ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ତିନି ଦିନିଆ କୋରାପୁଟ, ମାଲକାନଗିରି ଗସ୍ତରେ ଯିବେ ପ୍ରଭାତୀ ପରିଡ଼ା

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସନ୍ତାକାଲି ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ କୋରାପୁଟ ଜିଲ୍ଲା ମହୋତ୍ସବ “ପରବ ୨୦୨୪” ରେ ଯୋଗ ଦେବେ।

ମାଲକାନଗିରି/କୋରାପୁଟ/ଭୁବନେଶ୍ୱର ୧୭-୧୨-୨୦୨୪ (ପିପିଏସ ) : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସନ୍ତାକାଲି (ବୁଧବାର) ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ କୋରାପୁଟ ଜିଲ୍ଲା ମହୋତ୍ସବ “ପରବ ୨୦୨୪” ରେ ଯୋଗ ଦେବେ। ଏହା ସହ ଶ୍ରୀମତୀ ପରିଡ଼ା ଏହି ଦୁଇ ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ମିସନ ଶକ୍ତି ବିଭାଗର କାର୍ଯ୍ୟନ୍ୱୟନ ସମୀକ୍ଷା କରିବେ। ଏତଦ୍‌ ବ୍ୟତୀତ ସେ ଏହି ଦୁଇ ଜିଲ୍ଲାରେ ଥିବା ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡ଼ିକର ବିକାଶ କାର୍ଯ୍ୟକୁ ମଧ୍ୟ ସମୀକ୍ଷା କରିବେ।

publive-image
ea77f507-c57c-4df6-a51f-c7024349460c

ମୁଖ୍ୟମନ୍ତ୍ରୀ ‌ମୋହନ ଚରଣ ମାଝୀ ଗତ ୧୪ ଓ ୧୫ରେ କୋରାପୁଟ ଗସ୍ତ କରିଥିଲେ। ସେ ପରବ-୨୦୨୪ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଏକ କୃଷି ପ୍ରଧାନ କୋରାପୁଟ ଜିଲ୍ଲାର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ସେମିଳିଗୁଡ଼ାରେ ନୂଆ ଶିଳ୍ପାଞ୍ଚଳ ପ୍ରତିଷ୍ଠା ସହ ୬୦୦ କୋଟି ବ୍ୟୟରେ ନିର୍ମାଣ ହେବ ପ୍ଲାଏଉଡ୍‌ କାରଖାନା। ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ଅନୁଦାନର ଅଭାବ ରହିବ ନାହିଁ। ଜିଲ୍ଲାଭିତ୍ତିକ ନିଯୁକ୍ତି ଦାବି ପୂରଣ ହେବ। ଜଗନ୍ନାଥ ସାଗର କାମ ଅଟକିବ ନାହିଁ। ଶିଳ୍ପ, ଶିକ୍ଷା, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ଗମନାଗମନ, ଜୀବିକା ନିର୍ବାହ ସମସ୍ତ କ୍ଷେତ୍ରକୁ ବିକଶିତ କରାଯାଇ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ। ଯାହା କୋରାପୁଟକୁ ଭାରତରେ ଏକ ନମ୍ବର ଜିଲ୍ଲାରେ

ଶ୍ରୀ ମାଝୀ ଗତ ୧୪ ତାରିଖ ଦିନ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଭାଗରେ କିଭଳି କାର୍ଯ୍ୟ ଚାଲିଛି ଏବଂ ଜିଲ୍ଲାର ବିକାଶ ନେଇ କ୍ରିୟାଶୀଳ ହେବା ପାଇଁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଶନିବାର ଏକ ସମୀକ୍ଷା ବୈଠକ କରିଥିଲେ। ଜିଲ୍ଲାରେ ରେଳପଥ ଭିତ୍ତିଭୂମିର ବିକାଶ, ଜାତୀୟ ରାଜପଥ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ ସମେତ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ବିଭିନ୍ନ ଯୋଜନା ଗୁଡ଼ିକୁ ଯଥା ସମୟରେ କାର୍ଯ୍ୟକାରୀ କରି ପ୍ରକଳ୍ପ ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷାର ମୂଳଦୁଆ ସୁଦୃଢ କରିବା ପାଇଁ ଅତି କମରେ ଗୋଟିଏ ବିଦ୍ୟାଳୟରେ ଦୁଇ ଜଣ ଲେଖାଏଁ ଶିକ୍ଷକ ନିଯୁକ୍ତିକୁ ସୁନିଶ୍ଚିତ କରିବା ପାଇଁ ଗୁରୁତ୍ଵାରୋପ କରାଯାଇଛି ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *