ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ବ୍ରହ୍ମପୁର/ଭୁବନେଶ୍ୱର,୧୧-୦୯-୨୦୨୪ (ପିପିଏସ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଜିଲ୍ଲା ଭଞ୍ଜନଗର ଜଳସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି ।

ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏକାକାଳୀନ ୯ ଟି ସ୍ଥାନରେ ଚଢାଉ ହୋଇଛି। ସେଥିମଧ୍ୟରୁ ଭଞ୍ଜନଗରରେ ୭ ଟି, ବ୍ରହ୍ମପୁର ତୁଳସୀନଗର ଏବଂ ବେଲଗୁଣ୍ଠା ବ୍ଲକ ଲୁଦଲୁଦି ଘରେ ଚଢାଉ ଚାଲିଛି। ଚଢାଉ ସମୟରେ ଏକାଧିକ ମୂଲ୍ୟବାନ କୋଠା ବିଭାଗ ପକ୍ଷରୁ ଠାବ କରାଯାଇଛି। ଚୂଡାନ୍ତ ରିପୋର୍ଟ ଆସିବା ପରେ କେତେ ସମ୍ପତ୍ତି ଠାବ ହୋଇଛି ଜଣାପଡ଼ିବ। ଏହି ଚଢାଉରେ ୭ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ପ୍ରମୁଖ ସାମିଲ ଅଛନ୍ତି।

ସୂଚନାଯାଗ୍ୟ, ପ୍ରସନ୍ନ କୁମାରଙ୍କ ବିରୋଧରେ ବହୁଦିନ ହେବ ଆୟବର୍ହିଭୂତ ସମ୍ପତ୍ତି ଠୁଳ ନେଇ ଅଭିଯୋଗ ଥିଲା। ତେଣୁ ଭିଜିଲାନ୍ସ ଟିମ ତାଙ୍କର ଗତିବିଧି ଉପରେ ନଜର ରଖିଥିଲା। ପ୍ରମାଣ ଏକାଠି କରିବା ପରେ ଆଜି ଭିଜିଲାନ୍ସ ଟିମ ସକାଳୁ ସକାଳୁ ଚଢାଉ କରିଛି ।

Leave A Reply

Your email address will not be published.