ଲଘୁଚାପ ଜନିତ ଲଗାଣ ବର୍ଷା, ପନିପରିବା ଫସଲ ନଷ୍ଟ, ବଜାରରେ ପରିବା ଦର ଆକାଶ ଛୁଆଁ
1 min read

ଲଘୁଚାପ ଜନିତ ଲଗାଣ ବର୍ଷା, ପନିପରିବା ଫସଲ ନଷ୍ଟ, ବଜାରରେ ପରିବା ଦର ଆକାଶ ଛୁଆଁ

ଭାପୁର, ୨୮/୭(ପିପିଏସ): ଲଗୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପନି ପରିବା ଫସଲ ସବୁ ନଷ୍ଟ ହୋଇଯାଇଛି। ଆଜକୁ ପ୍ରାୟ ୧୨ ଦିନରୁ ଉର୍ଦ୍ଧ ହେବ ପ୍ରତ୍ୟେକ ଦିନ ନୟାଗଡ ଜିଲ୍ଲା ଭାପୁର ବ୍ଳକ ଅଞ୍ଚଳରେ ବର୍ଷା ହେଉଥିବା ବେଳେ ସୋମବାର ରାତିରୁ ଲଗାତର ଭାବେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି।

ଲୋକମାନେ ବର୍ଷାରେ ଘରୁ ବାହାରକୁ ବାହାରୁ ନଥିବା ବେଳେ ଯୁଆଡେ ଚାହିଁବ ଖାଲି ଜଳମୟ। ଲଗାଣ ବର୍ଷା ଯୋଗୁ ପନିପରିବା ଫସଲ ଯଥା -ଝୁଡ଼ଙ୍ଗ, ବାଇଗଣ, ଭେଣ୍ଡି, ଗୁଆଁର, କଲରା, କାକୁଡି, ଜହ୍ନି, କଞ୍ଚା ଲଙ୍କା, କାଙ୍କଡ଼, ପୋଟଳ, ଟମାଟୋ ଆଦି ପନି ପରିବା ଫସଲ ସବୁ ନଷ୍ଟ ହୋଇଯାଇଛି। ଯାହାଫଳରେ ଚାଷୀର ମେରୁଦଣ୍ଡ ଭାଙ୍ଗିଯାଇଛି. ପନି ପରିବା ଫସଲ ନଷ୍ଟ ହୋଇଯାଇଥିବାରୁ ଏହାର ସିଧା ପ୍ରଭାବ ପରିବା ବଜାରରେ ପଡିଛି। ଏପରିକି ପରିବା ମାର୍କେଟରେ ପରିବା ଦର ଆକାଶ ଛୁଆଁ ହୋଇଯାଇଛି।

ବଜାରରେ ଆଳୁ ବ୍ୟତୀତ ପିଆଜ କିଲ ୪୦, ବାଇଗଣ କିଲ ୭୦, ଟମାଟ ୭୦, ଭେଣ୍ଡି ୫୦, ଝୁଡ଼ଙ୍ଗ ୬୦, ଜହ୍ନି ୬୦, ପୋଟଳ ୭୦, କାଙ୍କଡ଼ -୧୦୦ ଟଙ୍କା ରହିଛି. ଯାହାଫଳରେ ଏହାର ପ୍ରଭାବ ସିଧାସଳଖ ଗରିବ ଖଟିଖିଆ ମଜୁରିଆ ଓ ମଧ୍ୟମିତ ପରିବାର ଉପରେ ପଡ଼ିଛି।

Leave a Reply

Your email address will not be published. Required fields are marked *