ବାରବାଟୀ ଷ୍ଟାଡିୟମ ବାହାରେ ଡୁପ୍ଲିକେଟ୍ କୋହଲି: ସେଲ୍ଫି ନେବାକୁ ଲୋକଙ୍କ ଭିଡ
1 min read

ବାରବାଟୀ ଷ୍ଟାଡିୟମ ବାହାରେ ଡୁପ୍ଲିକେଟ୍ କୋହଲି: ସେଲ୍ଫି ନେବାକୁ ଲୋକଙ୍କ ଭିଡ

କଟକ ୦୯-୦୨-୨୦୨୫(ପିପିଏସ) : ଆଜି ବାରବାଟୀରୁ ସାରା ବିଶ୍ବ ଦେଖିବ ବଡ ଲଢେଇ । ଇଣ୍ଡିଆ-ଇଂଲଣ୍ଡ ୨ୟ ଦିନିକିଆ ଆଜି ଦମଦାର ହେବ ବୋଲି ଆଶା କରାଯାଉଛି । ବାରବାଟୀରେ ବିରାଟ ଲଢେଇ ଦେଖିବାକୁ ଅପେକ୍ଷା କରିଛନ୍ତି ଦର୍ଶକ । ରାଜ୍ୟ ତଥା ରାଜ୍ୟ ବାହାରୁ କ୍ରିକେଟ୍ ପ୍ରେମୀମାନେ ଆସି ବାରବାଟୀରେ ପହଞ୍ଚିଲେଣି । କିଏ ମୁହଁରେ ତ୍ରିରଙ୍ଗା ରଙ୍ଗ ମାରୁଛି ତ କିଏ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ମ୍ୟାଚ ଦେଖିବାକୁ ରେଡ୍ଡୀ ହୋଇ ରହିଛି । ସମସ୍ତେ ନିଜ ନିଜ ପ୍ରିୟ ଖେଳାଳିଙ୍କ ଝଲକ ପାଇବା ସହ ପଡିଆରେ ସେମାନଙ୍କ ଜଲୱା ଦେଖିବାକୁ ଅପେକ୍ଷା କରି ରହିଛନ୍ତି ଆଉ ଠିକ୍ ଏତିକି ବେଳେ ବାରବାଟୀ ଷ୍ଟାଡିୟମ ବାହାରେ ହଠାତ୍ ଲୋକଙ୍କ ଗହଳି ଲାଗିଗଲା…

ସମସ୍ତେ ଗୋଟିଏ ଜାଗାରେ ଭିଡ ଜମାଇଲେ । ପକେଟରୁ ଫୋନ୍ କାଢି ସେଲ୍ଫି ନେଉଥିଲେ… କିଏ କହୁଥିଲା ବିରାଟ୍ ଜି ପ୍ଲିଜ ଏକ ଫଟୋ ଦିଜିଏନା… ତ ପୁଣି କିଏ କହୁଥିଲା ପ୍ଲିଜ୍ ପ୍ଲିଜ ଏକ ସେଲ୍ଫି… ଗହଳିଠୁ ଦୂରରେ ଥିବା ଦର୍ଶକ ଭାବୁଥିଲେ ବାରବାଟୀରେ ହଠାତ୍ ଷ୍ଟାଡିୟମ ବାହାରକୁ ଚାଲି ଆସିଲେ କି ବିରାଟ୍ ? କିନ୍ତୁ ବୁଝୁ ବୁଝୁ ଜଣାପଡିଲା ସିଏ ବିରାଟ୍ ନଥିଲେ ଥିଲେ ବିରାଟଙ୍କ ନକଲ । ବିରାଟ କୋହଲିଙ୍କ ପରି ଅବିରଳ ନକଲ ଦିଶୁଥିବା ଜଣେ ଯୁବକ । ଯିଏ ମନାଲିରୁ ଆସିଛନ୍ତି । ସିଏ କୋହଲିଙ୍କ ଫ୍ୟାନ୍, ତାଙ୍କ ପାଇଁ ସେ ଏକ ଉପହାର ବି ଆଣିଛନ୍ତି ମାତ୍ର ଏଯାଏଁ ତାଙ୍କୁ ଟିକେଟ୍ ମିଳିନି ବୋଲି କହିଛନ୍ତି । 

Leave a Reply

Your email address will not be published. Required fields are marked *