September 2024
ସେପ୍ଟେମ୍ବର ୧୮ରେ ASI କରିବ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ
ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଆସନ୍ତା ୧୮ରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ କରିବ ASI । ଏନେଇ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଲା ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ପ୍ରାରମ୍ଭିକ ନିରୀକ୍ଷଣ ଆରମ୍ଭ ହେବ। ASI ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ବରେ ହେବ ନିରୀକ୍ଷଣ । ଏଥିପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିବା ସହ ଆବଶ୍ୟକ ପଦକ୍ଷେପ ନେବେ। ପୂର୍ବରୁ ବାହାର ଓ ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନ ଅଳଙ୍କାର […]
ମୋହନ ସରକାର କଲେ ବଡ଼ ଘୋଷଣା : ଗୋପାଳପୁର ବନ୍ଦରର ମାଲିକ ହେଲା ଆଦାନୀ ଗୃପ
ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଶେଷ ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ସୂଚନା ଅନୁଯାୟୀ, ଲୋକସେବା ଭବନରେ ବସିଥିବା ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ନିଷ୍ପତ୍ତି ଅନୁଯାୟୀ, ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ଗ୍ରୁପ୍ ପାଖକୁ ଯାଇଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ଆଉ […]
୩ ନମ୍ବର ଲଞ୍ଚପ୍ୟାଡରୁ କ୍ଷେପଣାସ୍ତ୍ରର ପରୀକ୍ଷଣ
ବାଲେଶ୍ବର/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ବାଲେଶ୍ବର ଜିଲ୍ଲା ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ ନମ୍ବର ଲଞ୍ଚପ୍ୟାଡରୁ ଆଜି ଅପରାହ୍ନ ୩ଟା ୧୯ ମିନିଟରେ ଭାଟିକାଲ ଲଞ୍ଚ ସ୍ବଳ୍ପ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରିପାରୁଥିବା ଭିଏଲ୍-ଏସ୍ଆରଏସ୍ଏଏମ୍(ଭର୍ଟିକାଲ ଲଞ୍ଚ ସର୍ଟ ରେଞ୍ଜ ସରଫେସ୍ ଟୁ ଏୟାର ମିସାଇଲ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପରୀକ୍ଷଣ ପରେ ରାଡାରରୁ ମିଳିଥିବା ତଥ୍ୟକୁ ଡିଆରଡିଓର ବୈଜ୍ଞାନିକମାନେ ସମୀକ୍ଷା କରୁଛନ୍ତି। ସ୍ବଳ୍ପ ଦୂରଗାମୀ ମିସାଇଲରେ ସ୍ବଦେଶୀ ଜ୍ଞାନକୌଶଳ ବ୍ୟବହାର କରାଯାଇଛି। ଏହି […]
ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ +୨ ଫର୍ମ ପୂରଣ : ଅକ୍ଟୋବର ରେ ଲାଗିବ ଫାଇନ
ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ପୂରଣ । କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।ତେବେ ଅକ୍ଟୋବର ୪ରୁ ୧୪ ତାରିଖ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ ଟଙ୍କା ଫାଇନ୍ ପଡ଼ିବ। ସେହିଭଳି ନଭେମ୍ବର ୧୧ରୁ ୧୮ ଭିତରେ ଫର୍ମ ପୂରଣରେ ଲାଗିବ […]
ଜଙ୍ଗଲରୁ ମିଳିଲା ଶହଶହ ବସ୍ତା ଡୋଲୋମାଇଟ୍
ସୁନ୍ଦରଗଡ଼/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଉର୍ବର ହେବ ଚାଷ ଜମି । ଆଉ ସଶକ୍ତ ହେବେ ଚାଷୀ । ସେଥିପାଇଁ ଚାଷୀଙ୍କୁ ଯୋଗାଇଦେବାକୁ ଆସିଥିଲା ଡୋଲୋମାଇଟ୍ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଡୋଲୋମାଇଟ୍ ଯୋଗାଇ ଦିଆଯାଇଥିଲା । ହେଲେ ସେହି ଡୋଲୋମାଇଟ୍କୁ ଏବେ ଜଙ୍ଗଲରେ ଫିଙ୍ଗି ଦିଆଯାଇଛି । ବସ୍ତେ କି ଦୁଇ ବସ୍ତା ନୁହେଁ, ଶହଶହ ଡୋଲୋମାଇଟ୍ ବସ୍ତା ଜଙ୍ଗଲ ଭିତରେ ପଡ଼ିଥିବା ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି ଚିତ୍ର […]
ବନ୍ଧା ହେଲେ କୋଟିପତି ସହକାରୀ ଯନ୍ତ୍ରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଥିଲା ଭିଜିଲାନ୍ସ ଚଢ଼ାଉ
ବ୍ରହ୍ମପୁର/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ସହକାରୀ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ (ସିଭିଲ) ପ୍ରସନ୍ନ କୁମାର ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଗତକାଲି ପ୍ରସନ୍ନଙ୍କ ଭଞ୍ଜନଗର ବାଗଦେବୀ ରୋଡରେ ଥିବା ଦୁଇଟି ତିନି ମହଲା ଘର, ବ୍ରହ୍ମପୁର ତୁଳସୀନଗରର ୪ ମହଲାବିଶିଷ୍ଟ ବିଲଡିଂ, ଭଞ୍ଜନଗର ରଘୁନାଥ ବିହାରରେ ଥିବା ଜଣେ ସଂପର୍କୀୟଙ୍କ ଘର, ବାଗଦେବୀ ରୋଡରେ ଥିବା ତାଙ୍କର ଜଣେ […]
ପରଲୋକରେ ସିପିଆଇଏମ ନେତା ସୀତାରାମ ୟେଚୁରୀ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ସିପିଆଇ (ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରିଙ୍କ ପରଲୋକ ହୋଇଛି। ୭୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲ୍ଲୀ ଏମ୍ସର ICU ରେ ସୀତାରାମ ୟେଚୁରୀ ଆଡମିଶନ ହୋଇଥିଲେ। ଫୁସ୍ଫୁସ୍ ସଂକ୍ରମଣରେ ଆକ୍ରାନ୍ତ ହୋଇ ୟେଚୁରୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ। ଅଗଷ୍ଟ ୧୯ ତାରିଖ ସନ୍ଧ୍ୟାରେ ନିମୋନିଆ ଯୋଗୁ ତାଙ୍କୁ ଏମ୍ସର ସ୍ୱତନ୍ତ୍ର ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର […]
ଅମିତ ଶାହା ହେଲେ ସଂସଦୀୟ ସରକାରୀ ଭାଷା କମିଟି ଅଧ୍ୟକ୍ଷ : ଶୁଭେଚ୍ଛା ଜଣାଇଲେ ସାଂସଦ ଭର୍ତ୍ତୃହରି ମହତାବ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୧-୦୯-୨୦୨୪ (ପିପିଏସ) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ସର୍ବସମ୍ମତି କ୍ରମେ ସଂସଦୀୟ ସରକାରୀ ଭାଷା କମିଟିର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନୂତନ ସରକାର ଗଠନ ପରେ ଆଜି ନୂଆଦିଲ୍ଲୀରେ ସରକାରୀ ଭାଷା ଉପରେ ସଂସଦୀୟ କମିଟି ଗଠନ ପାଇଁ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶ୍ରୀ ଅମିତ ଶାହା କମିଟିର ସଭାପତି ଭାବରେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ। ଏହି ଅବସରରେ କଟକ ସାଂସଦ ଭର୍ତ୍ତୃହରି ମହତାବ […]
ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ
ବ୍ରହ୍ମପୁର/ଭୁବନେଶ୍ୱର,୧୧-୦୯-୨୦୨୪ (ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଜିଲ୍ଲା ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି । ବ୍ରହ୍ମପୁର ଭିଜିଲାନ୍ସ ଏସ୍ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକାକାଳୀନ ୯ ଟି ସ୍ଥାନରେ ଚଢାଉ ହୋଇଛି। ସେଥିମଧ୍ୟରୁ ଭଞ୍ଜନଗରରେ ୭ ଟି, ବ୍ରହ୍ମପୁର ତୁଳସୀନଗର ଏବଂ ବେଲଗୁଣ୍ଠା ବ୍ଲକ ଲୁଦଲୁଦି ଘରେ ଚଢାଉ ଚାଲିଛି। ଚଢାଉ ସମୟରେ ଏକାଧିକ ମୂଲ୍ୟବାନ କୋଠା ବିଭାଗ ପକ୍ଷରୁ ଠାବ […]
ଘାଗୁଡିମାଲ ରାସ୍ତା ମରଣ ଯନ୍ତା
କଲ୍ୟାଣସିଂହପୁର/ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ରାୟଗଡ଼ା ଜିଲା କଲ୍ୟାଣ ସିଂହପୁର ବ୍ଲକ ସଦରରେ ଥିବା ୧୫ ନମ୍ବର ୱାର୍ଡ ଘାଗୁଡିମାଲ ଗ୍ରାମର ରାସ୍ତା ମରଣ ଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଦେଶ ସ୍ୱାଧୀନ ହୋଇ ଆଜକୁ ୭୭ ବର୍ଷ ବିତିଯାଇଥିଲେ ସୁଧା ଘାଗୁଡ଼ିମାଳ ଗାଁକୁ ଯିବା ଆସିବା ପାଇଁ ଉନ୍ନତ ମାନର ରାସ୍ତାଟିଏ ହୋଇନାହିଁ। ଘାଗୁଡ଼ିମାଳ, ଲହରାସାହି ଗ୍ରାମରେ ପ୍ରାୟ ୫୫ରୁ୬୦ ଘର ପରିବାର ଆଦିମ କାଳରୁ ବସବାସ କରିଆସୁଛନ୍ତି କିନ୍ତୁ କୌଣସି ୱାର୍ଡ ମେମ୍ବର, ସରପଞ୍ଚ, ବ୍ଲକ […]
