ବାରବାଟୀ ଷ୍ଟାଡିୟମ୍‌ରେ ଅଭ୍ୟାସ କଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳି
1 min read

ବାରବାଟୀ ଷ୍ଟାଡିୟମ୍‌ରେ ଅଭ୍ୟାସ କଲେ ଭାରତୀୟ କ୍ରିକେଟ୍‌ ଟିମ୍‌ର ଖେଳାଳି

ଭୁବନେଶ୍ବର/କଟକ ୦୮-୦୨-୨୦୨୫(ପିପିଏସ ) : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଆଜି ଭାରତୀୟ ଖେଳାଳିମାନେ ଐତିହାସିକ ବାରବାଟୀ ଷ୍ଟାଡିୟମରେ ନେଟ୍‌ରେ ଅଭ୍ୟାସ କରିଛନ୍ତି। ଆସନ୍ତାକାଲିର ମହାମୁକାବିଲା ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ, ଯଶସ୍ବୀ ଜୟସ୍ବାଲ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି, ରବୀନ୍ଦ୍ର ଜାଦେଜା, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଓ ଅନ୍ୟ ଖେଳାଳିମାନେ ଅଭ୍ୟାସ କରିଛନ୍ତି। ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍‌ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଥିବାରୁ ଦଳର ଖେଳାଳିମାନେ ବହୁ ପରିଶ୍ରମ କରିଛନ୍ତି। ରନିଂ, ବ୍ୟାୟାମ ସହିତ ଝାଳ ବୁହାଇ ଷ୍ଟାଡିୟମ୍‌ର ସ୍ଥିତିକୁ ଅତି ନିକଟରୁ ପରଖିଛନ୍ତି।

publive-image

ଟିମ୍‌ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲି, କେଏଲ୍‌ ରାହୁଲ, ଯଶସ୍ବୀ ଜୟସ୍ବାଲ, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି, ରବୀନ୍ଦ୍ର ଜାଦେଜା, ଅର୍ଶଦୀପ ସିଂ, କୁଲଦୀପ ଯାଦବ ଓ ଅନ୍ୟ ଖେଳାଳିମାନେ ଅଭ୍ୟାସ କରିଛନ୍ତି।

ପିଚ୍‌କୁ ନେଇ ଚିନ୍ତାରେ କ୍ୟୁରେଟ୍‌ର

ବାରବାଟୀ ଷ୍ଟାଡିୟମରେ ଆସନ୍ତାକାଲିର ଦିବାରାତ୍ର ମ୍ୟାଚ୍‌ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଟିମ୍‌ ଆଜି ଅପରାହ୍‌ଣରେ ଭୁବନେଶ୍ବରସ୍ଥିତ ମେଫେୟାର ହୋଟେଲରୁ ଅଭ୍ୟାସ ପାଇଁ କଟକ ଅଭିମୁଖେ ବାହାରିଥିଲେ। ଖେଳାଳିମାନେ ଏକ ସ୍ବତନ୍ତ୍ର ବସ୍ ଯୋଗେ ବାହାରି ଥିଲେ। ଖେଳାଳିମାନେ ହୋଟେଲରୁ ବାହାରିବା ପୂର୍ବରୁ ଖେଳପ୍ରେମୀଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖାଯାଇଥିଲା। ହୋଟେଲ ସାମ୍ନାରେ ମଧ୍ୟ ଖେଳାଳିମାନଙ୍କୁ ଦେଖିବା ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।

ନାଗପୁରରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତ ବିଜୟ ହାସଲ କରିସାରିଛି। ତେଣୁ ଦ୍ବିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ଶୃଙ୍ଖଳାକୁ ୨-୦ରେ ଅଗ୍ରଣୀ ରହିବାକୁ ଚାହିଁବ। ଏଥି ପାଇଁ ଖେଳାଳିମାନେ ଆଜି ଜୋରଦାର ଅଭ୍ୟାସ କରିଛନ୍ତି। ଅନ୍ୟପଟରେ ‌ବାରବାଟୀରେ ଟିମ୍‌ ଇଣ୍ଡିଆର ଅଭ୍ୟାସ ଦେଖିବାକୁ ୨ଟି ଗ୍ୟାଲେରିରେ ପ୍ରବଳ ଖେଳପ୍ରେମୀଙ୍କୁ ଦେଖିବାକୁ ମିଳିଛି। ଆଜି କ୍ରିଡ଼ାପ୍ରେମୀଙ୍କ ପାଇଁ କିଛି ଗ୍ୟାଲେରିକୁ ଖୋଲି ଦିଆଯାଇଥିଲା, ଯେଉଁଠି ସେମାନେ ଉତ୍ସାହିତ ଦେଖାଯାଇଥିଲେ।  

Leave a Reply

Your email address will not be published. Required fields are marked *