେଶ୍ବର? ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି
ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି। ଏବେ କେବଳ ନିର୍ମାଣାଧୀନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଏହାଦ୍ବାରା ଭୁବନେଶ୍ବର କେତେ ସ୍ମାର୍ଟ ହୋଇଛି, ସେ ପ୍ରଶ୍ନ ପଚାରିବାର ସମୟ ଆସିଛି। ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପ୍ରକଳ୍ପ ବନ୍ଦ ହେବାକୁ ଆଉ ୬ ମାସ ବାକି। ଏବେ କେବଳ ନିର୍ମାଣାଧୀନ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ ରହିଛି। ତେଣୁ ଏହାଦ୍ବାରା ଭୁବନେଶ୍ବର କେତେ […]
ଅଜୟ କୁମାର ଓ ଶରତ ପଟ୍ଟନାୟକଙ୍କ ସମେତ ୩ କଂଗ୍ରେସ ନେତାଙ୍କ ନାମରେ ଠକେଇ ମାମଲା
ନିର୍ବାଚନ ପରେ ଦେଉ ନାହାନ୍ତି ବାକି କୋଟିଏ ୪୨ ଲକ୍ଷ ଟଙ୍କା ୨୦୨୪ ସାଧାରଣ ନିର୍ବାଚନ ସମୟରେ ଗାଡ଼ିରେ ଏଲଇଡି ଟିଭିରେ କଂଗ୍ରେସର ଦଳୀୟ ପ୍ରଚାର ପାଇଁ ୧କୋଟି ୫୦ ଲକ୍ଷ ଟଙ୍କାର ଡିଲ୍ କଲେ। ଏଥିପାଇଁ ଆଗୁଆ ୮ ଲକ୍ଷ ଟଙ୍କା ମଧ୍ୟ ଦେଲେ। କିନ୍ତୁ ନିର୍ବାଚନ ପରେ ଆଉ ଟଙ୍କା ଦେଉନାହାନ୍ତି କଂଗ୍ରେସ ନେତା। ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ୨୦୨୪ ସାଧାରଣ ନିର୍ବାଚନ ସମୟରେ ଗାଡ଼ିରେ ଏଲଇଡି ଟିଭିରେ କଂଗ୍ରେସର ଦଳୀୟ ପ୍ରଚାର […]
ମଣିଷ ଖପୁରୀ ସହ ଦାନ୍ତ ଓ ହାଡ଼ ଉଦ୍ଧାର
ହତ୍ୟା ସନ୍ଦେହରେ ସ୍ୱାମୀ ଓ ଦିଅର ଅଟକ ସୁଭଦ୍ରା ଯୋଜନା ଆବେଦନ କରିବାକୁ ଯାଇ ଫେରି ନ ଥିଲେ ମା’ ଝିଅ ! ଭଦ୍ରକ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଏକ ନାଳ ପାଖରୁ ମଣିଷ ଖପୁରୀ ଉଦ୍ଧାର ହୋଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଖପୁରୀ ସହ ଦାନ୍ତ ଓ ହାଡ଼ ମଧ୍ୟ ଉଦ୍ଧାର ହୋଇଛି। ପ୍ରାୟ ୧୫ ଦିନ ହେବ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଓ […]
ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ:୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ
ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅକ୍ଟୋବର ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି… ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ଆସନ୍ତା ଅକ୍ଟୋବର ୨୦ରେ ଉତ୍ତର ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଅକ୍ଟୋବର ୨୨ରେ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି।ପରବର୍ତ୍ତୀ ସମୟରେ ଲଘୁଚାପ […]
ଶୁଦ୍ଧ ଦେଶୀ ଗାଈ ଘିଅରେ ମହାପ୍ରସାଦର ପ୍ରସ୍ତୁତି ହେବ !
ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ପୁରୀ/ଭୁବନେଶ୍ୱର ୧୭-୧୦-୨୦୨୪ (ପିପିଏସ) : ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରରେ ବ୍ୟବସ୍ଥାକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି। ଭକ୍ତଙ୍କ ପାଇଁ ଚାରିଦ୍ବାର ଖୋଲାଯିବା, ରତ୍ନଭଣ୍ଡାର ଖୋଲାଯିବା ପରେ ଏବେ ମହାପ୍ରସାଦର ପ୍ରସ୍ତୁତ କେବଳ ଖାଣ୍ଟି ଦେଶୀ ଗୁଆଘିଅରେ କରାଯିବାକୁ ଦାବି ହୋଇଛି। ଏନେଇ ସୁଆର ସେବାୟତ ସଂଘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଗତକାଲି ଏକ ଚିଠି ଲେଖିଛନ୍ତି। […]
କଂପାନି ଗିଳୁଛି ଚାଷ ଜମି, ପ୍ରଶାସନ ନିରବ !
ଜଗତସିଂହପୁର,୧୬-୧୦-୨୦୨୪(ପିପିଏସ) : ପ୍ରଶାସନ ଓ କଂପାନିର ମଧୁଚନ୍ଦ୍ରିକା ଭିତରେ ବଳି ପଡ଼ିଛି କି ଚାଷୀ ? ଚାଷ ଜମିକୁ ଗିଳି ଚାଲିଛି ଶିଳ୍ପ, ନ୍ୟାୟ ପାଇଁ ପାଟି କରୁଛି ଚାଷୀ ହେଲେ ପ୍ରଶାସନ ନିରବ। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଗପାଳ ପଞ୍ଚାୟତରେ ଥିବା “ଟେକ୍ନିମଣ୍ଟ” କମ୍ପାନି ବିରୋଧରେ ଆସିଛି ଏଭଳି ସଂଗୀନ ଅଭିଯୋଗ । ଚାଷ ଜମି ଉପରେ ଶିଳ୍ପ ଛିଡ଼ା ହୋଇଥିବାରୁ ବ୍ୟାପକ ଚାଷ ନଷ୍ଟ ହେଉଥିବା ଅଭିଯୋଗ ଆଣିଛନ୍ତି ଚାଷୀ। ତେବେ ଏ […]
ଗଜପତିରେ ଅଭାବୀ ବର୍ଷା : ଚିନ୍ତାରେ ରହିଛନ୍ତି ଚାଷୀ
ପାରଳାଖେମୁଣ୍ଡି,ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଗଜପତି ଜିଲାରେ ଅଭାବୀ ବର୍ଷା ଯୋଗୁ ଚିନ୍ତାରେ ରହିଛନ୍ତି ଚାଷୀ। କ୍ଷେତରେ ଧାନ ଗର୍ଭରେ ଥିବା ବେଳେ ଆଉ କିଛି ଧାନ ଗଛ ଅଳ୍ପ ଅଳ୍ପ ଧାନ ଛାଡୁଛି। ଏହି ସମୟରେ ବହୁ ପରିମାଣର ପାଣିର ଆବଶ୍ୟକତା ରହିଛି । ହେଲେ ବର୍ଷା ଅଭାବ ଯୋଗୁ ଜଳାଶୟ ଗୁଡିକ ଶୁଖିବାରେ ଲାଗିଛି । ଏପରି ସ୍ଥଳେ ଚାଷୀ ଦିନ ଓ ରାତି କ୍ଷେତକୁ ପାଣି ଯୋଗାଇବାକୁ ପାଣି ଉତ୍ସ ଥିବା ସ୍ଥାନରୁ ପାଣି […]
ସାଇବର ଥୋପ
ସାଇବର ଥୋପ ଟ୍ରେଡିଂ ଆପ୍ ଠକେଇ ହ୍ରାସ ପାଇବା ନାଁ ନେଉନାହିଁ। ରାଜଧାନୀରୁ ପୁଣି ଏକ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ୨କୋଟି ୪୩ଲକ୍ଷ ଟଙ୍କାର ଲାଭ ପାଇବାର ଥୋପ ଦେଖାଇ ସାଇବର ଠକ ରୢାକେଟ୍ ଜଣେ ବ୍ୟବସାୟୀଙ୍କୁ ୭୩ ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି। ଭୁବନେଶ୍ୱର ୧୬-୧୦-୨୦୨୪(ପିପିଏସ) : ଟ୍ରେଡିଂ ଆପ୍ ଠକେଇ ହ୍ରାସ ପାଇବା ନାଁ ନେଉନାହିଁ। ରାଜଧାନୀରୁ ପୁଣି ଏକ ବଡ଼ଧରଣର ଠକେଇ ଅଭିଯୋଗ ଆସିଛି। ୨କୋଟି ୪୩ଲକ୍ଷ ଟଙ୍କାର ଲାଭ ପାଇବାର […]
ସାକାର ହେବ ଗ୍ରୀଡ଼ ନିର୍ମାଣ
ଟିଟିଲାଗଡ଼,୧୬-୧୦-୨୦୨୪(ପିପିଏସ) : ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ରେ ବିଦ୍ୟୁତ ଗୁଲ, ବିଦ୍ୟୁତ କାଟ ନେଇ ଅନେକ ଆନ୍ଦୋଳନସହ ମାମଲା ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଛି l ହେଲେ ଏହାର ସମାଧାନ କେବେ ହୋଇପାରିନାହିଁ l ଦୀର୍ଘ ୨୪ ବର୍ଷ ଧରି ଶାସନ ଗାଦିରେ ରହିଥିବା ବିଜେଡ଼ି ସରକାର ଟିଟିଲାଗଡ଼ ଠାରେ ଏକ ୧୩୨/୩୩ କେଭି ବିଦ୍ୟୁତ ଗ୍ରୀଡ଼ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ଦାବିକୁ ଅଣଶୁଣା କରିଥିବା ଅଭିଯୋଗ ହୋଇଛି l ତେବେ ରାଜ୍ୟରେ ନୂତନ ଭାବରେ ବିଜେପି […]
ସ୍ମାର୍ଟ ହେବ କଟକ
କଟକ,୧୬-୧୦-୨୦୨୪(ପିପିଏସ) : ରାଜ୍ୟରେ ସ୍ମାର୍ଟସିଟି ସଂଖ୍ୟା ବଢ଼ିବ। ଭୁବଶ୍ବେର ଓ ରାଉରକେଲା ପରେ କଟକ ମଧ୍ୟ ସ୍ମାର୍ଟସିଟି ତାଲିକାରେ ଯୋଡ଼ି ହେବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଗସ୍ତରେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆଗାମୀ ଦିନରେ କଟକ ସହର ସ୍ମାର୍ଟସିଟିରେ ପରିଣତ ହେବ। ଐତିହାସିକ କଟକକୁ ସ୍ମାର୍ଟସିଟି କରିବା ଦିଗରେ ସରକାର ସଚେତନ ଅଛନ୍ତି। ସେହିପରି କଟକ ସହରକୁ ସ୍ମାର୍ଟ କରିବା ପାଇଁ ବହୁଦିନରୁ ଦାବି […]
