ନନ୍ଦନକାନନକୁ ଆସିଲେ ଦୁଇ ଜିରାଫ୍
ଭୁବନେଶ୍ୱର,୨-୯-୨୪(ପିପିଏସ) : ଭୁବନେଶ୍ୱର ସହର ଉପକଣ୍ଠ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ନୂଆ ସଦସ୍ୟ । କୋଲକାତା ଆଲିପୁର ଚିଡ଼ିଆଖାନାରୁ ଅଣାଯାଇଛି ଦୁଇଟି ଜିରାଫ୍। ଦେଢ଼ ବର୍ଷର ପୁରୁଷ ଓ ବର୍ଷେ ୧ ମାସର ମାଈ ଜିରାଫ ଗତକାଲି ରାତିରେ ନନ୍ଦନକାନନରେ ଆସି ପହଞ୍ଚିଛନ୍ତି। ଏହି ଦୁଇ ଜିରାଫ୍ ଆସିବା ପରେ ନନ୍ଦନକାନନରେ ଜିରାଫ୍ ସଂଖ୍ୟା ୩କୁ ବୃଦ୍ଧି ପାଇଛି । ଆଲିପୁର ଚିଡ଼ିଆଖାନାରୁ ଗତ ୩୧ ତାରିଖ ରାତିରେ ଜିରାଫକୁ ନେଇ ବାହାରିଥିବା ସ୍ୱତନ୍ତ୍ର କଣ୍ଟେନର୍ […]
ଘରୁ ଘୋଷାଡ଼ି ଆଣି ମହିଳାଙ୍କୁ ହତ୍ୟା
କେନ୍ଦୁଝର/ଭୁବନେଶ୍ୱର,୨-୯-୨୪(ପିପିଏସ) : ହାଣ୍ଡିଆ ଆଣି ନ ଦେବାରୁ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ନିଆଳିଝରଣ ଗାଁରେ । ମୃତ ମହିଳା ଜଣଙ୍କ ହେଲେ ସାଲେକ ହେମ୍ବ୍ରମ। ଗତକାଲି ରାତିରେ ସାଲେକଙ୍କ ସ୍ୱାମୀ ଗାଁର ଏକ ଭୋଜିକୁ ଯାଇଥିଲେ। ଘରେ ସାଲେକ ଓ ତାଙ୍କୁ ଶାଶୁ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ସାଲେକଙ୍କୁ ହାଣ୍ଡିଆ […]
ମାଲବାହୀ ଟ୍ରେନ ଲାଇନଚ୍ୟୁତ : ଦୁଇଟି ବଗି ଭାଙ୍ଗିଲା
ପାରାଦୀପ/ଭୁବନେଶ୍ୱର,୨-୯-୨୪(ପିପିଏସ) : ପାରାଦୀପ ରଙ୍ଗିଆଗଡ଼ ରେଲଓ୍ବେ ଷ୍ଟେଶନ ପାଖ ବାଉରିଆପାଳନନ୍ଦା ଠାରେ ସୋମବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍ର ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଛି। ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ବଗି ରେଲଓ୍ବେ ଟ୍ରାକ୍ରୁ ଖସି ପଡ଼ିଥିବା ବେଳେ ଅନ୍ୟ ବଗି ଭାଙ୍ଗି ଗଳିପଡ଼ିଛି। ଏହି ଘଟଣା ପରେ ପୋର୍ଟ ରେଲଓ୍ବେ ଅଧିକାରୀ ଓ ଖୋର୍ଦ୍ଧା ଡିଭିଜନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ […]
ବିଚାରାଧୀନ କଏଦୀଙ୍କୁ ଗ୍ୟାଙ୍ଗଷ୍ଟାରଙ୍କ ଆକ୍ରମଣ ଘଟଣା : ତଦନ୍ତ କରିବେ କଟକ ଡିଭିଜନ୍ ଡିଆଇଜି
ଭୁବନେଶ୍ୱର,୨-୯-୨୪(ପିପିଏସ) : ରବିବାର ଦିନ ହୋଇଥିବା ଝାରପଡ଼ା ଜେଲରେ ବିଚାରାଧିନ କଏଦୀ ସୌମ୍ୟକାନ୍ତ ମହାନ୍ତିଙ୍କୁ ଆକ୍ରମଣ ଘଟଣାକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼ । ଜେଲ୍ ଭିତରେ କଏଦୀଙ୍କ ସୁରକ୍ଷାଙ୍କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜେଲ୍ର କିଛି ଅଧିକାରୀ ବି ଏଥିରେ ସାମିଲ ଥିବା ଅଭିଯୋଗ ହେଉଛି। ଏହି ଘଟଣାକୁ ନେଇ ତମ୍ବିତୋଫାନ ଆରମ୍ଭ ହୋଇଥିବା ବେଳେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜେଲ୍ ବିଭାଗ ଏଡିଜି ଅମିତାଭ ଠାକୁର। କଟକ ଡିଭିଜନ୍ ଡିଆଇଜି […]
ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ : ୮ଟି ସ୍ଥାନରେ ଚଢ଼ାଉ
ଅନୁଗୁଳ/ଭୁବନେଶ୍ୱର,୨-୯-୨୪(ପିପିଏସ) : ପୁଣି ଭିଜିଲାନ୍ସ ଜାଲରେ ପଡ଼ିଛି ଆଉଏକ ବଡ଼ ମାଛ । ତାଳଚେର ଖଣି ଉପନିର୍ଦ୍ଦେଶକଙ୍କ ଘରେ ସୋମବାର ଭିଜିଲାନ୍ସ ବିଭାଗ ପକ୍ଷରୁ ବଡ଼ଧରଣର ରେଡ୍ ଚାଲିଛି । ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ଘରେ ଏହି ରେଡ୍ ଚାଲିଥିବା ଜଣାପଡ଼ିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଏହି ଚଢ଼ାଉ ଜାରି ରଖିଛି । କେନ୍ଦୁଝରର ପଣ୍ଡାପଡ଼ାସ୍ଥିତ ଶ୍ୱଶୁରଘର, ତେଲକୋଇସ୍ଥିତ ପୈତୃକ ଘର ଓ ଭୁବନେଶ୍ୱର […]
ସମ୍ବଲପୁର ପାଇଁ ଯୋଗଦାନ ସ୍ମରଣୀୟ ହୋଇ ରହିବ : ଧର୍ମେନ୍ଦ୍ର ପ୍ରଧାନ
• ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ • ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଲେ ସମ୍ବଲପୁର/ଭୁବନେଶ୍ୱର ୧-୯-୨୪(ପିପିଏସ୍) : ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଅକାଳ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଶୋକବାର୍ତ୍ତାରେ କହିଛନ୍ତି ଯେ ସମ୍ବଲପୁରର ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ […]
ସତ ବାହାଘର ମିଛ ପୋଲିସ : ଖୋଲିଲା ନକଲି ଇନ୍ସପେକ୍ଟରଙ୍କ ପେଡ଼ି
ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଫେସବୁକରେ ପ୍ରେମ କରି ଫସିଲେ ଆଉଜଣେ ମହିଳା ମହିଳା । ନକଲି ପୋଲିସ ଇନ୍ସପେକ୍ଟରଙ୍କ ପ୍ରେମରେ ପଡ଼ି ବିବାହ କଲେ । ଏବେ ସତ କଥା ଜାଣିବା ପରେ ଆସି ପ୍ରକୃତ ପୋଲିସ ପାଖରେ କରିଛନ୍ତି ଅଭିଯୋଗ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଖଣ୍ଡଗିରି ଥାନା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ଭଦ୍ରକ ଜିଲାର ବାସିନ୍ଦା ସୁବାଷ ଚନ୍ଦ୍ର କଅଁର ବୋଲି ଜଣାପଡିଛି । ଖବର ଅନୁଯାୟୀ, ପୋଲିସ […]
ଇଣ୍ଡିଗୋ ବିମାନରେ ବୋମା ଆତଙ୍କ : ନାଗପୁରରେ ଜରୁରୀକାଳୀନ ଅବତରଣ
ହାଇଦ୍ରାବାଦ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ବିମାନରେ ବୋମା ଆତଙ୍କ । ମଧ୍ୟପ୍ରଦେଶର ଜବଲପୁରରୁ ତେଲେଙ୍ଗାନାର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନାଗପୁରକୁ ଡାଇର୍ଭଟ କରିଦିଆଯାଇଛି । ଇଣ୍ଡିଗୋ ବିବୃତ୍ତି ଅନୁଯାୟୀ, ଇଣ୍ଡିଗୋ ବିମାନ 6E-7308 ବିମାନ ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ତେବେ ବିମାନରେ ବୋମା ଥିବା ଚେତାବନୀ ମିଳିବା ପରେ ରବିବାର ସକାଳେ ଏହି ବିମାନକୁ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା […]
ପ୍ୟାରିସ ପାରା ଅଲିମ୍ପିକ୍ସ : ସେମିରେ ମନୀଷା, ଫାଇନାଲରେ ରବି – ନିରାଶ କଲେ ଅବନୀ-ସିଦ୍ଧାର୍ଥ
ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ପ୍ୟାରିସରେ ଚାଲିଥିବା ପାରା ଅଲିମ୍ପିକ୍ସର ୪ର୍ଥ ଦିନର ମର୍ଣ୍ଣିଂ ସେସନ୍ସରେ ଭାରତକୁ ମିଶ୍ରିତ ରେଜଲ୍ଟ ମିଳିଛି । ୧୦ ମିଟର ଏୟାର ରାଇଫଲ (ଏସଏଚ୍ ୧) ମିକ୍ସଡ ଇଭେଣ୍ଟରେ ଅବନୀ ଲେଖାର ଓ ସିଦ୍ଧାର୍ଥ ବାବୁ ନିରାଶ କରିଛନ୍ତି। ଅବନୀ ୧୦ ମିଟର ଏୟାର ରାଇଫଲ(ଏସଏଚ୍ ୧) ମହିଳା ବର୍ଗରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଥିଲେ। ତେଣୁ ସେ ମିକ୍ସଡ ଇଭେଣ୍ଟରେ ମଧ୍ୟ ସିଦ୍ଧାର୍ଥଙ୍କୁ ସାଥୀ କରି ପଦକ ଦୌଡ଼ରେ ନିଜକୁ ସାମିଲ କରିପାରିବେ […]
ଜିଲା ଜଜ ନ୍ୟାୟପାଳିକାର ମେରୁଦଣ୍ଡ : ସିଜେଆଇ
ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଜିଲା ଜଜ ନ୍ୟାୟପାଳିକାର ମେରୁଦଣ୍ଡ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚଡ ଶନିବାର କହିଛନ୍ତି। ଆମେ ସେମାନଙ୍କୁ ଅବମାନନା କରିବା ବନ୍ଦ କରିବା ଉଚିତ୍। ସିଜେଆଇ କହିଛନ୍ତି ଯେ ଜିଲା କୋର୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ସାଧାରଣ ଲୋକ ପ୍ରଥମେ ନ୍ୟାୟ ଖୋଜନ୍ତି। ଏଭଳି କ୍ଷେତ୍ରରେ ଆମେ ତାଙ୍କୁ ନ୍ୟାୟ ଦେଇ ସମାଜକୁ ଏକ ସକରାତ୍ମକ ବାର୍ତ୍ତା ଦେଇପାରିବା। ଲୋକମାନେ ଜାଣିବା ଉଚିତ ଯେ ଆମେ ମଧ୍ୟ ବିଦ୍ୟମାନ । ଦିଲ୍ଲୀର […]
