ଚେନାଇରେ ଚମକିଲେ ଓଡ଼ିଆ ଝିଅ ବର୍ଷାରାଣୀ
ଜାତୀୟ ଟ୍ରାକ ସାଇକ୍ଲି ଚମ୍ପିଆନ ସିପ୍ ରେ ଓଡିଶାକୁ ୧ ସ୍ବର୍ଣ୍ଣ ୧ ବ୍ରୋଞ୍ଜ
ଭଦ୍ରକ ୧୬-୧୧-୨୦୨୪(ପିପିଏସ) : ସାଇକ୍ଲିଂ ଫେଡେରେସନ ଦ୍ୱାରା ତାମିଲନାଡୁ ଚେନାଇର ମେଲାକଟାଇପୁର ଠାରେ ନଭେମ୍ବର ୧୫-୧୯ ପର୍ଯ୍ୟନ୍ତ ଚାଲିଆସୁଥିବା ୭୬ ତମ ବରିଷ୍ଠ , ୫୩ କନିଷ୍ଠ ଓ ୩୯ ତମ ଉପକନିଷ୍ଠ ଜାତୀୟ ଟ୍ରକ ସାଇକ୍ଲିଂ ଚମ୍ପିଆନସିପି ଓଡ଼ିଶାର ବରିଷ୍ଠ ମହିଳା ଦଳକୁ ପ୍ରଥମ ଦିନରେ ଟିମ ପରସୁଟରେ ସ୍ବର୍ଣ୍ଣ ଓ ଟିମ ସ୍ପ୍ରିଣ୍ଟରେ ୨ଟି ପଦକ ସହ ଏକ ଐତିହାସିକ ସଫଳତା ମିଳିଛି |ଓଡିଶା ସାଇକ୍ଲିଂ ମହିଳା ବରିଷ୍ଠ ଦଳରେ ଭଦ୍ରକର ଦୁଇଝିଅ ତଥା ଡିଷ୍ଟ୍ରିକ୍ଟ ସାଇକ୍ଲିଂ ଆସୋସିଏସନରୁ କୋଚ ମନୋରଞ୍ଜନ ବାରିକଙ୍କ ଦ୍ୱାରା ପ୍ରଶିକ୍ଷଣପ୍ରାପ୍ତ ବର୍ଷାରାଣୀ ବାରିକ ,ଉର୍ମିଳା ବେହେରାଙ୍କ ସହ ରାଉରକେଲାର ଆନ୍ତର୍ଜାତୀୟ ସାଇକିଲିଷ୍ଟ ସ୍ୱସ୍ତି ସିଂ ଓ ଖୋଳରମ ରଜିଆ ଦେବୀଙ୍କ ମିଶ୍ରିତ ଯୁଗ୍ମ ପ୍ରୟାସରେ ସାଇକ୍ଲିଂ ଚାଳନା ଏହି ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ବିଜୟର ସଫଳତା ଆଣିଦେଇଛନ୍ତି |ଯାହାକି ଓଡିଶା ସାଇକ୍ଲିଂ ଇତିହାସରେ ଏହି ବିଜୟ ଦୀର୍ଘ ୫୨ ବର୍ଷ ପରେ ସମ୍ଭବ ହୋଇଛି ବୋଲି ରାଜ୍ୟସାଇକ୍ଲିଂ ସଂଘର ଉପସଭାପତି ୧୯୭୮ ର ନ୍ୟାସନାଲ ମ୍ୟାଡ଼ାଲିଷ୍ଟ ନୃସିଂହ ସାହୁ କହିଛନ୍ତି |ଟିମ ପରସୁଟ ୪୦୦ ମିଟର ପ୍ରତିଯୋଗିତାରେ ଭାରତର ବହୁ ଜାତୀୟ ଓ ଆନ୍ତର୍ଜାତୀୟ ସାଇକ୍ଲିଷ୍ଟ ଏଥିରେ ସାମିଲ ଥିଲାବେଳେ ଓଡିଶା ସାଇକ୍ଲିଂ ମହିଳା ଦଳ ଏହାକୁ ୫.୩୧.୫୧୩ ମି/ସେକେଣ୍ଟରେ ଅତିକ୍ରମ କରି ଓଡିଶାକୁ ସ୍ୱର୍ଣ୍ଣ ପଦକ ଆଣିଦେଇଥିଲେ