ପୁରୀ/ଭୁବନେଶ୍ୱର ୧୬-୧୧-୨୦୨୪(ପିପିଏସ) : ବିଶ୍ବ ନିୟନ୍ତାଙ୍କୁ ମଧ୍ୟ ଆମ ସମାଜର କିଛି ଲୋକ ଖାତିର କରୁ ନାହାନ୍ତି। ଯାହାଙ୍କ ନିର୍ଦ୍ଦେଶରେ ଏହି ଦୁନିଆ ପରିଚାଳିତ ହେଉଛି, ସେହି କାଳିଆ ଠାକୁରଙ୍କ ସଂପତ୍ତି ଉପରେ ମଧ୍ୟ ଖଳ ଲୋକମାନେ ନଜର ପକାଉଛନ୍ତି। ଏଭଳି ଏକ ଅଭିଯୋଗ ଆସିଛି। ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ଥାନାରେ ଏତଲା ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳୀସାହି ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ନାଁରେ ଥିବା ଜମିକୁ ଜବରଦଖଲ କରି ବେଆଇନ ଭାବେ ହସ୍ତାନ୍ତର ଉଦ୍ୟମ କରିଥିବା ନେଇ ଅଭିଯୋଗ ହୋଇଛି।ସୂଚନା ଅନୁସାରେ ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ଏନେଇ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀସାହି ଥାନାରେ ଏତଲା ଦାଖଲ କରାଯାଇଛି। ମୌଜା- ମାଟିତୋଟା ୟୁନିଟ୍ ନଂ-୧, ଖାତା ନମ୍ବର-୩୮ର ସମୁଦାୟ ୧୦୯ଟି ପ୍ଲଟର ଏହି ଜମିକୁ ବେଆଇନ୍ ଭାବେ ହାତେଇବାକୁ ହୋଇଥିବା ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁI ଏହା ଉପରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ପୁରୀ ମାଟିତୋଟା ମୌଜାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଥିବା ଜମି ବେଆଇନ୍ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି। ଏନେଇ ଆଇନ୍ଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳୀସାହି ଥାନାରେ ଏତଲା ଦାଖଲ କରାଯାଇଛି। ଏଥି ସହିତ ଜନସାଧାରଣଙ୍କୁ ଅବଗତ କରାଯାଉଅଛି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ଏଭଳି ବେଆଇନ୍ ହସ୍ତାନ୍ତର ସମ୍ପୂର୍ଣ୍ଣ ଭାବେ ଅବୈଧ। ଏହା ଦ୍ବାରା ନିଜେ ଠକେଇ ଶିକାର ହେବା ସହ ଆଇନ ଅନୁଯାୟୀ ଦଣ୍ଡନୀୟ ମଧ୍ୟ ହେବେ। ତେଣୁ ଏଭଳି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତି କିମ୍ବା ଅନୁଷ୍ଠାନ କ୍ଷାନ୍ତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସତର୍କ କରାଯାଇଛି।