କୁନି ସେଠୀ କୁ ଭଗବାନ ସାହା
1 min read

କୁନି ସେଠୀ କୁ ଭଗବାନ ସାହା

ନା ଅଛି ଭତ୍ତା ନା ଅଛି ଆବାସ |

ଭଦ୍ରକ ତା ୧/୪ (ପିପିଏସ )ରିପୋର୍ଟ :ରତିକାନ୍ତ ନାୟକ // ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ହସନାବାଦ ଗ୍ରାମପଞ୍ଚାୟତ ଅଧୀନ ପଙ୍ଗଟା ଗ୍ରାମ ସେଠୀ ସାହିର କୁନି ସେଠୀ, ବୟସ (୬୦)  ନିଜେ ଭିନ୍ନକ୍ଷମ, କାନକୁ କିଛି ଶୁଭୁନାହିଁ କି ସେ କିଛି କଥା ବୁଝି ପାରୁନାହାନ୍ତି।ସ୍ୱାମୀ – ଫୁସନ ସେଠୀ  ପାଞ୍ଚ ବର୍ଷ ହେଲା (ମୃତ)।ପୁତ୍ର କାର୍ତ୍ତିକ ସେଠୀ ସେ ବି ଭିନ୍ନକ୍ଷମ। ସ୍ୱାମୀ ମରିବାକୁ ପାଞ୍ଚ ବର୍ଷ ବିତି ଥିଲେ ବି ନାହିଁ ବିଧବା ଭତ୍ତା, ୬୦ ବର୍ଷ ପୁରି ଥିଲେ ବି ନାହିଁ ବାର୍ଦ୍ଧକ୍ୟ ଭତ୍ତା ଏବଂ ଭିନ୍ନକ୍ଷମ ଥିଲେ ବି ମିଳୁନି ଭିନ୍ନକ୍ଷମ ଭତ୍ତା ।ଭଙ୍ଗା ଦଦରା କଚ୍ଚା ଚାଳ ଘର ଟିଏ କିନ୍ତୁ ମିଳିନି ସରକାରୀ ଆବାସ।ଅର୍ଥ ଅଭାବରୁ ଘର ଖଣ୍ଡକ ଛାଉଣି କରିପାରିନାହାନ୍ତି ତେଣୁ ଭାଙ୍ଗି ଗଲାଣି ଘର, ଖସି ପଡ଼ିଲାଣି କାନ୍ଥ। ବୟସ ର ଅପରାହ୍ନ ରେ ପହଞ୍ଚିଲେଣି ମାତ୍ର ଜଣେ ସାଧାରଣ ମଣିଷକୁ ଯାହା ସବୁ ମୌଳିକ ଆବଶ୍ୟକତା ମଧ୍ୟରେ ଅନ୍ତର୍ଭୁକ୍ତ ବାସ ଗୃହ ଟି ବହୁ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ସେହି ବାସଗୃହ ଟି କୁନି ସେଠୀ ଙ୍କ ନିକଟରେ ନାହିଁ। ପୁଅ ଭିନ୍ନକ୍ଷମ ଓ ସ୍ବାମୀ ଆରପାରି ରେ ଥିବାରୁ ତାଙ୍କ ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ଦୁଇ ଓଳି ଦୁଇ ମୁଠା ଖାଇବା ତାଙ୍କ ପକ୍ଷେ କଷ୍ଟକର ହେଉ ଥିବା ବେଳେ ସରକାରୀ ବାବୁ ଙ୍କୁ ହାତ ଗୁଞ୍ଜା କେମିତି ଦେବେ? ସେଥିପାଇଁ ଆବାସ ଖଣ୍ଡିକ କେବଳ ସ୍ବପ୍ନ ରେ ସୀମିତ ହୋଇ ରହି ଯାଇଚି। ଘର ର ଦୂରାବସ୍ଥା ଏତେ ଯେ ରାତିରେ ଚନ୍ଦ୍ର ଆଉ ଦିନ ରେ ସୁରୂଜ ଚାଳ ଛପର ରୁ ଦିଶୁଛି। ପୁଣି ସେତିକି ରେ ସରିଯାଇନି କୁନି ସେଠୀ ଙ୍କ ଦୁଃଖ, ଜୀବନ ର ଶେଷ ସୋପାନ ରେ ପହଞ୍ଚି ଥିଲେମଧ୍ୟ ଏଯାଏଁ ବାର୍ଦ୍ଧକ୍ୟ ଭତ୍ତା ମିଳି ପାରିନି। ବୋଝ ଉପରେ ଲଳିତା ବିଡା ପରି ପୁଣି ଭିନ୍ନକ୍ଷମ ପୁଅ ର ଭାର ତାଙ୍କ ଜୀବନ କୁ ଆହୁରି ଜଟିଳ କରୁଚୁ। ପ୍ରଶ୍ନ ଉଠୁଛି ସରକାର ଙ୍କ ମାଳମାଳ ଯୋଜନା ଜନ୍ମ ରୁ ମୃତ୍ୟୁ ଯାଏଁ କିନ୍ତୁ କୁନି ସେଠୀ ଙ୍କ ଭାଗ୍ୟ ରେ ତାହା ନାହିଁ।ଖୁବ୍ ଶୀଘ୍ର କୁନି ସେଠୀ ଙ୍କୁ ଖଣ୍ଡେ ଆବାସ ସହ ବାର୍ଦ୍ଧକ୍ୟ ଭତ୍ତା ର ସୁବିଧା କରିବାକୁ ସ୍ଥାନୀୟ ବାସି ଦାବି କରିଛନ୍ତି। ଆଗାମୀ ସମୟରେ ଏହା ନ ହେଲେ କୁନି ସେଠୀ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଧାରଣା ଦେବେ ବୋଲି ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *