ଐତିହ ଗଣଦୌଡ ଅନୁଷ୍ଠିତ|
କଟକ ତା ୦୫.୦୪.୦୨୫ ରିଖ : ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି କଟକ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା କ୍ରୀଡା ବିଭାଗ
ଆନୁକୂଲ୍ୟରେ ଏକ ଐତିହ୍ୟ ଗଣ ଦୌଡ ଅନୁଷ୍ଠିତ ହୋଇଯାଇଅଛି l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ ପତାକା ଦେଖାଇ
ଏହି ଗଣଦୌଡର ଶୁଭାରମ୍ଭ କରିଥିଲେ l ଓଡିଶାର ସଂସ୍କୃତି, ପରମ୍ପରା, ଓଡ଼ିଆ ଅସ୍ମିତା ତଥା ବିକଶିତ ଓଡିଶାର ସ୍ଵପ୍ନକୁ
ପୂରଣ କରିବା ନିମନ୍ତେ ସଚେତନତା ସୃଷ୍ଟି କରିବା ଏହି ଗଣଦୌଡର ମୁଖ୍ୟ ଉଦ୍ଦେଶ୍ୟ। ଜିଲ୍ଲା କ୍ରୀଡା ଅଧିକାରୀ ଶ୍ରୀ
ରଶ୍ମୀରଞ୍ଜନ ସାମନ୍ତରାୟ, ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୨୫୦ରୁ
ଉର୍ଦ୍ଧ ଛାତ୍ରଛାତ୍ରୀ ଏହି ଐତିହ୍ୟ ଗଣଦୌଡରେ ଅଂଶଗ୍ରହଣ କରିଥିଲେ । ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ
ଆରମ୍ଭ ହୋଇଥିବା ଏହି ଗଣଦୌଡ ଗଡଖାଇ, ବିଜୁ ପଟନାୟକ ଛକ ଦେଇ ଇଣ୍ଡୋର ଷ୍ଟାଡିୟମରେ ପହଞ୍ଚିଥିଲା l ଲୋକପ୍ରିୟ
ଅଭିନେତା ଶ୍ରୀତମ ଦାସ ଅତିଥି ଭାବେ ଯୋଗଦେଇ ଅଂଶଗ୍ରହଣକାରୀମାନଙ୍କ ମନୋବଳ ବୃଦ୍ଧି କରିଥିଲେ।
