କୋଣାର୍କରେ ଲୁଟେରା ସକ୍ରିୟ
1 min read

କୋଣାର୍କରେ ଲୁଟେରା ସକ୍ରିୟ

୪ ମହିଳାଙ୍କ ସମେତ ୬ ଆନ୍ତଃରାଜ୍ୟ ଚୋର ଗିରଫ

କୋଣାର୍କ/ଭୁବନେଶ୍ୱର ୧୫-୧୨-୨୦୨୪(ପିପିଏସ ) : ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ଆନ୍ତଃରାଜ୍ୟ ଚୋରମାନେ ଟାଗେର୍ଟ କରିଛନ୍ତି। ଦେଶ-ବିଦେଶରୁ ପ୍ରତ୍ୟେକ ଦିନ ଆସୁଥିବା ପର୍ଯ୍ୟଟକମାନେ ଦାମୀ ମୋବାଇଲ ରଖିଥିବେ ଭାବି ଚୋରମାନେ ଟାର୍ଗେଟ କରୁଛନ୍ତି। ସବୁଦିନ ଭଳି ଆଜି ଚୋରମାନେ ବର୍ତ୍ତିପାରି ନାହାନ୍ତି। ପୁଲିସ ହାତରେ ୪ ମହିଳାଙ୍କ ସମେତ ୬ ଜଣ ଆନ୍ତଃରାଜ୍ୟ ଲୁଟେରା ଧରାପଡ଼ିଛନ୍ତି।

publive-image

ପୁଲିସର ସୂଚନା ଅନୁସାରେ ଐତିହ୍ୟ ସୂର୍ଯ୍ୟମନ୍ଦିରକୁ ପ୍ରତେକ ଦିନ ଆସୁଥିବା ପର୍ଯ୍ୟଟକଙ୍କ ମୋବାଇଲ୍‌ ଫୋନ୍‌କୁ ଏବେ ଆନ୍ତରାଜ୍ୟ ମୋବାଇଲି ଚୋରଙ୍କ ଦ୍ଵାରା ଟାର୍ଗେଟ କରାଯାଇ ଚୋରି ହେଉଥିବା ଅଭିଯୋଗ ବିଭିନ୍ନ ସମୟରେ କୋଣାର୍କ ଥାନାରେ ହୋଇଥିଲା। ଆଜି ରବିବାର ଅପରାହ୍ଣରେ ଆମେରିକାରୁ ଆସିଥିବା କେତେକ ପ୍ରବାସୀ ଭାରତୀୟଙ୍କ ସମେତ ରାଜ୍ୟବାହାରୁ ଆସିଥିବା କିଛି ପର୍ଯ୍ୟଟକଙ୍କ ପରିବାର ସୂର୍ଯ୍ୟମନ୍ଦିର ପରିଦର୍ଶନ କରୁଥିଲା ବେଳେ ଚୋରିର ଶିକାର ହୋଇଥିଲେ। ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରାଙ୍କ କବଳରେ ପଡ଼ି ନିଜର ୭ ଗୋଟି ମୋବାଇଲି ଲୁଟ ହୋଇଥିବା ନେଇ ତୁରନ୍ତ କୋଣାର୍କ ଥାନାରେ ଡାକ୍ତର ଗରିମା ଗୁପ୍ତା ଓ କୁମାରୀ ସ୍ନେହାଙ୍କ ସମେତ ଅନ୍ୟ ପର୍ଯ୍ୟଟକମାନେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଆମେରିକାରୁ ଆସିଥିବା କେତେକ ପ୍ରବାସୀ ଭାରତୀୟଙ୍କ ସମେତ ରାଜ୍ୟବାହାରୁ ଆସିଥିବା କିଛି ପର୍ଯ୍ୟଟକଙ୍କ ପରିବାର ସୂର୍ଯ୍ୟମନ୍ଦିର ପରିଦର୍ଶନ କରୁଥିଲା ବେଳେ ଚୋରିର ଶିକାର ହୋଇଥିଲେ।

publive-image

ପୁଲିସ ତ୍ବରିତ କାର୍ଯ୍ୟାନୁଷ୍ଠାନ ନେଇ ଏଏସଆଇ ସନ୍ତୋଷ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ତୁରନ୍ତ କୋଣାର୍କର ବିଭିନ୍ନ ସ୍ଥାନ ଉପରେ ଚଢ଼ାଉ କରିଥିଲେ। ସୂର୍ଯ୍ୟମନ୍ଦିର ସମ୍ମୁଖରୁ ୩ ଜଣ ମହିଳା ଆନ୍ତଃରାଜ୍ୟ ମୋବାଇଲ୍‌ ଲୁଟେରାଙ୍କୁ ଧରିଥିଲେ। ସେମାନଙ୍କ ଠାରୁ ୩ଟି ଗୋଟି ଦାମୀ ମୋବାଇଲ ଉଦ୍ଧାର ହୋଇଥିଲା। ଅନ୍ୟ ୨ ଜଣ ପୁରୁଷ ଓ ଜଣେ ମହିଳା ସମେତ ୩ଜଣ ଲୁଟେରା ପୁଲିସକୁ ଚକ୍କମା ଦେଇ ଏକ ଅଟୋ ଭଡା କରି ଫେରାର ହେଇଯାଇଥିଲେ। ମାତ୍ର ପୁଲିସ ତୁରନ୍ତ ଖବର ସଂଗ୍ରହ କରି ସେମାନଙ୍କୁ ରାମଚଣ୍ଡୀ ନିକଟ ଟିକିନା ଗ୍ରାମ ସମୁଖ ବେଳାମାର୍ଗ ମୁଖ୍ୟରାସ୍ତାରୁ ଅଟୋସହ ଧରି ସେମାନଙ୍କ ଠାରୁ ୪ଟି ଫୋନ ଉଦ୍ଧର କରିଥିଲା। ଗିରଫ ହୋଇଥିବା ୬ ଜଣ ଆନ୍ତଃ ରାଜ୍ୟ ଲୁଟେରାଙ୍କୁ ପୁଲିସ ଅଟକ ରଖି ଅଧିକ ପଚରାଉଚରା କରୁଛି। କୋଣାର୍କ ଥାନା ଅଧିକାରୀ ପୂର୍ଣଚନ୍ଦ୍ର ସେଠୀ ଏହି ସୂଚନା ଦେଇଛନ୍ତି। 

Leave a Reply

Your email address will not be published. Required fields are marked *