ପ୍ରମୁଖ ଖବର
ଭାରତର ବାଘ ମଣିଷ
ମନୁଷ୍ୟ ଓ ବାଘ ଭଳି ହିଂସ୍ର ପ୍ରାଣୀ ମଧ୍ୟରେ ବନ୍ଧୁତା ଅତି ବିରଳ। ତାହା ପୁଣି ଦୀର୍ଘସ୍ଥାୟୀ ନୁହେଁ। କିନ୍ତୁ, ଓଡ଼ିଶାର ବନ ଅଧିକାରୀ ସରୋଜ ଚୌଧୁରୀ ଓ ବାଘୁଣୀ ଖଇରୀ ମଧ୍ୟରେ ବନ୍ଧୁତା ଥିଲା ନିବିଡ଼ ଓ ସ୍ଥାୟୀ। ଦେଶରେ ବାଘ ବଂଶ ତିଷ୍ଠି ରହିବା ଏବଂ ବୃଦ୍ଧି ଘଟିବା କ୍ଷେତ୍ରରେ ପ୍ରାରମ୍ଭିକ ପର୍ଯ୍ୟାୟରେ କେତେଜଣ ବନ ଅଧିକାରୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ‘ବାଘ ମଣିଷ’ ନାମରେ ଖ୍ୟାତ ଏଭଳି ତିନିଜଣ ବିରଳ ବନ୍ୟପ୍ରାଣୀ […]
ପୋତି ହୋଇଯାଉଛି ଇନ୍ଦ୍ରାବତୀ ଡ୍ୟାମ୍
ଜଳଭଣ୍ଡାର ଭିତରକୁ ଆସୁଛି ୪ ନଦୀର ମାଟି,ପଙ୍କ କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଦିନକୁ ଦିନ ପୋତି ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ୧୫ ବର୍ଷ ତଳେ ଡ୍ୟାମ୍ ନିରାପତ୍ତା ସମୀକ୍ଷା ପ୍ୟାନେଲ୍ ଦେଇଥିବା ରିପୋର୍ଟକୁ କର୍ତ୍ତୃପକ୍ଷ ଅଣଦେଖା କରିଚାଲିଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଭବାନୀପାଟଣା,ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : କଳାହାଣ୍ଡି ଜିଲ୍ଲାର ଜୀବନରେଖା ଇନ୍ଦ୍ରାବତୀ ଜଳଭଣ୍ଡାର ଦିନକୁ ଦିନ ପୋତି ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ୧୫ ବର୍ଷ ତଳେ ଡ୍ୟାମ୍ ନିରାପତ୍ତା […]
ଡିଜିଟାଲ୍ ପ୍ରଦୂଷଣ
ଆଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍ନେଟ୍, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍ ଷ୍ଟୋର୍, ଯୁବକମାନଙ୍କର ବୃତ୍ତିଗତ ଆବଶ୍ୟକତା, ପ୍ରୌଢ଼ତାର ସମ୍ପର୍କର ଡୋର.. ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ଆଜିର ଅତ୍ୟାଧୁନିକ ଯୁଗରେ ସଭିଏଁ ଇଣ୍ଟର୍ନେଟ୍, ସାମାଜିକ ଗଣମାଧ୍ୟମ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଏକପ୍ରକାରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଅଧୁନା ଡିଜିଟାଲ୍ ବିଶ୍ବ ଶୈଶବର ଖେଳସାଥୀ, କୈଶୋରର ଫ୍ୟାସନ୍ ଷ୍ଟୋର୍, ଯୁବକମାନଙ୍କର […]
ହାଇଆଲର୍ଟରେ କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର
ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରେଡ୍ ଜୋନ୍ରେ ଥିବା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କଟକ/ରାଜନଗର/କେନ୍ଦ୍ରାପଡ଼ା/ଜଗତସିଂହପୁର,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ରେଡ୍ ଜୋନ୍ରେ ଥିବା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ନିଆଳି, କଣ୍ଟାପଡ଼ା ତଥା ବିଭିନ୍ନ […]
ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ
କଟକ,୨୩-୧୦-୨୦୨୪(ପିପିଏସ ) : ବାତ୍ୟା ପାଇଁ ହାଇକୋର୍ଟ ୨ ଦିନ ବନ୍ଦ ରହିବ । ବାତ୍ୟା ‘ଦାନା’କୁ ନଜରରେ ରଖି ୨୪ ଓ ୨୫ ତାରିଖ ଦୁଇ ଦିନ ହାଇକୋର୍ଟ ବନ୍ଦ ରହିବ । ଏଥିପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ ତାରିଖ ଶନିବାର କୋର୍ଟ ଖୋଲାରହିବ ।
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ
ବାରିପଦା/ଭୁବନେଶ୍ୱର ୨୩-୧୦-୨୦୨୪(ପିପିଏସ ) : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଓ ବିକଶିତ ଭାରତ ଅଭିଯାନର ମିଳିତ ସହଯୋଗରେ ଉଦ୍ୟମିତା ପ୍ରୋତ୍ସାହନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନ ରେ ଏବଂ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଅଖିଳ ଭାରତୀୟ ସଂଘର୍ଷ ବାହିନୀ ପ୍ରମୁଖ ଅର୍ଣ୍ଣଦା ଶଙ୍କର ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ କରି ଶିକ୍ଷିତ ବ୍ୟକ୍ତିର […]
ବାତ୍ୟା ‘ଦାନା’ପାଇଁ ପାରାଦୀପରେ ଶିଳ୍ପ ମନ୍ତ୍ରୀ ଙ୍କ ପ୍ରାକ ପ୍ରସ୍ତୁତି ବୈଠକ
ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ବାତ୍ୟାରେ ଜିଲ୍ଲାର ପ୍ରାୟ ୮୮ ହଜାର ଲୋକ ପ୍ରଭାବିତ ହେବାର ଆଶଙ୍କା ପାରାଦୀପ,୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା “ଦାନା”କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଏବଂ ବୃହତ୍ ଶିଳ୍ପ ଗୁଡିକର ପଦାଧୂକାରୀ ମାନଙ୍କୁ ନେଇ ଆଜି ପାରାଦ୍ବୀପ ସ୍ୱତନ୍ତ୍ର ସର୍କିଟ ହାଉସ ଠାରେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକରେ ପାରାଦୀପ ବିଧାୟକ ତଥା ରାଜ୍ୟ ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ […]
ମାଡି ଆସୁଛି ବାତ୍ୟା, “ଦାନା “
ନେଇଯିବ କି ଚାଷୀଙ୍କ ଦାନା ଅଧା ପାଚିଲା ଫସଲ କୁ ଆଣିଲେ କିଛି ଚାଷୀ। ଅସ୍ତରଙ୍ଗ,୨୩-୧୦-୨୦୨୪(ପିପିଏସ ) : ଦାନା ମାଡି ଆସୁଛି। ଚାଷୀଙ୍କ ବର୍ଷକର ଦାନା ଛଡାଇନେବ। ସମ୍ଭାବ୍ୟ ବାତ୍ୟା ଦାନା ଭୟରେ ଭୟଭୀତ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳର ଚାଷୀକୂଳ। ଦାନା ଉଜାଡିବ ନେବ କି ସହ ସହ ହେକ୍ଟର ଜମିର ଫସଲ। ଏବେ ଦାନା ଚିନ୍ତାରେ ଅସ୍ତରଙ୍ଗ ବ୍ଲକ ବେଗୁନିଆବସ୍ତ, ନଈଗୁଆଁ, କେନ୍ଦ୍ରାପଟି, ଛୁରିଆନା, ପାଟଳଦା, ଅନନ୍ତା ଏମିତି କେତେ କେତେ […]
ବାତ୍ୟା ‘ଦାନା’ର ପ୍ରାଶାସନିକ ପ୍ରସ୍ତୁତି ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ
ଧାମନଗର ୨୩-୧୦-୨୦୨୪(ପିପିଏସ ) : ସମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଧାମନଗର ବିଧାୟକ ତଥା ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବସେବା ଏବଂ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକ ପଞ୍ଚାୟତ ସେମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସମ୍ଭାବ୍ୟ ବାତ୍ୟା ଦାନାକୁ ନଜର ରଖି ପର୍ଯ୍ୟାପ୍ତ ପରିମାଣରେ ସରକାରୀ ଡାକ୍ତରଖାନାରେ ବିଭିନ୍ନ ପ୍ରକାର ଔଷଧ, ସାପକାମୁଡା ଇଞ୍ଜେକ୍ସନ୍, ଓଆରଏସ୍ଏସ୍, ବ୍ଲିଚିଂ ପାଉଡର […]
ସମ୍ଭାବ୍ୟ ବାତ୍ୟା ‘ ଦାନା ‘ ଛଡ଼ାଇ ନେବକି ଦାନା ?ସଜାଗ ଜିଲ୍ଲା ପ୍ରଶାସନ
ଜଗତସିଂହପୁର,୨୩-୧୦-୨୦୨୪(ପିପିଏସ ) : ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟା ର ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ଯାହାଫଳରେ ଜଗତସିଂହପୁର ଜିଲ୍ଲାରେ ୨୪ଓ ୨୫ ତାରିଖ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସହ ୧୧୦ ରୁ ୧୨୦ କି .ମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହି ବାତ୍ୟା ପରିସ୍ଥିତି ସମୀକ୍ଷା ନିମନ୍ତେ ଆଜି ପୂର୍ବାହ୍ନ ରେ ପାରାଦ୍ୱୀପ ସ୍ପେଶାଲ ସର୍କିଟ ହାଉସ ଠାରେ ମାନ୍ୟବର ମନ୍ତ୍ରୀ, […]