ସୁପ୍ରିମ୍‌କୋର୍ଟରେ ହିଜାବ ଶୁଣାଣି : ଶ୍ରେଣୀଗୃହରେ ବୁର୍ଖା, କ୍ୟାମ୍ପସରେ ଧାର୍ମିକ କାର୍ଯ୍ୟକଳାପ ମନା
1 min read

ସୁପ୍ରିମ୍‌କୋର୍ଟରେ ହିଜାବ ଶୁଣାଣି : ଶ୍ରେଣୀଗୃହରେ ବୁର୍ଖା, କ୍ୟାମ୍ପସରେ ଧାର୍ମିକ କାର୍ଯ୍ୟକଳାପ ମନା

ନୂଆଦିଲ୍ଲୀ: ମୁମ୍ବାଇର ଏକ ଘରୋଇ କଲେଜ କର୍ତ୍ତୃପକ୍ଷଙ୍କ ହିଜାବ ନିଷେଧାଦେଶ ଉପରେ ସୁପ୍ରିମ୍‌କୋର୍ଟ ନଭେମ୍ବର ୧୮ ପର୍ଯ୍ୟନ୍ତ ଆଂଶିକ ରୋକ୍ ଲଗାଇଛନ୍ତି। କ୍ୟାମ୍ପସରେ ହିଜାବ ପିନ୍ଧିବା, ଟୋପି କିମ୍ବା ବ୍ୟାଜ୍ ପିନ୍ଧିବା ନେଇ କଟକଣା ଉପରେ ରୋକ୍ ଲଗାଇବା ସହ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି, ‘ଆପଣ ଝିଅମାନଙ୍କୁ ବିନ୍ଦି କିମ୍ବା ତିଳକ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଇବେ କି ?’ ଛାତ୍ରୀମାନେ ଯାହା ପିନ୍ଧୁଛନ୍ତି ସେଥିରେ ସେମାନଙ୍କୁ ପସନ୍ଦର ସ୍ୱାଧୀନତା ମିଳିବା ଦରକାର ଏବଂ କଲେଜ ସେମାନଙ୍କୁ ବାଧ୍ୟ କରିପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି। ମୁସଲମାନ ଛାତ୍ରୀମାନଙ୍କୁ ହିଜାବ ପିନ୍ଧିବାକୁ ଅନୁମତି ଦେବା ଦ୍ୱାରା ହିନ୍ଦୁ ଛାତ୍ରୀମାନେ ଗେରୁଆ ଚାଦର ପିନ୍ଧିପାରନ୍ତି ଏବଂ ରାଜନୈତିକ ତତ୍ତ୍ୱମାନେ ପରିସ୍ଥିତିର ଫାଇଦା ଉଠାଇପାରନ୍ତି ବୋଲି କଲେଜ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା । ଖଣ୍ଡପୀଠ କହିଥିଲେ, ବୁୁର୍ଖା, ହିଜାବ ଉପରେ ଅନ୍ତରୀଣ ଆଦେଶକୁ ଅପବ୍ୟବହାର କରାଯିବା ଉଚିତ ନୁହେଁ ଏବଂ ଏମିତି ହେଲେ ମୁମ୍ବାଇ କଲେଜ ଅଦାଲତର ଦ୍ୱାରସ୍ଥ ହୋଇପାରିବେ। ତେବେ ଶ୍ରେଣୀଗୃହ ଭିତରେ ଝିଅମାନେ ବୁର୍ଖା ପିନ୍ଧିପାରିବେ ନାହିଁ ଏବଂ କ୍ୟାମ୍ପସରେ ଧାର୍ମିକ କାର୍ଯ୍ୟକଳାପକୁ ଅନୁମତି ନାହିଁ । କ୍ୟାମ୍ପସ ଭିତରେ ହିଜାବ, ବୁର୍ଖା ଓ ନକାବ (ମୁହଁକୁ ଆଖି ପର୍ଯ୍ୟନ୍ତ ଘୋଡ଼ାଉଥିବା ଓଢ଼ଣି) ନିଷିଦ୍ଧ ପାଇଁ କଲେଜ ନିଷ୍ପତ୍ତିକୁ ବଜାୟ ରଖି ବମ୍ବେ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଏକ ପିଟିସନର ଶୁଣାଣି କରି ସୁପ୍ରିମ୍‌କୋର୍ଟ ଏହା କହିଛନ୍ତି। ଆଗାମୀ ପରୀକ୍ଷା ପାଇଁ ଆବେଦନକାରୀମାନେ ତୁରନ୍ତ ଶୁଣାଣି ଲାଗି ଦାବି କରିଥିଲେ। ଜୁନ୍ ୨୬ରେ ହାଇକୋର୍ଟ କଲେଜର ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ମନା କରି କହିଥିଲେ, ଏଭଳି ନିୟମ ଛାତ୍ରଛାତ୍ରୀଙ୍କ ମୌଳିକ ଅଧିକାରକୁ ଉଲ୍ଲଂଘନ କରେ ନାହିଁ ଏବଂ ଏହା ଡ୍ରେସ୍କୋ ଡ୍ ଶୃଙ୍ଖଳା ବଜାୟ ରଖିବା ପାଇଁ ଉଦ୍ଦିଷ୍ଟ, ଯାହା ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ଓ ପରିଚାଳନା ପାଇଁ କଲେଜର ମୌଳିକ ଅଧିକାରର ଏକ ଅଂଶ ।

Leave a Reply

Your email address will not be published. Required fields are marked *