ଠପ୍ ହେଲା ମାଇକ୍ରୋସଫ୍ଟ ସେବା: ବିଶ୍ୱବ୍ୟାପୀ ପ୍ରଭାବିତ ହେଲେ ଲକ୍ଷାଧିକ ଉପଭୋକ୍ତା, ଆଉଟଲୁକ୍ ଓ ଟିମ୍ସ୍ କାମ କରିବା ବନ୍ଦ
ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର (Microsoft) ସେବା ହଠାତ୍ ଠପ୍ ହୋଇଯିବାରୁ ସାରା ବିଶ୍ୱରେ ବ୍ୟବହାରକାରୀମାନେ ଭୀଷଣ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଭାରତ ସମେତ ବିଭିନ୍ନ ଦେଶରେ ଲୋକମାନେ ସେମାନଙ୍କର ଆଉଟଲୁକ୍ (Outlook) ଆକାଉଣ୍ଟ୍ ଆକ୍ସେସ୍ କରିପାରି ନାହାନ୍ତି। ଇମେଲ୍ ପଠାଇବା ଏବଂ ଗ୍ରହଣ କରିବାରେ ବାଧା ସୃଷ୍ଟି ହେବାରୁ ବହୁ ବ୍ୟବହାରକାରୀ ହତାଶ ହୋଇପଡ଼ିଥିଲେ। କେବଳ ଇମେଲ୍ ନୁହେଁ, ବରଂ ମାଇକ୍ରୋସଫ୍ଟ ୩୬୫ (Microsoft 365), ଟିମ୍ସ୍ (Teams) ଏବଂ […]
ଟ୍ରେନ୍ରେ ବନ୍ଦ ହୋଇଯିବ RAC ଟିକେଟ୍!
ଟ୍ରେନ୍ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବଡ଼ ପରିବର୍ତ୍ତନ ଉପରେ ବିଚାର କରୁଛି ଭାରତୀୟ ରେଳବାଇ । ଦୀର୍ଘ ବର୍ଷ ଧରି ରେଳ ଟିକେଟ୍ ବ୍ୟବସ୍ଥାରେ ରହିଆସିଥିବା RAC (Reservation Against Cancellation) ନିୟମକୁ ବନ୍ଦ କରିବା କିମ୍ବା ଏଥିରେ ପରିବର୍ତ୍ତନ ଆଣିବା ନେଇ ମନ୍ଥନ ଚାଲିଥିବା ସୂଚନା ମିଳିଛି। ତେବେ ଏନେଇ ଏଯାଏ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ଏକ ରିପୋର୍ଟ ଅନୁସାରେ, ଯାତ୍ରୀଙ୍କଠାରୁ ମିଳୁଥିବା ମତାମତକୁ ଆଧାର କରି ରେଳବାଇ ଏହି ପୁରୁଣା ବ୍ୟବସ୍ଥାର […]
ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି
କଟକ (ପ୍ରଜାତନ୍ତ୍ର ରିପୋର୍ଟ): ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ବରିଷ୍ଠ ବିଚାରପତି ଜଷ୍ଟିସ୍ ବିଭୂପ୍ରସାଦ ରାଉତରାୟଙ୍କୁ ନିଯୁକ୍ତି ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ଏକ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଆସନ୍ତା ୧୫ ତାରିଖରେ ଅବସର ଗ୍ରହଣ କରିବାକୁ ଥିବାବେଳେ, ତାଙ୍କ ସ୍ଥାନରେ ଆସନ୍ତା ୧୬ ତାରିଖରୁ ଜଷ୍ଟିସ୍ ରାଉତରାୟ […]
କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ, ପୋକ୍ସୋ ଆଇନ ଲାଗୁ
ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ଏକ ମାମଲା (ଏଫ୍ଆଇଆର୍) ରୁଜୁ ହୋଇଛି। ପୋଲିସ ଏହି ସମ୍ବେଦନଶୀଳ ମାମଲାରେ ପୋକ୍ସୋ (POCSO) ଆଇନ ଏବଂ ଜୁଭେନାଇଲ୍ ଜଷ୍ଟିସ୍ (JJ) ଆଇନର କଠୋର ଧାରା ଲାଗୁ କରିଛି। ହାଟିଆ ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ (ଡିଏସ୍ପି) ନୀରଜ କୁମାର ଏଫ୍ଆଇଆର୍ ପଞ୍ଜିକରଣକୁ ନିଶ୍ଚିତ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ନାବାଳିକା ଜଣକ ବିଧାୟକଙ୍କ ଘରେ ରହୁଥିବା […]
ବରଫ ପାହାଡ଼ ଭିତରେ ରହିଛି ବିଶ୍ୱର ସର୍ବବୃହତ ବୀଜ ମହାଭଣ୍ଡାର ‘ଡୁମ୍ସଡେ ଭଲ୍ଟ’
ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): ଭବିଷ୍ୟତରେ ଯଦି କେବେ ମହାପ୍ରଳୟ, ଭୟଙ୍କର ଯୁଦ୍ଧ, ମରୁଡ଼ି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ପୃଥିବୀର ସମସ୍ତ ଫସଲ ନଷ୍ଟ ହୋଇଯାଏ, ତେବେ ମଧ୍ୟ ମାନବ ସଭ୍ୟତା ତିଷ୍ଠି ରହିପାରିବ। ମଣିଷର ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଉତ୍ତର ମେରୁ ନିକଟବର୍ତ୍ତୀ ନରୱେର ସ୍ୱାଲବାର୍ଡ (Svalbard) ଦ୍ୱୀପପୁଞ୍ଜର ଏକ ବରଫ ପାହାଡ଼ ଭିତରେ ନିର୍ମାଣ କରାଯାଇଛି ବିଶ୍ୱର ସର୍ବବୃହତ ବୀଜ ସଂରକ୍ଷଣାଗାର, ଯାହା ‘ଡୁମ୍ସଡେ ଭଲ୍ଟ’ (Doomsday Vault) ବା ‘ସ୍ୱାଲବାର୍ଡ […]
ସରକାର ମୋ ଫୋନ୍ ଟ୍ୟାପିଂ କରୁଛନ୍ତି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ (ପ୍ରଜାତନ୍ତ୍ର ରିପୋର୍ଟ): କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଅତ୍ୟନ୍ତ ଗୁରୁତର ଅଭିଯୋଗ ଆଣିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ପ୍ରଧାନମନ୍ତ୍ରୀଙ୍କ ସିଧାସଳଖ ନିର୍ଦ୍ଦେଶରେ ସରକାର ତାଙ୍କ ମୋବାଇଲ୍ ଫୋନ୍ ଟ୍ୟାପିଂ କରୁଥିବା ସେ ବଡ଼ ଦାବି କରିଛନ୍ତି। ରାହୁଲ ଗାନ୍ଧୀଙ୍କ ଏହି ବିସ୍ଫୋରକ ବୟାନ ଏବେ ଜାତୀୟ ରାଜନୀତିରେ ତୀବ୍ର ହଲଚଲ ସୃଷ୍ଟି କରିଛି। ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଯେ, ସରକାରଙ୍କ ବିରୋଧରେ ତାଙ୍କ ପାଖରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗର […]
ବ୍ୟାଙ୍କକୁ ବୋମାରେ ଉଡ଼ାଇବାକୁ ଧମକ
ଚଣ୍ଡିଗଡ଼: ସ୍କୁଲ ସରକାରୀ କାର୍ଯ୍ୟାଳୟ ଏବଂ କୋର୍ଟ ପରେ, ଚଣ୍ଡିଗଡ଼ର ବ୍ୟାଙ୍କ ଏବେ ବୋମା ଧମକର ଟାର୍ଗେଟ ପାଲଟିଛି। ମୋହାଲି ବିମାନବନ୍ଦର ଏବଂ ପଞ୍ଜାବୀ ଗାୟକ ଦିଲଜିତ୍ ଦୋସାଞ୍ଜଙ୍କ ଏକ କନସର୍ଟରେ ମଧ୍ୟ ବିସ୍ଫୋରଣ କରିବାକୁ ଧମକ ଦିଆଯାଇଛି। ଗୁରୁବାର ସକାଳେ ଇଣ୍ଡିଆନ୍ ବ୍ୟାଙ୍କର ଚଣ୍ଡିଗଡ଼ ମୁଖ୍ୟ ଶାଖା ଜୋନାଲ ଅଫିସ୍ ଏବଂ ଫିଲ୍ଡ ଜେନେରାଲ ମ୍ୟାନେଜରଙ୍କ ଅଫିସ୍କୁ ବୋମାରେ ଉଡ଼ାଇଦେବାକୁ ଧମକପୂର୍ଣ୍ଣ ଏକ ଇମେଲ୍ ଆସିଛି। ଇମେଲ୍ରେ ଅପରାହ୍ନ ୧ଟା ୧୧ ରେ ଚଣ୍ଡିଗଡ଼ର ଏକ […]
୭୦୦ ମିଟର ତଳକୁ ଖସିଲା ଯାତ୍ରୀବାହୀ ଗାଡ଼ି; ୧୦ ମୃତ, ୫ ଆହତ
କାଠମାଣ୍ଡୁ: ନେପାଳର ପାହାଡ଼ିଆ ରାସ୍ତାରେ ଗୁରୁବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଗାଡ଼ିଟି ରାସ୍ତାରୁ ନିୟନ୍ତ୍ରଣ ହରାଇ ପ୍ରାୟ ୭୦୦ ମିଟର ତଳକୁ ଖସିପଡ଼ିବାରୁ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନେପାଳର ମକୱାନପୁର ଜିଲ୍ଲା ଅନ୍ତର୍ଗତ ଭିମଫେଦି ଅଞ୍ଚଳର ଚିସାପାନି ଗଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି। ଗାଡ଼ିଟି କାଠମାଣ୍ଡୁରୁ ସରଲାହି ଅଭିମୁଖେ ଯାଉଥିବାବେଳେ ପାହାଡ଼ିଆ ରାସ୍ତାରେ ଭାରସାମ୍ୟ ହରାଇ […]
କେଜ୍ରିୱାଲଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହତ୍ୟା ଧମକ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ଦିଆଯିବା ସହ ୭ କୋଟି ଟଙ୍କାର ଦାଦାବଟି ଦାବି କରାଯାଇଥିବା ଅଭିଯୋଗ ହୋଇଛି। ଆପ୍ ବିଧାୟକ ଜରନୈଲ ସିଂହ ପୁଲିସ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ, ନିଜକୁ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ପରିଚୟ ଦେଇଥିବା ଜଣେ ବ୍ୟକ୍ତି ଦାବି ମୁତାବକ ଅର୍ଥ ନମିଳିଲେ କେଜ୍ରିୱାଲ ଏବଂ ତାଙ୍କ ଝିଅ ହର୍ଷିତାଙ୍କୁ […]
ବନ୍ଦ ହୋଇଯିବ ବଦ୍ରିନାଥ ମନ୍ଦିରର କବାଟ
ନୂଆଦିଲ୍ଲୀ: ବଦ୍ରିନାଥ ମନ୍ଦିରର କବାଟ ବନ୍ଦ କରିବା ପ୍ରକ୍ରିୟା ଗୁରୁବାର, ନଭେମ୍ବର ୧୨ ତାରିଖରୁ ଆରମ୍ଭ ହେବ। ନଭେମ୍ବର ୧୬ ତାରିଖ ରାତି ୯ଟା ୩୭ ମିନିଟ୍ରେ ଶୀତ ଋତୁ ପାଇଁ ମନ୍ଦିରର କବାଟ ବନ୍ଦ କରାଯିବ। ଏହା ପୂର୍ବରୁ ମନ୍ଦିରରେ ପାଞ୍ଚଟି ବିଶେଷ ପୂଜା ବା ପଞ୍ଚପୂଜା ସମ୍ପନ୍ନ ହେବ। ବଦ୍ରି-କେଦାର ମନ୍ଦିର କମିଟି (ବିକେଟିସି)ର ଗଣମାଧ୍ୟମ ପ୍ରଭାରୀ ଡକ୍ଟର ହରିଶ ଗୌଡ଼ଙ୍କ ସୂଚନା ଅନୁସାରେ, ନଭେମ୍ବର ୧୨ ତାରିଖରେ ଗଣେଶ ମନ୍ଦିରର କବାଟ ବନ୍ଦ […]
