ଘାଗୁଡିମାଲ ରାସ୍ତା ମରଣ ଯନ୍ତା
1 min read

ଘାଗୁଡିମାଲ ରାସ୍ତା ମରଣ ଯନ୍ତା

କଲ୍ୟାଣସିଂହପୁର/ଭୁବନେଶ୍ୱର/ ୧୦-୦୯-୨୦୨୪ (ପିପିଏସ): ରାୟଗଡ଼ା ଜିଲା କଲ୍ୟାଣ ସିଂହପୁର ବ୍ଲକ ସଦରରେ ଥିବା ୧୫ ନମ୍ବର ୱାର୍ଡ ଘାଗୁଡିମାଲ ଗ୍ରାମର ରାସ୍ତା ମରଣ ଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି। ଦେଶ ସ୍ୱାଧୀନ ହୋଇ ଆଜକୁ ୭୭ ବର୍ଷ ବିତିଯାଇଥିଲେ ସୁଧା ଘାଗୁଡ଼ିମାଳ ଗାଁକୁ ଯିବା ଆସିବା ପାଇଁ ଉନ୍ନତ ମାନର ରାସ୍ତାଟିଏ ହୋଇନାହିଁ। ଘାଗୁଡ଼ିମାଳ, ଲହରାସାହି ଗ୍ରାମରେ ପ୍ରାୟ ୫୫ରୁ୬୦ ଘର ପରିବାର ଆଦିମ କାଳରୁ ବସବାସ କରିଆସୁଛନ୍ତି କିନ୍ତୁ କୌଣସି ୱାର୍ଡ ମେମ୍ବର, ସରପଞ୍ଚ, ବ୍ଲକ ପ୍ରଶାସନ, ଜିଲ୍ଲାପାଳ କିମ୍ବା ବିଧାୟକ, ମନ୍ତ୍ରୀ ମାନଙ୍କ ଦୃଷ୍ଟି ପଡ଼ୁନାହିଁ।ଗ୍ରାମର ଲୋକେ ବାରମ୍ବାର ଲିଖିତ ଆକାରରେ ପ୍ରଶାସନଙ୍କୁ ଗୁହାରି କଲେ ଫାଇଲ କରାଯାଇଛି କହୁଛନ୍ତି କିନ୍ତୁ କହି କହି ୩୦ ବର୍ଷ ବିତିଗଲା ଆଜି ପର୍ଯ୍ୟନ୍ତ ଫାଇଲ ତିଆରି ହେବାରେ ଲାଗିଛି। ଏହି ଗାଁ ରେ ଜ୍ୱର ବେମାର ହେଲେ କିମ୍ବା ଗର୍ଭବତୀଙ୍କୁ ମେଡିକାଲକୁ ନେବା ପାଇଁ ଖଟରେ,ସାଇକଲ ,ଭାରରେ ବୁହା ହୋଇ ଯିବାକୁ ପଡୁଛି। ଏହି ପ୍ରକାରର ଅସୁବିଧା ହେଲେ ଆମ୍ବୁଲାନ୍ସ ଗାଡିକୁ ଫୋନ କଲେ ଗାଡିଆସି ଅଧାବାଟରେ ରହି ଯାଉଛି। ଉକ୍ତ ରାସ୍ତାରେ ଘାଗୁଡିମାଲ, ଲହରାସାହି,ବାରିଆପଡା,ଜାମପଦର, ଗରୁଡଗୁଡା ଗାଁ ଗୁଡିକର ଲୋକ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି କ୍ଷ ବର୍ଷା ଦିନରେ ଯିବା ଆସିବାରେ ବହୁତ ଅସୁବିଧା ହେବାକୁ ପଡୁଛି ।ରାସ୍ତାରେ ଖାଲ ଖମ୍ବା ହୋଇଥିବାରୁ ପାଣି ଜମି ରହି କୁତ୍ରିମ ବନ୍ଧ ସୃଷ୍ଟି କରୁଛି। ରାସ୍ତା କାଦୁଅ ପଙ୍କ ଶୋଚନୀୟ ଅବସ୍ଥାରେ ପଡ଼ିରହିଥିବାରୁ ପିଲାମାନଙ୍କୁ ଗାଁ ଠାରୁ କଲ୍ୟାଣ ସିଂହପୁର ସ୍କୁଲକୁ ଯିବାପାଇଁ ହେଲେ କାଦୁଅ ରେ ଯିବା ଆସିବା କରିବାକୁ ପଡୁଛି । ଏହାକୁ ନେ ଗତ ୨୦୨୧ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ଘାଗୁଡିମାଲ ଗ୍ରାମବାସୀ ଭୋଟ ବର୍ଜନ କରିବା ନଜିର ରହିଛି କିନ୍ତୁ ତଥାପି ସୁଧୁରି ପାରୁନି ରାସ୍ତା। ବିଚରା ଅଶିକ୍ଷିତ ଗରିବ ଜନସାଧାରଣ କାହାକୁ ଗୁହାରି କରିବେ ଜାଣିପାରୁ ନାହାନ୍ତି। ସରକାର ପ୍ରତ୍ୟେକ ପଞ୍ଚାୟତ ର ପ୍ରତ୍ୟେକ ଗ୍ରାମକୁ ସି.ସି ରାସ୍ତା କିମ୍ବା ପିଚୁ ରାସ୍ତା ଜଗାଇ ଦେଉଛନ୍ତି କିନ୍ତୁ ଘାଗୁଡ଼ିମାଳ ଗ୍ରାମକୁ ଆଜିପର୍ଯ୍ୟନ୍ତ ରାସ୍ତା ଟିଏ ହେଇପାରିଲା ନାହିଁ। ଉକ୍ତ ଗ୍ରାମଟି ବ୍ଲକ କାର୍ଯ୍ୟାଳୟ ଠାରୁ ପ୍ରାୟ ତିନି କିମି ଦୁରତରେ ରହିଛି। ଏଣୁ ବ୍ଲକ ପ୍ରଶାସନ ଓ ଜିଲା ପ୍ରଶାସନକୁ ଅନୁରୋଧ କି ତୁରନ୍ତ ଘାଗୁଡ଼ିମାଳ ଗ୍ରାମକୁ ସିସି ରୋଡ଼ ଟିଏ କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *