1 min read

ଛାତ୍ରୀଙ୍କୁ ୧୯୦ ଥର ଉଠାବସା ଘଟଣା: ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି

ରାଇରଙ୍ଗପୁର/ଭୁବନେଶ୍ୱର:୧୪-୦୮-୨୪(ପିପିଏସ ): ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଛାତ୍ରୀଙ୍କ ପିତା ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ଫଳସ୍ୱରୂପ ରାଇରଙ୍ଗପୁର ଅତିରିକ୍ତ […]

1 min read

ପାକିସ୍ତାନ ଭାରତରେ ମିଶିବ, ନହେଲେ ଇତିହାସରୁ ସବୁଦିନ ପାଇଁ ଲିଭିଯିବ : ଯୋଗୀ

ଲକ୍ଷ୍ନୌ/ଭୁବନେଶ୍ୱର :୧୪-୦୮-୨୪(ପିପିଏସ ): ପାକିସ୍ତାନ ଭାରତରେ ମିଶିବ, ନହେଲେ ଇତିହାସରୁ ସବୁଦିନ ପାଇଁ ଲିଭିଯିବ । ଲକ୍ଷ୍ନୌର ବିଭାଜନ ବିଭୀଷକା ସ୍ମୃତି ଦିବସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି ମହର୍ଷି ଅରୋବିନ୍ଦ ୧୯୪୭ ମସିହାରେ ଘୋଷଣା କରିଥିଲେ ଯେ ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର କୌଣସି ବାସ୍ତବତା ନାହିଁ। ତାଙ୍କ କହିବା ମୁତାବକ, “ଆଧ୍ୟାତ୍ମିକ ଜଗତରେ ପାକିସ୍ତାନର ପ୍ରକୃତ ରୂପ ନାହିଁ, ତେଣୁ ତା’ର ବିନାଶ ହିଁ […]

1 min read

ପ୍ରକାଶ ପାଇଲା ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି : ପ୍ରାର୍ଥୀଙ୍କୁ ନେଇ କଳ୍ପନାଜଳ୍ପନା

ଭୁବନେଶ୍ୱର,୧୪/୮(ପିପିଏସ) : ରାଜ୍ୟସଭା ଉପନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି । ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ସମେତ ୯ ରାଜ୍ୟର ୧୨ ଆସନରେ ହେବ ଉପନିର୍ବାଚନ। ଆସନ୍ତା ୨୧ ତାରିଖ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରାଯିବ। ୨୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ। ସେପ୍ଟେମ୍ବର […]

1 min read

ଛାତ୍ରୀଙ୍କୁ ୧୯୦ ଥର ବସଉଠ ଘଟଣା : ଶିକ୍ଷୟିତ୍ରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

ରାଇରଙ୍ଗପୁର/ଭୁବନେଶ୍ବର,୧୪/୮(ପିପିଏସ) : ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସାନମଉଦା ଓଡିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ର ଜନୈକ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷୟିତ୍ରୀ ନିର୍ମଳା ଜେନାଙ୍କ ଅମାନବୀୟ ଭାବେ ୧୯୦ ଥର ଉଠା ବସା ଘଟଣା ସମଗ୍ର ଜିଲ୍ଲାରେ ଆଲୋଚ୍ୟ ବିଷୟବସ୍ତୁ ପାଲଟିଛି। ଏହା ଅଭିଭାବକମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ପୃକ୍ତ ଛାତ୍ରୀଙ୍କ ପିତା ରାଇରଙ୍ଗପୁର ବିଇଓଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଘଟଣାର ନିରପେକ୍ଷ ତଦନ୍ତ ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହାର ଫଳସ୍ୱରୂପ ରାଇରଙ୍ଗପୁର ଅତିରିକ୍ତ […]

1 min read

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି ବିରୋଧର ଅଗଷ୍ଟ୨୧ରେ ଭାରତ ବନ୍ଦ : ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିବ ଅଖ ଚକ

ନୂଆଦିଲ୍ଲୀ/ଭୁବନେଶ୍ବର,୧୪/୮(ପିପିଏସ) : ସଂରକ୍ଷଣକୁ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଆସନ୍ତା ଅଗଷ୍ଟ ୨୧ ତାରିଖରେ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ସଫଳ କରିବା ଲାଗି ଅନୁସୂଚିତ ଓ ଜନଜାତି ବର୍ଗ ପକ୍ଷରୁ ଆହ୍ବାନ କରାଯାଇଛି। ଉତ୍ତରପ୍ରଦେଶର ଦାଉଦନଗର ଜଳସେଚନ ବିଭାଗ ଡାକବଙ୍ଗଳାର ଅନୁସୂଚିତ ଜାତି ସମାଜର ବରିଷ୍ଠ ନାଗରିକଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଛି। ବନ୍ଦ ପାଳନ ସମୟରେ ସମ୍ପୂର୍ଣ୍ଣ ରୂପେ ଚକ ବନ୍ଦ ରହିବ। ଏହାକୁ କିପରି ସଫଳ କରାଯିବ ସେ​ ନେଇ […]

1 min read

ରାଜଧାନୀରେ ‘ହର ଘର ତ୍ରିରଙ୍ଗା’ : ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୧୪/୮(ପିପିଏସ) : ୭୮ ତମ ସ୍ୱାଧୀନତା ଦିବସ ପାଇଁ ଉତ୍ସବ ମୁଖର ସାରା ଭାରତ l ପାଳିତ ହେଉଛି “ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା” l ରାଜଧାନୀ ଭୁବନେଶ୍ୱର ରେ ଆୟୋଜିତ ‘ହର ଘର ତ୍ରିରଙ୍ଗା’ ରାଲିରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଏକାମ୍ର ବିଧାୟକ ବାବୁ ସିଂ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ବିଜେପିର ବରିଷ୍ଠ ନେତା ଜଗନ୍ନାଥ […]

1 min read

ଦନ୍ତହାତୀ ଆତଙ୍କ : ଗର୍ଭବତୀ ମହିଳା ସହିତ ଶିଶୁପୁତ୍ରର ଜୀବନ ନେଲା, ଅନ୍ୟ ତିନି ଶିଶୁ ଗୁରୁତର

ସୁନ୍ଦରଗଡ଼,୧୪/୮(ପିପିଏସ): ସୁନ୍ଦରଗଡ଼ ଜିଲା ବରସୁଆଁ ଫରେଷ୍ଟ ରେଞ୍ଜ ଅଂଚଳରେ ଦେଖାଦେଇଛି ଦନ୍ତାହାତୀ ଆତଙ୍କ l କୋଇଡା ବ୍ଲକ କୋଇଡା ଗ୍ରାମ ପଞ୍ଚାୟତର ବାଲିଝୁଡ଼ି ଗ୍ରାମରେ ଘଟିଛି ମର୍ମନ୍ତୁଦ ଘଟଣା l କାନ୍ଥ ପଡି ଜଣେ ଗର୍ଭବତୀ ମହିଳାଙ୍କ ସମେତ କୁନିଶିଶୁ ପୁତ୍ରଙ୍କ ଜୀବନ ଯାଇଥିବାବେଳେ, ଅନ୍ୟ ତିନିଜଣ ଶିଶୁ ଗୁରୁତର ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବାଲିଝୁଡ଼ି ଗ୍ରାମର ଭରତ ଭୋଗତା ୪ ଦିନ ତଳେ ଦାଦନ ଖଟିବା ପାଇଁ ବେଙ୍ଗାଲୁରୁ ଯାଇଥିଲେ। ଘରେ ସ୍ତ୍ରୀ […]

1 min read

ବାରଣାସୀ ସର୍ବସେବା ସଂଘ ଜମି ଫେରି ପାଇବା ପାଇଁ ସତ୍ୟାଗ୍ରହ

ଜଗତସିଂହପୁର,୧୩/୮/୨୪(ପିପିଏସ) : ଜଗତସିଂପୁର ସହର ମଧ୍ୟରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ, ଉତ୍କଳ ସର୍ବୋଦୟ ମଣ୍ଡଳ ଜଗତ ସିଂହପୁର ଶାଖା ପକ୍ଷରୁ ପ୍ରତୀକ ସତ୍ୟାଗ୍ରହ କରା ଯାଇଛି l ଏହି ସତ୍ୟାଗ୍ରହରେ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ବାରିକ, ସମ୍ପାଦକ ରବି ମହାନ୍ତି, ବରିଷ୍ଟ ସର୍ବୋଦୟ ଚିନ୍ତକ ଗୌରାଙ୍ଗ ଚରଣ ହୋତା ତଥା ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ସୂଚନା ଅନୁଯାୟୀ ବାରଣାସୀ ସ୍ଥିତ ସନ୍ଥ ବିନୋବା ଭାବେ ଏବଂ ତତ୍କାଳୀନ ଭାରତର ମହାମନିଷୀ […]

1 min read

ସସ୍‌ପେଣ୍ଡକୁ ନେଇ ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା : “ପୁନଃ ବିଚାର ଲାଗି ଆବେଦନ କରିବି”

ନୂଆଦିଲ୍ଲୀ/ଭୁବନେଶ୍ୱର,୧୩/୮/୨୪(ପିପିଏସ) : ସସ୍‌ପେଣ୍ଡକୁ ନେଇ ସାମ୍ନାକୁ ଆସିଲା ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କ ପ୍ରତିକ୍ରିୟା । ପ୍ରମୋଦ କହିଛନ୍ତି, ଏହା ଏକ ଟେକ୍ନିକାଲ ଇସ୍ୟୁ, ମୋର କିଛି ଭୁଲ ନାହିଁ । ଏହା ୱାଡ଼ାର ବହୁତ ବଡ଼ କଠିନ ନିଷ୍ପତ୍ତି, ମୁଁ ଗଭୀର ଭାବେ ଦୁଃଖିତ। ତଥାପି ପୁନଃ ବିଚାର ଲାଗି ମୁଁ ଆବେଦନ କରିବି ବୋଲି ପ୍ରମୋଦ କହିଛନ୍ତି। ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ବିଶ୍ବ ବ୍ୟାଡମିଣ୍ଟନ ଫେଡେରେଶନ ୧୮ ମାସ ପାଇଁ […]

1 min read

କଟକ ସରକାରୀ ଅଭ୍ୟାସ ଉଚ୍ଚ ବାଳିକା ବିଦ୍ୟାଳୟର କୃତୀ ଛାତ୍ରୀ ସମ୍ବର୍ଦ୍ଧିତ

କଟକ,୧୩/୮/୨୪(ପିପିଏସ) : କଟକ ସରକାରୀ ଅଭ୍ୟାସ ଉଚ୍ଚ ବାଳିକା ବିଦ୍ୟାଳୟ ରେ ୨୦୨୩-୨୦୨୪ ମସିହା ଦଶମ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରୀ ମାନଙ୍କ ନିମନ୍ତେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ତଥା କଟକ ବାଲୁବଜାର ପୂଜା କମିଟି ସଭାପତି ପୃଥ୍ୱୀରାଜ ସାହୁଙ୍କ ଦ୍ୱାରା ଆୟୋଜିତ ହୋଇଥିଲା I ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଅଙ୍ଗୁରବାଳା ସାହୁ ସଭାପତିତ୍ୱ କରିଥିବା ବେଳେ କଟକ ଲାଲବାଗ ଥାନାର ଭାରପ୍ରାପ୍ତ ଅଧିକାରୀ ଦୟାନିଧି ନାୟକ ମୂଖ୍ୟ ଅତିଥି […]