ମୋହନ ସରକାର କଲେ ବଡ଼ ଘୋଷଣା : ଗୋପାଳପୁର ବନ୍ଦରର ମାଲିକ ହେଲା ଆଦାନୀ ଗୃପ

  • ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ଗୃପ ପାଖରେ
  • ୧୩୪୯ କୋଟି ଟଙ୍କାରେ କିଣାଗଲା ଗୋପାଳପୁର ବନ୍ଦରର ସେୟାର
  • Shapoorji Pallonji Group ରୁ ୫୬ ପ୍ରତିଶତ ଓ Orissa Stevedores ରୁ ୩୯ ପ୍ରତିଶତ ଅଂଶଧନ

ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ଶେଷ ହୋଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ । ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି ।

ସୂଚନା ଅନୁଯାୟୀ, ଲୋକସେବା ଭବନରେ ବସିଥିବା ଏହି ବୈଠକରେ ୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିଛି । ନିଷ୍ପତ୍ତି ଅନୁଯାୟୀ, ଗୋପାଳପୁର ବନ୍ଦରର ୯୫% ଅଂଶଧନ ଆଦାନୀ ଗ୍ରୁପ୍‌ ପାଖକୁ ଯାଇଛି। ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ ହାତରେ ଆଉ ବାକି ୫% ଅଂଶଧନ ରହିବ। ଏହି ଚୁକ୍ତିନାମାକୁ ରାଜ୍ୟ କ୍ୟାବିନେଟ ମଂଜୁରୀ ଦେଇଛନ୍ତି । ଆଦାନୀ ଗୃପ ପାଖକୁ ଏହି ଅଂଶଧନ ଯିବା ଦ୍ୱାରା ଗୋପାଳପୁର ବନ୍ଦର ଉନ୍ନତି କରଣ କରାଯାଇପାରିବ। ଫଳରେ ରାଜ୍ୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ନିଯୁକ୍ତି ବଢ଼ିବ।

ଭାରତର ସବୁଠୁ ବଡ଼ ପ୍ରାଇଭେଟ ପୋର୍ଟ ସଞ୍ଚାଳକ ଆଦାନୀ ପୋର୍ଟ ଗୋପାଳପୁର ବନ୍ଦରର ସେୟାର କିଣିବା ପାଇଁ ୧୩୪୯ କୋଟି ଟଙ୍କା ଖର୍ଚ୍ଚ କରିଛି। ଗୋପାଳପୁର ପୋର୍ଟରୁ ଅଂଶଧନ ପାଇଁ ଆଦାନୀ ପୋର୍ଟ Shapoorji Pallonji Group ରୁ ୫୬ ପ୍ରତିଶତ ଓ Orissa Stevedores ରୁ ୩୯ ପ୍ରତିଶତ ଅଂଶଧନ କିଣିଛି ।

Leave A Reply

Your email address will not be published.