1 min read

ଡବଲ ଇଞ୍ଜିନରେ ଡବଲ ଫାଇଦା

ଓଡ଼ିଶାରେ ରେଳ ପ୍ରକଳ୍ପ ପାଇଁ ୧୫ ହଜାର କୋଟି ଦେଲା କେନ୍ଦ୍ର୬ ପ୍ରକଳ୍ପକୁ ମଞ୍ଜୁରୀନିର୍ମାଣ ହେବ ୬୪ ନୂଆ ଷ୍ଟେସନପ୍ରଧାନମନ୍ତ୍ରୀ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀ /ଭୁବନେଶ୍ୱର, ୧୦ ଅଗଷ୍ଟ (ପିପିଏସ) :ଓଡ଼ିଶାର ରେଳ ଇତିହାସରେ ପ୍ରଥମ ଥର ପାଇଁ ୧୫ ହଜାର ୪ କୋଟି ଟଙ୍କା ବ୍ୟୟରେ ୬ଟି ଗୁରୁତ୍ୱପୂର୍ଣ୍ଣ ନୂତନ ରେଳ ପ୍ରକଳ୍ପ ନିର୍ମାଣ ହେବାକୁ ଯାଉଛି। ଏ ସମ୍ପର୍କିତ ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟ ଦ୍ୱାରା ଅନୁମୋଦିତ ହୋଇଛି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

1 min read

ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ -ଧର୍ମେନ୍ଦ୍ର

ନୂଆଦିଲ୍ଲୀ-ଭୁବନେଶ୍ୱର, ୧୦ ଅଗଷ୍ଟ (ପିପିଏସ) – ଭାରତବର୍ଷର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତିମୋର- ଲେସ୍ତେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ୍ କଲାର ଅଫ୍ ଦି ଅର୍ଡର’ରେ ସମ୍ମାନିତ ହୋଇଥିବାରୁ ତାଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ ହେବା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବର ମୁହୂର୍ତ୍ତ। ଏହି ସମ୍ମାନ ରାଷ୍ଟ୍ରପତିଙ୍କ ଲୋକସେବା, ଶିକ୍ଷା ଓ ମହିଳା […]

1 min read

ପ୍ରେମିକର ଘରେ ନିଆଁ ଲଗାଇଲା ପ୍ରେମିକା

ବାସୁଦେବପୁର :୧୦-୦୮-୨୪(ପି.ଟି.ଭି) ବାସୁଦେବପୁର ଥାନା ଅଧିନ ପଦ୍ମପୁର ପଞ୍ଚାୟତ ରୁକଣାଦେଇପୁର ଗ୍ରାମର ସୁଦର୍ଶନ ମହାପାତ୍ରଙ୍କ ପୁଅ ପ୍ରଭାତ ଭଦ୍ରକ ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଇ ଆସୁଥିଲା। ବିବାହର ପ୍ରତିଶ୍ରୁତିକୁ ନେଇ ପ୍ରେମିକର ଆର୍ଥିକ ଦୁରାବସ୍ଥା ସମୟରେ ପ୍ରେମିକା ଜଣକ ଆର୍ଥିକ ସହାନୁଭୂତି ଦେଖାଇବା ସହ ପ୍ରେମିକ ଘରକୁ ଅନେକ ସମୟରେ ବୁଲିବାକୁ ଆସୁଥିଲା। ଏମିତିକି ପ୍ରେମିକ ଚାଳ ଛପରକୁ ମରାମତି କରିବା ପାଇଁ ଆର୍ଥିକ ସାହାଯ୍ୟ କରିଥିଲା ବୋଲି ଶୁଣିବାକୁ ମିଳିଛି।ଶୁକ୍ରବାର ଅପରାହ୍ନରେ ବୁଲିବାକୁ ଆସିଥିବା […]

1 min read

ଆଇଏସ୍‌ ଟାର୍ଗେଟରେ ସ୍ବିଫ୍ଟଙ୍କ ଫ୍ୟାନ୍ସ

ଭିଏନା : ଅଷ୍ଟ୍ରିଆ ରାଜଧାନୀ ଭିଏନାରେ ଆମେରିକୀୟ ସିଙ୍ଗର ଟେଲର ସ୍ବିଫ୍ଟ ଗୁରୁବାରଠାରୁ ଶନିବାର ମଧ୍ୟରେ ୩ଟି କନ୍‌ସର୍ଟ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ଉକ୍ତ କାର୍ଯ୍ୟକ୍ରମରେ ଆମତ୍ଘାତୀ ଆକ୍ରମଣ କରାଯିବା ନେଇ ଯୋଜନା ଚାଲିଥିବା ଅଷ୍ଟ୍ରିଆ ପୋଲିସ ଜାଣିବା ପରେ ଏହାକୁ ବାତିଲ କରିଦିଆଯାଇଛି। ପୋଲିସ ୩ ଜଣ ସ୍ବଳ୍ପବୟସ୍କଙ୍କୁ ଗିରଫ କରି ପଚରାଉଚରା କରୁଛି। ପପ୍‌ ସୁପରଷ୍ଟାର ଟେଲର ସ୍ବିଫ୍ଟଙ୍କ କନ୍‌ସର୍ଟ ଆୟୋଜନ ହେବାକୁ ଥିବା ଭିଏନାର ଏର୍ନଷ୍ଟ […]

1 min read

ମରୁଭୂମିରେ ବର୍ଷାର ତାଣ୍ଡବ

ଜୟପୁର : ରାଜସ୍ଥାନରେ ଲାଗି ରହିଥିବା ପ୍ରବଳ ବର୍ଷା ଏକ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। ମରୁଭୂମି ଅଞ୍ଚଳରେ ପ୍ରବାହିତ ଲୁଣି ନଦୀରେ ତିନିଜଣ ସାଙ୍ଗଙ୍କର ମୃତ୍ୟୁ ଘଟିଛି l ଭରତପୁରରେ ପ୍ରବଳ ବର୍ଷା ହେତୁ ଏକ ଘର ଭୁଶୁଡି ପଡିଛି। ଏହି କାରଣରୁ, ଆବର୍ଜନା ତଳେ ପୋତି ହୋଇଥିବାରୁ ମା ଓ ଝିଅଙ୍କ ଦୁଃଖଦ ମୃତ୍ୟୁ ହୋଇଛି। ଅଲୱାର ଏବଂ ବ୍ୟାବରର ଆନିକଟ ଏବଂ ପୋଖରୀରେ ବୁଡ଼ିଯିବା କାରଣରୁ ଦୁଇ ଶିଶୁଙ୍କର ମୃତ୍ୟୁ ଘଟିଛି। ପ୍ରବଳରୁ […]

1 min read

ଆଇଏସ୍‌ଏସ୍‌ରେ ଆଉ ୬ ମାସ ରହିବେ ସୁନୀତା

ଆଇଏସ୍‌ଏସ୍‌ରେ ଆଉ ୬ ମାସ ରହିବେ ସୁନୀତା ଓ୍ବାଶିଂଟନ : ବୋଇଂର ଷ୍ଟାର୍‌ଲାଇନ ମହାକାଶ ଯାନରେ ଗୋଟିଏ ସପ୍ତାହ ପାଇଁ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ଯାଇଥିବା ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍‌ ଓ୍ବିଲ୍‌ମୋର ଫେବୃଆରୀ ପୂର୍ବରୁ ଫେରୁନାହାନ୍ତି। ତାଙ୍କୁ ଆଉ ୬ ମାସ ସେଠାରେ ଅଟକି ରହିବାକୁ ପଡ଼ିବ। ବୋଇଂ ଷ୍ଟାର୍‌ଲାଇନରେ ସୃଷ୍ଟ ବୈଷୟିକ ସମସ୍ୟାର ସମାଧାନ ହୋଇପାରୁ ନ ଥିବାରୁ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ସ୍ପେସ୍‌ଏକ୍ସ ସହାୟତାରେ […]

1 min read

ବିଏମଡବ୍ଲୁ ହିଟ୍-ରନ୍ ମାମଲା : ଆସିଲା ଫରେନସିକ୍ ରିପୋର୍ଟ; ମଦ୍ୟପାନ କରିନଥିଲେ ଅଭିଯୁକ୍ତ

ମୁମ୍ବାଇ: ବିଳାସପୂର୍ଣ୍ଣ ବିଏମଡବ୍ଲୁ ସେଡାନ ଚଳାଇବା ବେଳେ ମୁମ୍ବାଇର ୱର୍ଲିରେ ହୋଇଥିବା ହିଟ୍-ରନ୍ ମାମଲାରେ ୨୩ ବର୍ଷୀୟ ଅଭିଯୁକ୍ତଙ୍କ ଫରେନସିକ୍ ରିପୋର୍ଟ ହସ୍ତଗତ ହୋଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଭୟଙ୍କର ଦୁର୍ଘଟଣା ସମୟରେ ସେ ଆଦୌ ମଦ୍ୟପାନ କରିନଥିଲେ। ଯଦିଓ ପୂର୍ବରୁ ପୁଲିସ୍‌ ଅଭିଯୋଗ ଆଣିଥିଲା ଯେ ଅଭିଯୁକ୍ତ ମିହିର ଶାହା ଦୁର୍ଘଟଣା ସମୟରେ ମଦ୍ୟପାନ କରିଥିଲେ। ଜୁଲାଇ ୭ ତାରିଖ ସକାଳେ ମିହିର ଶାହା ଘଟାଇଥିବା ଏହି ଦୁଘର୍ଟଣାରେ ସ୍ୱାମୀ ଆହତ ହୋଇଥିବା ବେଳେ ଜଣେ […]

1 min read

୫୬ ବର୍ଷ ବୟସରେ ଆଖି ବୁଜିଲେ କର୍କଟ ପୀଡ଼ିତା ପୂର୍ବତନ ୟୁଟ୍ୟୁବ ସିଇଓ

ନୂଆଦିଲ୍ଲୀ: ଫୁସଫୁସ କର୍କଟ ସହିତ ଦୁଇ ବର୍ଷର ଯୁଦ୍ଧ ପରେ ଆଖି ବୁଜିଛନ୍ତି ୟୁଟ୍ୟୁବର ପୂର୍ବତନ ସିଇଓ ସୁଜାନ ୱାଜସିସ୍କି। ତାଙ୍କ ମୃତ୍ୟୁ ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ତାଙ୍କୁ ଜଣେ ଅବିଶ୍ୱସନୀୟ ବ୍ୟକ୍ତିତ୍ବ ବୋଲି ବର୍ଣ୍ଣନା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ବୟସ ହୋଇଥିଲା । ୱାଜସିସ୍କି ଗୁଗୁଲ ଇତିହାସରେ ଏକ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଏବଂ ଇଣ୍ଟରନେଟ୍ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । […]

1 min read

ସୁପ୍ରିମ୍‌କୋର୍ଟରେ ହିଜାବ ଶୁଣାଣି : ଶ୍ରେଣୀଗୃହରେ ବୁର୍ଖା, କ୍ୟାମ୍ପସରେ ଧାର୍ମିକ କାର୍ଯ୍ୟକଳାପ ମନା

ନୂଆଦିଲ୍ଲୀ: ମୁମ୍ବାଇର ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କ ହିଜାବ ନିଷେଧାଦେଶ ଉପରେ ସୁପ୍ରିମ୍‌କୋର୍ଟ ନଭେମ୍ବର ୧୮ ପର୍ଯ୍ୟନ୍ତ ଆଂଶିକ ରୋକ୍ ଲଗାଇଛନ୍ତି। କ୍ୟାମ୍ପସରେ ହିଜାବ ପିନ୍ଧିବା, ଟୋପି କିମ୍ବା ବ୍ୟାଜ୍ ପିନ୍ଧିବା ନେଇ କଟକଣା ଉପରେ ରୋକ୍ ଲଗାଇବା ସହ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, ‘ଆପଣ ଝିଅମାନଙ୍କୁ ବିନ୍ଦି କିମ୍ବା ତିଳକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବେ କି ?’ ଛାତ୍ରୀମାନେ ଯାହା ପିନ୍ଧୁଛନ୍ତି ସେଥିରେ ସେମାନଙ୍କୁ ପସନ୍ଦର ସ୍ୱାଧୀନତା ମିଳିବା ଦରକାର ଏବଂ କଲେଜ ସେମାନଙ୍କୁ […]

1 min read

ଆରଏସଏସ ଓ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆରଏସଏସ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଫଡନାଭିସଙ୍କ ବ୍ୟତୀତ ସ୍ଥାନୀୟ ବିଜେପି ନେତାମାନେ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ନାଗପୁରରେ ଆରଏସଏସ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆରଏସଏସ ପକ୍ଷରୁ ସହ ସରକାର୍ଯ୍ୟବାହକ ଅରୁଣ କୁମାର ଉପସ୍ଥିତ ଥିଲେ। ଏହି ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା | ଏହି ବୈଠକରେ ମହାରାଷ୍ଟ୍ର ନିର୍ବାଚନ […]