1 min read

ଖଣି ମାଫିଆଙ୍କ ଆତଙ୍କରାଜ : ସରକାରୀ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ

*ବର୍ଷକ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ଖଣି ଅଧିକାରୀଙ୍କୁ ଦ୍ୱିତୀୟ ଆକ୍ରମଣ ଘଟଣା*ଗତ ଜାନୁଆରୀ ୧୪ ତାରିଖରେ ଜଣେ ଖଣି ଅଧିକାରୀଙ୍କୁ ହୋଇଥିଲା ସଂଘବଦ୍ଧ ଆକ୍ରମଣ ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଖୋର୍ଦ୍ଧା ଜିଲ୍ଲାରେ ପୁଣି ଥରେ ଆରମ୍ଭ ହୋଇଛି ଖଣି ମାଫିଆଙ୍କ ଗୁଣ୍ଡାରାଜ । ଖଣି ଯାଞ୍ଚ କରିବାକୁ ଯାଇଥିବା ୫ ଜଣ ସରକାରୀ ଅଧିକାରୀଙ୍କୁ ଖଣି ମାଫିଆମାନେ ମରଣାନ୍ତକ ଆକ୍ରମଣ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନାର ବଡ଼ପୋଖରୀଆ ଗ୍ରାମରେ ଘଟିଛି ଘଟଣା । ଖଣି […]

1 min read

ନଦୀ ମଧ୍ୟକୁ ଖସିଲା ବସ୍‌ : ୧୪ ମୃତ, ୧୬ ଗୁରୁତର

କାଠମାଣ୍ଡୁ/ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ନେପାଳରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା । ୪୦ ଭାରତୀୟ ଯାତ୍ରୀଙ୍କୁ ଧରି ଯାଉଥିବା ଏକ ବସ୍‌ ନଦୀକୁ ଖସି ପଡ଼ିଥିବା ଜଣାଯାଇଛି । ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ପ୍ରାୟ ୪୦ ଭାରତୀୟ ଯାତ୍ରୀ ପୋଖରାର ଏକ ରିସର୍ଟରେ ଥିଲେ । ସେମାନଙ୍କୁ ଧରି ବସ୍‌ଟି ପୋଖରାରୁ କାଠମାଣ୍ଡୁ ଅଭିମୁଖେ ଯାଉଥିଲା । ମାତ୍ର ଡ୍ରାଇଭର ଜଣକ […]

1 min read

ପ୍ରକାଶ ପାଇଲା ସପ୍ଲିମେଣ୍ଟାରୀ ମାଟ୍ରିକ ପରୀକ୍ଷା ଫଳ

କଟକ,୨୩-୦୮-୨୪ (ପିପିଏସ) : ୨୦୨୪ ସପ୍ଲିମେଣ୍ଟାରୀ ମାଟ୍ରିକ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି । ଏଥର ମୋଟ ୭୯୬ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪୪୧ ଛାତ୍ରୀଛାତ୍ର ପାସ କରିଛନ୍ତି । ପାସ୍‌ ହାର ୫୫.୪% ରହିଛି । ସେହିପରି ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା(ଏସ୍‌ଓଏସ୍‌ସି) ରେଜଲ୍ଟ ମଧ୍ୟ ପ୍ରକାଶ ପାଇଛି । ଏଥିରେ ସମସ୍ତ ୫ଟି ବିଷୟରେ ୧୬ହଜାର ୯୦୮ଜଣ ପରୀକ୍ଷା ଦେଇଥିବା ବେଳେ ୯୪୩୫ଜଣ ପାସ୍‌ କରିଛନ୍ତି । […]

1 min read

ଆଇପିଏସ୍‌ ଅଧିକାରୀ ଆଶିଷ ସିଂ ଏବଂ ଡିଏସ୍ କୁଟେଙ୍କ ପାଇଁ ଅଡୁଆ ବଢ଼ାଇ ପାରନ୍ତି ମୋହନ ସରକାର

*କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ଗୃହ ବିଭାଗ*୩୦ ଦିନ ଭିତରେ ଉଭୟଙ୍କୁ ଉତ୍ତର ଦେବା ପାଇଁ ନିର୍ଦ୍ଦେଶ*ଉତ୍ତର ନଦେଲେ, ଉଭୟଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଆଇପିଏସ୍‌ ଅଧିକାରୀ ଆଶିଷ ସିଂ ଏବଂ ଡିଏସ୍ କୁଟେଙ୍କ ପାଇଁ ଅଡୁଆ ବଢ଼ିଛି । ଗୃହ ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି । ଆଶିଷ ସିଂହ ଓ ଡିଏସ୍ କୁଟେ ଉପରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି । ଗୃହ ବିଭାଗ […]

1 min read

କେଉଁମାନେ ପାଇବେ, କେଉଁମାନେ ପାଇବେ ନାହିଁ ସୁଭଦ୍ରା ସହାୟତା : କେଉଁଠାରେ କରିବେ ଆବେଦନ ?

ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଶୁକ୍ରବାର ରାଜ୍ୟ ସରକାର ସୁଭଦ୍ରା ଯୋଜନା ପାଇଁ ଏସ୍‌ଓପି ଆଣିଛନ୍ତି । ଏହି ଯୋଜନାରେ କେଉଁମାନେ ସହାୟତା ପାଇବେ, କେଉଁମାନେ ସହାୟତା ପାଇବେ ନାହିଁ ଓ ହିତାଧିକାରୀ କେମିତି କରିବେ ଆବେଦନ, ସେ ସଂପର୍କରେ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିଭଳି ଆବେଦନ କରିବେ *ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ଜନ ସେବା କେନ୍ଦ୍ରରେ ଆବେଦନ କରିହେବ*ଏସବୁ ଜାଗାରେ ମାଗଣାରେ […]

1 min read

ରାଜ୍ୟ କଂଗ୍ରେସକୁ ମିଳୁନାହାନ୍ତି ମୁଖିଆ

ବିଳମ୍ବ ପରେ ବିଳମ୍ବନେତା କର୍ମୀଙ୍କ ଧର୍ଯ୍ୟଚ୍ୟୁତିବରିଷ୍ଠ ନେତାଙ୍କ ଉପରୁ ଭରସା ତୁଟୁଛି ଭୁବନେଶ୍ୱର/ ୨୩-୦୮-୨୪ (ପିପିଏସ ): ପ୍ରଦେଶ କଂଗ୍ରେସ କମିଟି ଭଙ୍ଗ ହେବାର ମାସେ ପୂରିଲାଣି । ନୂଆ ପିସିସି ସଭାପତି ଚୟନ ପାଇଁ ଆହୁରି କେତେ ଦିନ ଲାଗିବ ତା’ର ଠିକ ଠିକଣା ନାହିଁ । ଅତି କମ୍‌ରେ ଆହୁରି ଦେଢ଼ ମାସ ଲାଗିପାରେ । ଲମ୍ବା ପ୍ରକ୍ରିୟା ପରେ ଯାଇ ପିସିସି ସଭାପତି ବଛା ହେବ। ରାଜ୍ୟର ୩୧୪ ବ୍ଲକରେ ଥିବା କଂଗ୍ରେସ […]

1 min read

ପାତାଳି ଶ୍ରୀକ୍ଷେତ୍ରରୁ ହୁଣ୍ଡି ଚୋରି 

ବୀରମହାରାଜପୁର/ଭୁବନେଶ୍ୱର ୨୩-୦୮-୨୪ (ପିପିଏସ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରୁ ତାଲା କାଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ହୁଣ୍ଡି ଚୋରି ହୋଇଥିବା ଜଣାଯାଇଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଜଗନ୍ନାଥ ମନ୍ଦିରର ଗେଟ୍ ଓ କବାଟର ତାଲା କାଟି ହୁଣ୍ଡି ସମେତ ତିନୋଟି ଏମ୍ପ୍ଲିଫାୟାର, ମହାପ୍ରଭୁଙ୍କ ପାଟଶାଢ଼ୀ ଓ ଗାମୁଛା ସହ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଜଣାପଡ଼ିଛି। ସକାଳୁ ପୂଜକ ପହଞ୍ଚିବା ପରେ ମନ୍ଦିରର ତାଲା […]

1 min read

ରାଜ୍ୟ ସରକାର ଆଣିଲେ ଏସଓପି : ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ସରକାରଙ୍କ ବହୁ ପ୍ରତିକ୍ଷିତ ଯୋଜନା ସୁଭଦ୍ରା ଏସଓପି ଜାରି ହୋଇଛି। ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଗୃହରେ ‘ସୁଭଦ୍ରା’ ଯୋଜନା SOP ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଗତକାଲି କ୍ୟାବିନେଟ୍‌ରେ SOP ପାରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ଡିବିଟି ମାଧ୍ୟମରେ ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା […]

1 min read

ପୁଣି ଖୋଲିଲା ରତ୍ନ ଭଣ୍ଡାର

ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର , ସ୍ଥାନାନ୍ତରଣ ସମୟରେ ଦର୍ଶନ ବନ୍ଦ ଭୁବନେଶ୍ୱର/ ପୁରୀ/ ୨୩-୦୮-୨୪ (ପିପିଏସ ): ପୁଣି ଥରେ ଖୋଲିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର। ଶୁକ୍ରବାର ଦିନ ପ୍ରାୟ ୨ଟା ସମୟରେ ରତ୍ନ ଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ଵନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଉପସ୍ଥିତିରେ ରତ୍ନ ଭଣ୍ଡାର ଖୋଲାଯାଇ ଖାଲି ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର କରାଯାଉଛି। ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଏକ କୋଠରୀକୁ ସ୍ଥାନାନ୍ତର […]

1 min read

କ୍ଷତିପୂରଣ ଦାବିରେ ରାସ୍ତାରୋକ

ଭୁବନେଶ୍ୱର /୨୩-୦୮-୨୪ (ପିପିଏସ ): ମଥୁରା ନିକଟରେ ଶୁକ୍ରବାର ସକାଳେ ଘଟିଥିବା ଦୁର୍ଘଟଣାରେ ମୃତ ଚାଳକଙ୍କ ପରିବାରର ସମ୍ପର୍କୀୟମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ଫଳରେ ଭବାନୀପାଟଣାରୁ ଜୟପୁର ମଧ୍ୟରେ ୨୬ ନମ୍ୱର ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହେଇଛି। ଉଲ୍ଲେଖଯୋଗ୍ୟ ସକାଳେ ଏକ ଟ୍ରକକୁ ଧକ୍କା ଦେଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବୋଲେରୋ ଚାଳକ ଦୀଲିପ ନାଏକ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ଏ ସଂକ୍ରାନ୍ତରେ ସୂଚନା ପାଇଁ […]