1 min read

କମାଲ କଲା ‘ସ୍ତ୍ରୀ-୨’

କମାଲ କଲା ‘ସ୍ତ୍ରୀ-୨’ ୨ଦିନ‌ରେ ୧୦୦କୋଟିରୁ ଅଧିକ ଟଙ୍କା ଆୟ କଲା ଫିଲ୍ମ ମୁମ୍ବାଇ /ଭୁବନେଶ୍ୱର ୧୭-୦୮-୨୪ (ପିପିଏସ ):  ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ। ଅର୍ଥାତ୍ ତାଙ୍କ […]

1 min read

ଦୁଷ୍କର୍ମ ପୀଡିତା ଚିକିତ୍ସିତ ଅବସ୍ଥାରେ ମୃତ

ନୂଆଦିଲ୍ଲୀ /ଭୁବନେଶ୍ୱର ୧୭-୦୮-୨୪(ପିପିଏସ ): କୋଲକାତାରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ଦେଶବ୍ୟାପୀ ଅସନ୍ତୋଷ ପ୍ରକାଶ ପାଇବା ପରେ ଉତ୍ତରପ୍ରଦେଶର ସୋନଭଦ୍ରରେ ଜଣେ ୧୪ ବର୍ଷର ନାବାଳିକାକୁ ତାଙ୍କ ଶିକ୍ଷକ ଦୁଷ୍କର୍ମ କରିଥିବା ବେଳେ ନିକଟରେ ତାଙ୍କର ମୃତ୍ୟୁ ଘଟିଛି।ସୋନଭଦ୍ରା ଜିଲ୍ଲାର ଦୁଧୀ ଗାଁର ୧୪ ବର୍ଷୀୟା ପୀଡିତା ମଙ୍ଗଳବାର ବିଳମ୍ବିତ ରାତିରେ ବାରାଣାସୀର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି; ଯେଉଁଠାରେ ତାଙ୍କୁ ୨୦ ଦିନ ତଳେ ଭର୍ତ୍ତି […]

1 min read

ଅତି ଜରୁରୀ ନଥିଲେ ଏସସିବି ଆସନି:ଅଧୀକ୍ଷକ

କଟକ: /୧୬/୦୮/୨୪(ପିପିଏସ ) କୌଣସି ରୋଗୀ ସେବା ବ୍ୟାହତ ହୋଇନି, ଆଗକୁ କହି ହେବନି କଣ ହେବ । ଏପଟେ ସମସ୍ତ ଫ୍ୟାକଲ୍ଟିଙ୍କ ଛୁଟି ବାତିଲ କରାଯାଇଛି । ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ଆଜି ଏଭଳି ପ୍ରତିକ୍ରିୟା ରଖିଛନ୍ତି ଏସସିବି ଅଧୀକ୍ଷକ । ସେପଟେ କୋଲକାତାରେ ଲେଡି ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୀବ୍ର ହେଉଛି ପ୍ରତିବାଦ । ରାଜ୍ୟର ବିଭିନ୍ନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡାକ୍ତର । ରାଜ୍ୟବ୍ୟାପୀ […]

1 min read

୭୦ ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଘୋଷଣା

* ପୁରସ୍କାର ତାଲିକାରେ ଓଡ଼ିଆ ସିନେମା ‘ଦମନ’ *ଓଡିଆ ସିନେମାର ଚିରାଚରିତ କାହାଣୀକୁ ଦମନ ବଦଳାଇ ଦେଇଛି ଭୁବନେଶ୍ୱର:୧୬-୦୮-୨୪(ପିପିଏସ ): ୭୦ ତମ ନ୍ୟାସନାଲ ଫିଲ୍ମ୍ ଆୱାର୍ଡ ଘୋଷଣା କରାଯାଇଛି । ପୁରସ୍କାର ପାଇବାକୁ ଥିବା ସିନେମା ତାଲିକାରେ ଓଡିଆ ସିନେମା ଦମନ ସ୍ଥାନ ପାଇଛି । ବେଷ୍ଟ ଓଡିଆ ଫିଚର ଫିଲ୍ମ ଭାବେ ଦମନ ସିନେମାକୁ ମନୋନୀତ କରାଯାଇଛି । ଏହି ସିନେମାରେ ମୁଖ୍ୟ ଅଭିନେତା ଭୂମିକାରେ ଅଭିନୟ କରିଥିବା ବାବୁସାନ ମହାନ୍ତି କହିଛନ୍ତି କି, […]

1 min read

ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ କର୍ପୋରଟର ବନ୍ଦିତା ପାଲ

ଭୁବନେଶ୍ୱର:୧୬-୦୮-୨୪(ପିପିଏସ ): ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ବିଏମସି କର୍ପୋରଟର। ଭୁବନେଶ୍ୱର ୩୭ ନମ୍ୱର ୱାର୍ଡର କର୍ପୋରଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଉଭୟେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଉଭୟୟେ ବିଜେପିରେ ଯୋଗ ଦେଇଛନ୍ତି।

1 min read

ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଦିଆଗଲା ଅବସର

*ଗୋଲକିପର ଶ୍ରୀଜେଶଙ୍କ ଅବସର * ଜର୍ସିକୁ ସ୍ମରଣୀୟ କରିବା ପାଇଁ ବଡ଼ ନିଷ୍ପତ୍ତି ଭୁବନେଶ୍ୱର:୧୬-୦୮-୨୪(ପିପିଏସ ):ଶ୍ରୀଜେସଙ୍କ ଜର୍ସିକୁ ଦିଆଗଲା ଅବସର। ଜର୍ମି ନମ୍ବର ୧୬ ଏବେ ଅବସର ନେଇଛି କାରଣ ହକିକୁ ବିଦାୟ କହିଛନ୍ତି ଶ୍ରୀଜେସ। ତାଙ୍କ ସମ୍ମାନରେ ତାଙ୍କ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି। ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଅବସର ଦିଆଯାଇଛି। ଗୋଲକିପର ଶ୍ରୀଜେଶଙ୍କ ଅବସର ପରେ ତାଙ୍କ ଜର୍ସିକୁ ସ୍ମରଣୀୟ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ୟାରିସ୍ ଅଲିମ୍ପିକ୍ସରେ […]

1 min read

ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର :୧୬-୦୮-୨୪(ପିପିଏସ ) : ବାହାରିନର ଭାରତୀୟ ଦୂତାବାସରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଭାରତର ରାଷ୍ଟ୍ରଦୂତ କେ ବିନୋଦ ଜାକବ ପ୍ରଥମେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ପରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କର ବାର୍ତା ପ୍ରଦାନ କରିଥିଲେ। ରାଷ୍ଟ୍ରଦୂତ ତାଙ୍କ ଭାଷଣରେ ବାହାରିନ ଓଡ଼ିଆ ସମାଜର ସମସ୍ତ ପ୍ରୟାସକୁ ଭୁୟସୀ ପ୍ରଶଂସା କରିଥିଲେ। ଏଥିରେ ବାହାରିନ ଓଡ଼ିଆ ସମାଜର ସମସ୍ତ ସଦସ୍ୟଙ୍କୁ ନିମନ୍ତ୍ରଣ ପ୍ରଦାନ କରାଯାଇଥିଲା। ସବୁ ଭାରତୀୟ ଏକତ୍ରିତ ହୋଇ ଭାରତର […]

1 min read

ଡି ଏ ଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟରେ ୭୮ ତମ ” ସ୍ବାଧିନତା ” ଦିବସ ପାଳିତ ।

ଛେଣ୍ଡିପଦା :୧୬-୦୮-୨୪(ପିପିଏସ ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ଅନ୍ତର୍ଗତ ବଡମହିତଳା ସ୍ଥିତ ଡି ଏ ଭି ସାବିତ୍ରୀ ଜିନ୍ଦଲ ଉଚ୍ଚ ବିଦ୍ୟାଳୟରେ ମହାଆଡ଼ମ୍ବର ସହକାରେ ୭୮ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫକୀର ମୋହନ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଦିବସରେ ମୁଖ୍ୟ ଅତିଥି ଭାବରେ ଅନୁଗୋଳ ଜେଏସପିଏଲ ସି.ଏସ୍.ଆର ର ମୁଖ୍ୟ ଜୟନ୍ତ କୁମାର ମହାନ୍ତି ଯୋଗଦେଇ ବିଦ୍ୟାଳୟ ପରିସରରେ ପତାକା ଉତ୍ତୋଳନ କରିଥଲେ । ମୁଖ୍ୟ […]

1 min read

ଲଣ୍ଡନରେ ବାସ କରିବେ ବିରାଟ !

ନୂଆଦିଲ୍ଲୀ/ଭୁବନେଶ୍ୱର :୧୬-୦୮-୨୪(ପିପିଏସ ): ଭାରତୀୟ କ୍ରିକେଟ୍ ଦଳର ତାରକା ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ତାଙ୍କ ପରିବାର ସହିତ ସବୁଦିନ ପାଇଁ ଭାରତ ଛାଡ଼ି ଲଣ୍ଡନକୁ ଯିବାକୁ ଚିନ୍ତା କରୁଛନ୍ତି। ଏଭଳି ଗୁଜବକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ଜୋର ଧରିଛି। ଏବେ ଏହି ଗୁଜବ ପୁଣି ଥରେ ଆରମ୍ଭ ହୋଇଛି।କାରଣ ବିରାଟ କୋହଲି ସମ୍ପ୍ରତି ଲଣ୍ଡନର ରାଜରାସ୍ତାରେ ନଜର ଆସିଛନ୍ତି। ନିକଟରେ ସେ ଶ୍ରୀଲଙ୍କା ଗସ୍ତରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା, ଯାହା ପରେ […]

1 min read

ଗଣମାଧ୍ୟମ ସଂଗଠନକୁ ଧମକ:ହସିନାଙ୍କ ଫଟୋ ପ୍ରକାଶ କଲେ ଅଫିସ ପୋଡ଼ିଦେବୁ

ଢାକା/ଭୁବନେଶ୍ୱର :୧୬-୦୮-୨୪(ପିପିଏସ ): ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଫଟୋ ପ୍ରକାଶ କଲେ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ ଅଫିସକୁ ନ୍ୟିା ଲଗାଇ ପୋଡ଼ିଦେବାକୁ ବିଏନପି ଅଧ୍ୟକ୍ଷ ଖାଲିଦା ଜିଆଙ୍କ ପରାମର୍ଶଦାତା ରୁହୁଲ କୁଦ୍ଦୁସ ଦୁଲୁ ଧମକ ଦେଇଛନ୍ତି।ବାଂଲାଦେଶୀ ଖବର କାଗଜ ଦି ଡେଲି ଷ୍ଟାର ଅନୁଯାୟୀ ଦୁଲୁ କହିଛନ୍ତି ଯେ କୌଣସି ଟିଭି ଚ୍ୟାନେଲ କିମ୍ବା ଖବରକାଗଜ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଫଟୋ ଏବଂ ଭାଷଣ ପ୍ରକାଶ କରିପାରିବ ନାହିଁ। ସେ କହିଛନ୍ତି […]