ବିଜେଡି ର ୨ ବିଧାୟକଙ୍କୁ ହାଇକୋର୍ଟ ନୋଟିସ
ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ପୁଣି ୨ ବିଧାୟକଙ୍କୁ ଲାଗିଲା ଝଟ୍କା। ୨ଟି ନିର୍ବାଚନୀ ଅନିୟମିତତା ମାମଲାରେ ହାଇକୋର୍ଟ ନୋଟିସ ଜାରିକରିଛନ୍ତି। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ସହିତ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ନୋଟିସ ହୋଇଛି। ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ରୁଜୁ ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ନାମାଙ୍କନ ବେଳେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ନୋଟିସ ହୋଇଛି। ସେପ୍ଟେମ୍ବର ମାସରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୂର୍ବରୁ […]
ମଙ୍ଗଳବାର ପ୍ରବଳ ବର୍ଷିବ : ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା
ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ମଙ୍ଗଳବାର ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ୧୫ଟି ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ନିଅଣ୍ଟିଆ ବର୍ଷା ପରିସ୍ଥିତି ଜାରି ରହିଛି। ଗତ ଜୁନ୍ ପହିଲାରୁ ଆଜି ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷାଠାରୁ ୯ ପ୍ରତିଶତ କମ୍ ବର୍ଷା ହୋଇଥିବାର ସୂଚନା […]
ସମସ୍ତଙ୍କୁ ମିଳିବ “ଜମି” ଓ “ଘର”
ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଦେଇଛନ୍ତି ବଡ଼ ସୂଚନା l ସମସ୍ତ ଭୂମିହୀନ ଓ ବାସହୀନ ମାନଙ୍କୁ ମିଳିବ ଜମି ଓ ବାସଗୃହ l ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ ଡେସିମିଲ ଜମି ଦିଆଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏ ଜମି ମିଳିବ। ସହରାଞ୍ଚଳରେ ବସ୍ତି ବାସିନ୍ଦା ଓ […]
ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ : ଜାଣନ୍ତୁ କେଉଁଥିରେ ରହିବ “ଫୋକସ”
ଭୁବନେଶ୍ୱର,୧୨/୮୧୨/୮/୨୪ (ପିପିଏସ) : ସୋମବାର ସନ୍ଧ୍ୟାରେ ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଥିବା ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତ କରିବେ । ଏନ୍ଏ୍ଚଆଇ କର୍ତ୍ତୃପକ୍ଷଙ୍କ ସହ ଓଡ଼ିଶା ଜାତୀୟ ରାଜପଥ ନେଇ ଆଲୋଚନା କରିବେ। ଏହାସହ ଅନେକ କେନ୍ଦ୍ରମନ୍ତ୍ରୀ ଓ କେନ୍ଦ୍ରୀୟ ନେତୃତ୍ୱଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ରେଳ ପ୍ରକଳ୍ପ ପରେ ଜାତୀୟ ରାଜପଥ ଏବଂ ସଡ଼କ ପଥ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କ ଫୋକସ […]
ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ କେଜ୍ରିୱାଲ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪ (ପିପିଏସ): ସୁପ୍ରିମକୋର୍ଟରେ ସିବିଆଇ ଗିରଫକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଚ୍ୟାଲେଞ୍ଜ କରିଛନ୍ତି। କେଜ୍ରିଓ୍ବାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭି ଶୀଘ୍ର ଶୁଣାଣି କରିବାକୁ ଦାବି କରିଛନ୍ତି। ପ୍ରଧାନ ବିଚାରପତି ତାଙ୍କୁ ଆନୁଷ୍ଠାନିକ ଭାବେ ଏକ ଇମେଲ ପଠାଇବାକୁ କହିଛନ୍ତି । ଇଡି ମାମଲାରେ କେଜ୍ରିଓ୍ବାଲଙ୍କୁ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିସାରିଛନ୍ତି। କିନ୍ତୁ ସେ ଏପର୍ଯ୍ୟନ୍ତ ସିବିଆଇ ମାମଲାରେ ଜାମିନ ପାଇନାହାନ୍ତି। ଗିରଫ ବିରୋଧରେ କେଜ୍ରିଓ୍ବାଲଙ୍କ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ପ୍ରତ୍ୟାଖ୍ୟାନ […]
ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ପରଲୋକ
ଭୁବନେଶ୍ୱର,୧୨/୮/୨୪ (ପିପିଏସ) : ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କ ମୃତ୍ୟୁ । କର୍କଟ ରୋଗରେ ପୀଡିତ ହୋଇ ସେ ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିଲେ। ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୂର୍ବତନ ଜେଲ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ୨୦୦୬ ମସିହାରେ ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ଜଣେ ଜର୍ମାନ୍ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା ବିତ୍ତିହୋତ୍ରଙ୍କ ନାଁରେ । ରାଜସ୍ଥାନ ଅଲଓ୍ବାରକୁ ବୁଲିବାକୁ ଯାଇଥିବାବେଳେ […]
ଆଉଜଣେ କୁବେର ଯନ୍ତ୍ରୀ : ୯ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ
ଭୁବନେଶ୍ୱର,୧୨/୮/୨୪(ପିପିଏସ) : ଜିଲାନ୍ସ ଜାଲରେ ଆଉ ଜଣେ କୁବେର ଯନ୍ତ୍ରୀ । R&B ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍ ବେଳେ ମିଳିଛି ବିପୁଳ ସମ୍ପତ୍ତି। ତାଙ୍କ ଭୁବନେଶ୍ବର ଘରୁ ମିଳିଛି ପୁଳା ପୁଳା ସୁନା, ହୀରା ଓ ରୂପା ଗହଣା। ବିଭିନ୍ନ ଡିଜାଇନର ବହୁ ଗହଣା ସାଙ୍ଗକୁ ସୁନା ବିସ୍କୁଟ୍, ସୁନା କଏନ୍, ଭିନ୍ନ ଭିନ୍ନ ଡିଜାଇନ୍ ର ଦାମୀ ଘଣ୍ଟା ଏବଂ ବହୁ ବିଦେଶୀ ମୁଦ୍ରା ମିଳିଛି। ଯେମିତି […]
ଭାରତ ଆଗରେ ନଇଁଲା ଋଷିଆ, ଭାରତୀୟ ସୈନ୍ୟଙ୍କୁ ଫେରାଇବା ନେଇ ଦେଲା ବଡ଼ ବୟାନ : ମିଳିବ କ୍ଷତିପୂରଣ
ମସ୍କୋ/ନୂଆଦିଲ୍ଲୀ,୧୨/୮/୨୪(ପିପିଏସ) : ଭାରତର ଲଗାତାର ଚାପ ପରେ ଋଷିଆ ଶେଷରେ ତା’ ସେନାରେ କାର୍ଯ୍ୟ କରୁଥିବା ଭାରତୀୟମାନଙ୍କୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଆଶ୍ୱସନା ଦେଇଛି । ଏହି ପରିପ୍ରେକ୍ଷୀରେ, ଦିଲ୍ଲୀସ୍ଥିତ ଋଷିଆ ଦୂତାବାସ କହିଛି ଯେ, ଭାରତୀୟଙ୍କୁ ଋଷିଆ ସୈନ୍ୟ ବାହିନୀରୂ ବାହାର କରିବା ପାଇଁ ମସ୍କୋ ଲଗାତାର କାର୍ଯ୍ୟ କରୁଛି। ଋଷିଆ ଦୂତାବାସ ସୂଚନା ଦେଇଛି ଯେ ଏପ୍ରିଲ ମାସରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଋଷିଆର ସଶସ୍ତ୍ର ବାହିନୀରେ ଭାରତୀୟଙ୍କ ସମେତ ଅନ୍ୟ ଦେଶର ନାଗରିକ ନିଯୁକ୍ତି […]
ନଭି ମୁମ୍ବାଇରୁ ଗିରଫ ହେଲେ ୫ ବାଂଲାଦେଶୀ ଅନୁପ୍ରବେଶକାରୀ
ନଭି ମୁମ୍ବାଇ/ଭୁବନେଶ୍ୱର,୧୨/୮/୨୪(ପିପିଏସ) : ବାଂଲାଦେଶର ଗମ୍ଭୀର ପରିସ୍ଥିତିକୁ ନେଇ, ନଭି ମୁମ୍ବାଇରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନଭି ମୁମ୍ବାଇ ପୁଲିସ ୫ ଜଣ ବାଂଲାଦେଶୀଙ୍କୁ ଗିରଫ କରିଛି। ନଭି ମୁମ୍ବାଇର କୋପରଖାଇରାନେ ଅଞ୍ଚଳର ଏକ କୋଠାରୁ ସେମାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ବାଂଲାଦେଶ-ଭାରତ ସୀମାରୁ ଅନୁପ୍ରବେଶ କରି ସେଠାରୁ ନଭି ମୁମ୍ବାଇରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ନଭି ମୁମ୍ବାଇରେ ପହଞ୍ଚିବା ପରେ କୋପରଖାଇରାନେ ଅଞ୍ଚଳରେ ବେଆଇନ ଭାବେ ରହୁଥିଲେ। ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ମହିଳା […]
ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ : ୭୪% ନାଗରିକ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ
ନୂଆଦିଲ୍ଲୀ/ଭୁବନେଶ୍ୱର,୧୨/୮/୨୪(ପିପିଏସ) : ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନରେ ଲୋକମାନେମାସକର ଖର୍ଚ୍ଚ ମଧ୍ୟ ପୂରଣ କରିବାରେ ଅସମର୍ଥ ହେଉଛନ୍ତି। ପାକିସ୍ତାନର ସହରୀ ଅଞ୍ଚଳରେ ମୁଦ୍ରାସ୍ଫିତି ଗତବର୍ଷ ତୁଳନାରେ ୧୪ ପ୍ରତିସହତ ବୃଦ୍ଧି ପାଇଛି । ଫଳସ୍ୱରୂପ, ଦେଶର ୭୪% ସହରାଞ୍ଚଳର ଲୋକ ବର୍ତ୍ତମାନର ଆୟ ସହିତ ମାସିକ ଖର୍ଚ୍ଚ ପୂରଣ କରିବାରେ ଅସମର୍ଥ ବୋଲି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ନିକଟରେ ପଲ୍ସ କନସଲଟାଣ୍ଟ ପକ୍ଷରୁ କରାଯାଇଥିବା ସର୍ବଶେଷ ଅଧ୍ୟୟନ ଅନୁଯାୟୀ, ମେ […]