କେନ୍ଦ୍ର ସରକାର ୧୫୬ଟି କକଟେଲ୍ ଔଷଧକୁ ନିଷିଦ୍ଧ କରିଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): କେନ୍ଦ୍ର ସରକାର ୧୫୬ଟି କକଟେଲ୍ ଔଷଧକୁ ନିଷିଦ୍ଧ କରିଛନ୍ତି । ନିଷିଦ୍ଧ ଔଷଧ ତାଲିକାରେ ରହିଛି କେଶ ବୃଦ୍ଧି, ତ୍ୱଚାର ଯତ୍ନ ଏବଂ ଯନ୍ତ୍ରଣା ଉପଶମ, କିମ୍ବା ମଲ୍ଟିଭିଟାମିନ୍, ଆଣ୍ଟିପାରାସିଟିକ୍ସ, ଆଣ୍ଟିଆଲର୍ଜିକ୍ସ ଏବଂ ଆହୁରି ଅନେକ ଔଷଧ । ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫଡିସି) ହେଉଛି ଏକ ଔଷଧ ଯାହା ଗୋଟିଏ ବଟିକାରେ ଏକରୁ ଅଧିକ ଔଷଧକୁ ମିଶାଇଥାଏ ଏବଂ ଏହାକୁ ‘କକଟେଲ୍’ ଔଷଧ ମଧ୍ୟ କୁହାଯାଏ । ତେବେ ଔଷଧ କମ୍ପାନିଗୁଡ଼ିକ […]
୪ଟା ଯାଏ ବିଧାନସଭା ମୁଲତବୀ
ଭୁବନେଶ୍ବର/୨୪-୦୮-୨୪ (ପିପିଏସ): ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଗତକାଲି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଥିଲା। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ। ବିଧାନସଭାରେ ବାଚସ୍ପତିଙ୍କୁ ଏହି ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ନିନ୍ଦା ପ୍ରସ୍ତାବ ଗୃହୀତ, ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେଛନ୍ତି ବାଚସ୍ପତି ସୁରମା ପାଢ଼ୀ। ହେଲେ […]
ଅଚିହ୍ନା ଶବ ଉଦ୍ଧାର କଲା ଝରିଗାଁ ପୁଲିସ
ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): ଝରିଗାଁ ଥାନା ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ନଦୀକୂଳରେ ଭାସୁଥିବା ଏକ ଅଚିହ୍ନା ଶବ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ତେଲନଦୀ ପଞ୍ଚାୟତ ଗୁଦଗୁଦା ଗ୍ରାମର କିଛି ଲୋକ ଗତକାଲି ସକାଳୁ ଶୌଚ ପାଇଁ ନଦୀ କୂଳକୁ ଯାଇଥିଲେ। ସେଠାରେ ଜଣେ ଲୋକଙ୍କ ଶବ ନଦୀକୂଳରେ ଭାସୁଥିବା ଦେଖି ତୁରନ୍ତ ସ୍ଥାନୀୟ ସରପଞ୍ଚ ରାଜୁ ସାନ୍ତାଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସରପଞ୍ଚ ରାଜୁ ସାନ୍ତା କିଛି ଲୋକଙ୍କୁ ନେଇ […]
ଦୁଷ୍କର୍ମ ଅଭିଯୁକ୍ତ ଡାକ୍ତର ଏଏସସିବିରୁ ବହଷ୍କୃତ
କଟକ/୨୪-୦୮-୨୪ (ପିପିଏସ): ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଚିକିତ୍ସା ବାହାନାରେ ଦୁଷ୍କର୍ମ ଘଟଣାରେ ଆଗରୁ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। […]
ଛତିଆ ପ୍ରାଣୀ ଚିକିତ୍ସାଳୟରେ ତାଲା ପକାଇଲେ ଲୋକେ
ଛତିଆ/୨୪-୦୮-୨୪ (ପିପିଏସ): ପ୍ରାଣୀ ଚିକିତ୍ସକ ନଥିବାରୁ ସ୍ଥାନୀୟ ଲୋକେ ବଡ଼ଚଣା ବ୍ଲକ୍ ଛତିଆସ୍ଥିତ ପ୍ରାଣୀ ଚିକିତ୍ସାଳୟରେ ତାଲା ପକାଇଛନ୍ତି। ଅଭିଯୋଗ ମୁତାବକ ସୋଲର ଗ୍ରାମର କଳିଙ୍ଗ ଓଝା ଓ ସ୍ଥାନୀୟ ଲୋକେ ଏକ ଅସୁସ୍ଥ ଷଣ୍ଢକୁ ଚିକିତ୍ସା ପାଇଁ ପ୍ରାଣୀ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ପଚାରିବାରୁ ଚିକିତ୍ସାଧିକାରୀ ନାହାନ୍ତି ବୋଲି କହିଥିଲେ। ଚିକିତ୍ସକଙ୍କ ଫୋନ୍ ନମ୍ୱର ମାଗିବାରୁ କର୍ମଚାରୀ ଜଣଙ୍କ ମନାକରିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ […]
ମହିଳାଙ୍କୁ ଅସମ୍ମାନ ଓ ଦୁର୍ବ୍ୟବହାର କରିବା ବିଜେଡିର ଚରିତ୍ର : ଏଶ୍ୱର୍ଯ୍ୟା
ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବିଧାନସଭାରେ ବାଚସ୍ପତିଙ୍କୁ ବିଜେଡି ବିଧାୟକଙ୍କ ବ୍ୟବହାରକୁ ନେଇ ବିଜେପି ରାଜ୍ୟ କାର୍ଯ୍ୟାଳୟଠାରେ ଶୁକ୍ରବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ଉପରେ ବର୍ଷିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଏଶ୍ୱର୍ଯ୍ୟା ବିଶ୍ୱାଳ l ଐଶ୍ୱର୍ଯ୍ୟା କହିଛନ୍ତି, ଗତ ୨୪ ବର୍ଷ ଶାସନରେ ରହିବା ପରେ ଓଡ଼ିଶାକୁ ବିଜେଡି ନିଜର ଜାଗିର ବୋଲି ଭାବୁଥିଲା। କ୍ଷମତାଚ୍ୟୁତ ହେବା ପରେ ଦଳ ତାକୁ ସହଜରେ ଗ୍ରହଣ କରି ନ ପାରି ଗୃହରେ ନିଜର ହତାଶାଭାବ ପ୍ରଦର୍ଶିତ […]
ବିଷାକ୍ତ ମଦ ମୃତ୍ୟୁ ମାମଲା : ପରିବାର ବର୍ଗଙ୍କୁ ଭେଟିଲେ ବିଜେପି ଓ କମ୍ୟୁନିଷ୍ଟ ଦଳର ପ୍ରତିନିଧି
ଚିକିଟୀ/ବ୍ରହ୍ମପୁର,୨୪-୦୮-୨୪ (ପିପିଏସ) : ସ୍ଥାନୀୟ କେ.ନୂଆଗାଁ ଥାନା ଅନ୍ତର୍ଗତ ଜେନାପୁର ଗ୍ରାମର ବିଷାକ୍ତ ମଦ ମୃତ୍ୟୁ ହୋଇଥିବା ଘଟଣା ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି l ଏହାକୁ ନେଇ ବିଭିନ୍ନ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି l ପୀଡ଼ିତ ପରିବାରକୁ ଭେଟିବା ପାଇଁ ବିଜେପିର ର ଏକ ଟିମ ଜେନାପୁର ଗ୍ରାମରେ ପହଂଚି ଥିଲା l ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମିନା ଦ୍ୟାନ ସାମନ୍ତରାଙ୍କ ନେତୃତ୍ୱରେ ଦଳୀୟ କର୍ମୀଙ୍କ ସହିତ ଏହି ଟିମ […]
ଓଏସଆରଟିସି ସିଏଓ ଙ୍କୁ ବାନ୍ଧିଲା ଭିଜିଲାନ୍ସ : କେରଳରେ ଠାବ ହେଲା ଦୁଇ ମହଲା କୋଠା
ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବନ୍ଧାହେଲେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି । ଶୁକ୍ରବାର ଶ୍ରୀ ମଙ୍ଗରାଜଙ୍କ ବାସଭବନ, କାର୍ଯ୍ୟାଳୟ ଓ ସମ୍ପର୍କୀୟଙ୍କ ଘର ସମେତ ଏକସଙ୍ଗେ ୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ଶ୍ରୀ ମଙ୍ଗରାଜଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ୍ ହୋଇଥିଲେ। ଏକାଧିକ କୋଠା ସାଙ୍ଗକୁ, ବିପୁଳ ବ୍ୟାଙ୍କ ଜମା ଓ ବୀମା […]
ମହାନଦୀକୁ ଡେଇଁଲେ ହାଇସ୍କୁଲ ଛାତ୍ରୀ : ବ୍ରିଜ୍ ଉପରେ ରହିଛି ସାଇକେଲ ଓ ଚପଲ
ସମ୍ବଲପୁର/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ମହାନଦୀକୁ ଡେଇଁପଡିଲେ ହାଇସ୍କୁଲ ଛାତ୍ରୀ। ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ମହାନଦୀକୁ ହାଇସ୍କୁଲ ଛାତ୍ରୀ ଜଣକ ଡେଇଁ ପଡିଥିବା ସୂଚନା ମିଳିଛି। ଛାତ୍ରୀ ଜଣଙ୍କ ନାଁ କାଜଲ ବୋଲି ଜଣାପଡିଛି। ଆଜି ସକାଳେ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ଏହାପରେ ସେ ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀକୁ ଡେଇଁ ପଡିଥିଲେ। ପ୍ରାତଃ ଭ୍ରମଣରେ କିଛି ଲୋକ ଆସିଥିବା ବେଳେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର […]
ଝରଣା ପାଣି ଏବେ ଜହର : ମାଟି ଓ ପାଣିରେ ହେକ୍ସାଭାଲେଣ୍ଟ କ୍ରୋମିୟମ୍
*ବିଷ ବଳୟରେ “ଲାଇଫ ଲାଇନ”*ଯାଜପୁର ଓ ଢେଙ୍କାନାଳ ଜିଲ୍ଲାର ୭୦ରୁ ଅଧିକ ଗାଁ ପ୍ରଭାବିତ*ରୋଗରେ ଆକ୍ରାନ୍ତ ହୋଇ ଅକାଳରେ ପ୍ରାଣ ହରାଉଛନ୍ତି ଲୋକମାନେ କାଳିଆପାଣି/ଭୁବନେଶ୍ୱର,୨୩-୦୮-୨୪ (ପିପିଏସ) : ଦିନେ ଝରଣା ପାଣିକୁ ସିଧାସଳଖ ପିଇ ହେଉଥିଲା । ଶୋଷିଲା ପଥିକ ଓ ସ୍ଥାନୀୟ ଲୋକେ ଏହାକୁ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ । ଦୈତାରୀ ପର୍ବତମାଳା ଓ ମହାଗିରି ପର୍ବତମାଳାର ମଧ୍ୟବର୍ତ୍ତୀ ରାଇଘାଟିରୁ ଦକ୍ଷିଣରେ ସୁକିନ୍ଦା କ୍ରୋମ୍ ଉପତ୍ୟକା ଆଡ଼କୁ ପ୍ରବାହିତ ଚିରସ୍ରୋତା ଡମଶାଳ ନାଳ ଅଞ୍ଚଳବାସୀଙ୍କ […]
