କୃମି ଔଷଧ ଖାଇ ୬ଛାତ୍ରୀ ଗୁରୁତର
1 min read

କୃମି ଔଷଧ ଖାଇ ୬ଛାତ୍ରୀ ଗୁରୁତର

ବାଲେଶ୍ବର/ଭୁବନେଶ୍ୱର ୧୦-୦୨-୨୦୨୫(ପିପିଏସ ) : କୃମି ଔଷଧ ଖାଇ ୬ ଜଣ ଛାତ୍ରୀ ଗୁରୁତର ହୋଇ ଚିକିତ୍ସା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।ସୂଚନାଯୋଗ୍ୟ, ସୋମବାର ମଧ୍ୟାହ୍ନରେ କେଦାରପୁର ପଞ୍ଚାୟତ ଥାନେଶ୍ୱର ସ୍ଥିତ ବିଦ୍ୟାଳୟରେ ପିଲାମାନଙ୍କୁ କୃମି ଔଷଧ ଦିଆଯାଇଥିଲା।କୃମି ଔଷଧ ଖାଇବାର କିଛି ସମୟ ପରେ ୬ଜଣ ଛାତ୍ରୀ ବାନ୍ତି କରିବା ସହିତ ଅସୁସ୍ଥ ଅନୁଭବ କରିଥିଲେ। ପରିବାର ଲୋକେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *