ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ +୨ ଫର୍ମ ପୂରଣ : ଅକ୍ଟୋବର ରେ ଲାଗିବ ଫାଇନ

ଭୁବନେଶ୍ୱର,୧୨-୦୯-୨୦୨୪ (ପିପିଏସ) : ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଫର୍ମ ପୂରଣ । କଳା, ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ପାଇଁ ଫର୍ମ ଫିଲଅପ୍ କରିବେ ଛାତ୍ରଛାତ୍ରୀ। ସେପ୍ଟେମ୍ବର ୧୮ ତାରିଖରୁ ଅକ୍ଟୋବର ୧ ଯାଏଁ ବିନା ଜରିମାନା ଦେୟରେ ଫର୍ମ ପୂରଣ କରିପାରିବେ ଛାତ୍ରଛାତ୍ରୀ ।
ତେବେ ଅକ୍ଟୋବର ୪ରୁ ୧୪ ତାରିଖ ଭିତରେ ଫର୍ମ ଫିଲଅପ୍ କଲେ ୨୦୦ ଟଙ୍କା ଫାଇନ୍ ପଡ଼ିବ। ସେହିଭଳି ନଭେମ୍ବର ୧୧ରୁ ୧୮ ଭିତରେ ଫର୍ମ ପୂରଣରେ ଲାଗିବ ୬୦୦ ଟଙ୍କା ଜରିମାନା । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.