ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

୫୬ ବର୍ଷ ବୟସରେ ଆଖି ବୁଜିଲେ କର୍କଟ ପୀଡ଼ିତା ପୂର୍ବତନ ୟୁଟ୍ୟୁବ ସିଇଓ

ନୂଆଦିଲ୍ଲୀ: ଫୁସଫୁସ କର୍କଟ ସହିତ ଦୁଇ ବର୍ଷର ଯୁଦ୍ଧ ପରେ ଆଖି ବୁଜିଛନ୍ତି ୟୁଟ୍ୟୁବର ପୂର୍ବତନ ସିଇଓ ସୁଜାନ ୱାଜସିସ୍କି। ତାଙ୍କ ମୃତ୍ୟୁ ପରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ତାଙ୍କୁ ଜଣେ ଅବିଶ୍ୱସନୀୟ ବ୍ୟକ୍ତିତ୍ବ ବୋଲି ବର୍ଣ୍ଣନା କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୬ ବର୍ଷ ବୟସ ହୋଇଥିଲା । ୱାଜସିସ୍କି ଗୁଗୁଲ ଇତିହାସରେ ଏକ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ ଏବଂ ଇଣ୍ଟରନେଟ୍ ଗଠନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ୨୦୧୪ ମସିହାରୁ ୨୦୨୩ ପର୍ଯ୍ୟନ୍ତ ୟୁଟ୍ୟୁବର ସିଇଓ ଥିଲେ । ପିଚାଇ ଏକ ଟ୍ୱିଟ୍‌ରେ କହିଛନ୍ତି ଯେ ୱାଜସିସ୍କି ଗୁଗୁଲ ଇତିହାସରେ ସିଏ ଅଟନ୍ତି; ଯାହାଙ୍କ ବିନା ଏକ ବିଶ୍ୱକୁ କଳ୍ପନା କରିବା କଷ୍ଟକର । “ଅତ୍ୟନ୍ତ ଦୁଃଖର ସହିତ ମୁଁ ସୁଜାନ୍ ୱାଜସିସ୍କି ଦେହାନ୍ତ ଖବର ବାଣ୍ଟୁଛି” ।ସେହିପରି ୱାଜସିସ୍କିଙ୍କ ସ୍ବାମୀ ଡେନିସ୍‌ ଟ୍ରୋପର୍‌ ଏକ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ଲେଖିଛନ୍ତି, ‘‘ମୋର ପ୍ରିୟ ପତ୍ନୀ ଏବଂ ଆମର ପାଞ୍ଚ ପିଲାଙ୍କ ମା’ ଦୁଇ ବର୍ଷ ପୂର୍ବେ ଫୁସଫୁସ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ଏବେ ଆମମାନଙ୍କୁ ଛାଡ଼ି ଚାଲି ଯାଇଛନ୍ତି।’’

Leave a Reply

Your email address will not be published. Required fields are marked *