ଘରୁ ଘୋଷାଡ଼ି ଆଣି ମହିଳାଙ୍କୁ ହତ୍ୟା
1 min read

ଘରୁ ଘୋଷାଡ଼ି ଆଣି ମହିଳାଙ୍କୁ ହତ୍ୟା

କେନ୍ଦୁଝର/ଭୁବନେଶ୍ୱର,୨-୯-୨୪(ପିପିଏସ) : ହାଣ୍ଡିଆ ଆଣି ନ ଦେବାରୁ ମହିଳାଙ୍କୁ ଘରୁ ଘୋଷାଡ଼ି ଆଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅନ୍ତର୍ଗତ ନିଆଳିଝରଣ ଗାଁରେ । ମୃତ ମହିଳା ଜଣଙ୍କ ହେଲେ ସାଲେକ ହେମ୍ବ୍ରମ।

ଗତକାଲି ରାତିରେ ସାଲେକଙ୍କ ସ୍ୱାମୀ ଗାଁର ଏକ ଭୋଜିକୁ ଯାଇଥିଲେ। ଘରେ ସାଲେକ ଓ ତାଙ୍କୁ ଶାଶୁ ଥିଲେ। ଏହି ସମୟରେ ଜଣେ ବ୍ୟକ୍ତି ଆସି ସାଲେକଙ୍କୁ ହାଣ୍ଡିଆ ମାଗିଥିଲେ। ସାଲେକ ହାଣ୍ଡିଆ ଦେବାକୁ ମନା କରିଥିଲେ। ବ୍ୟକ୍ତି ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ସାଲେକଙ୍କୁ ଘରୁ ଘୋଷାଡ଼ି ଆଣି ହତ୍ୟା କରିଥିବା ତାଙ୍କ ଶାଶୁ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *