ଆଇସିସିର ନୂଆ ଅଧ୍ୟକ୍ଷ ହେବେ ଜୟ ଶାହ !
ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ର ବର୍ତ୍ତମାନର ଅଧ୍ୟକ୍ଷ ଗ୍ରେଗ ବାର୍କଲେଙ୍କ କାର୍ଯ୍ୟକାଳ ନଭେମ୍ବର ୩୦ରେ ଶେଷ ହେବ। ଏହାର ଠିକ୍ ପୂର୍ବରୁ, ମଙ୍ଗଳବାର ଦିନ ସେ ତୃତୀୟ ଥର ପାଇଁ ଅଧ୍ୟକ୍ଷ ହେବା ଦୌଡ଼ରୁ ନିଜକୁ ବାଦ ଦେଇଥିଲେ। ଗ୍ରେଗ ତୃତୀୟ କାର୍ଯ୍ୟକାଳ ପାଇଁ ପ୍ରସ୍ତୁତ ନଥିବାରୁ ଏବେ ବିସିସିଆଇ ସଚିବ ଜୟ ଶାହା ଏହି ପଦବୀ ସମ୍ଭାଳିବେ ବୋଲି କୁହାଯାଉଛି। ଜୟ ଶାହାଙ୍କୁ ଆଇସିସିର ପରବର୍ତ୍ତୀ ଅଧ୍ୟକ୍ଷ କରାଯିବ […]
ପ୍ରାର୍ଥୀପତ୍ର ଦାଖଲ କଲେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ
ଭୁବନେଶ୍ବର/୨୧-୦୮-୨୪ (ପିପିଏସ ): ବିଜେପିର ରାଜ୍ୟସଭା ପ୍ରାର୍ଥୀ ମମତା ମହାନ୍ତ ଆଜି ବିଧିବଦ୍ଧ ଭାବେ ଭରିଲେ ନାମାଙ୍କନ। ବିଧାନସଭା ଆସି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ମମତା ମହାନ୍ତ । ମମତାଙ୍କ ନାମାଙ୍କନରେ ପ୍ରଥମ ପ୍ରସ୍ତାବକ ରହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ପ୍ରଭାରୀ ବିଜୟ ସିଂ ତୋମର ପ୍ରମୁଖ ଉପସ୍ଥିତ ଥିଲେ। ତେବେ ସଂଖ୍ୟା ଦୃଷ୍ଟିରୁ ଶାସକ ଦଳ […]
ଆରଜି କର ମେଡିକାଲ୍ର ପୂର୍ବତନ ପ୍ରିନ୍ସିପାଲ୍ଙ୍କର ହେବ ଲାଏ ଡିଟେକ୍ଟର ଟେଷ୍ଟ୍!
ନୂଆଦିଲ୍ଲୀ/ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶର ଗୋଟାଏ ଦିନ ପରେ ସିଏସ୍ଏଫ୍ କର୍ମକର୍ତ୍ତାଙ୍କ ଏକ ଟିମ୍ ବୁଧବାର ଦିନ କୋଲକାତାର ଆରଜି କାର୍ ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ପହଞ୍ଚିଛନ୍ତି। ୩୧ ବର୍ଷୀୟା ଟ୍ରେନି ଡାକ୍ତରଙ୍କ ଦୁଷ୍କର୍ମ ଓ ହତ୍ୟା ପରେ ଡାକ୍ତରମାନେ ଧର୍ମଘଟ କରିବା ନେଇ ସୁପ୍ରିମକୋର୍ଟ ଦୁଷ୍କର୍ମ ଓ ହତ୍ୟା ଘଟିଥିବା ସ୍ଥାନରେ ସୁରକ୍ଷା ବଳ ନିୟୋଜିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମୟରେ, ସିବିଆଇ ଅଧିକାରୀମାନେ ଆରଜି କର ଡାକ୍ତରଖାନାର […]
ବିଧାନସଭାରେ କଂଗ୍ରେସ ଓ ବିଜେଡିର ସଦସ୍ୟଙ୍କ ହୋହଲ୍ଲା: ଅପରାହ୍ଣ ୪ଟା ଯାଏ ମୁଲତବୀ
ଭୁବନେଶ୍ୱର -୨୧-୦୮-୨୪ (ପିପିଏସ ): ସାଢେ ୧୧ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ହେଲେ ପରେ ପୁଣି ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଲା। ବାଚସ୍ପତିଙ୍କ ପୋଡିୟମ୍ ନିକଟରେ କଂଗ୍ରେସ ଓ ବିଜେଡିର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଚିକିଟି ମଦମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କରିଥିଲା ବିଜେଡି। ଏଣେ ଜନଜାତିଙ୍କ ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକମାନେ ପୁଣି ହଟ୍ଟଗୋଳ କରିଥିଲେ।ଏହାଫଳରେ ବାଚସ୍ପତି ସୁରମା ପାଢୀ ବାଧ୍ୟ ହୋଇ ଗୃହକୁ ଅପରାହ୍ଣ ୪ଟା ଯାଏ […]
ପଚାଶ ଉପରେ ପିଆଜ ଦର : ଶହେ ଛୁଇଁବ ବାଇଗଣ, କଲରା, ଭେଣ୍ଡି, ଜହ୍ନି, କାକୁଡ଼ି
ଭୁବନେଶ୍ବର/କଟକ,୨୧-୮-୨୪ (ପିପିଏସ ) : ଆଳୁର ମୂଲ୍ୟ ଶୀର୍ଷରେ ରହିଥିବା ବେଳେ, ଖୁଚୁରା ବଜାରରେ ଆକାଶଛୁଆଁ ହୋଇଛି ପିଆଜ ଦର। ଗତ ମାସରେ କିଲୋ ପିଛା ୨୦ରୁ ୩୦ ଟଙ୍କାରେ ବିକ୍ରି ହେଉଥିବା ପିଆଜ ଦର ଗତ ୧୫ଦିନ ମଧ୍ୟରେ ୫୦ ଟଙ୍କା ଅତିକ୍ରମ କରିଛି। ମହାରାଷ୍ଟ୍ରରେ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ଓ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ୍ ଅଞ୍ଚଳରେ ଅମଳ ହୋଇନଥିବାର ପ୍ରଭାବ ମଧ୍ୟ ଓଡ଼ିଶାରେ ଅନୁଭୂତ ହୋଇଛି । ପିଆଜ ମୂଲ୍ୟ ବଢ଼ିବଢ଼ି ଚାଲିଛି […]
ଆସନ୍ତା ୨୩ରେ ସ୍ଥାନାନ୍ତରଣ ହେବ ଭିତର ଓ ବାହାର ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଧୁକ
ପୁରୀ,୨୧-୮-୨୪ (ପିପିଏସ ) : ରତ୍ନଭଣ୍ଡାରର ଖାଲି ଆଲମିରା ଓ ସିନ୍ଧୁକ ସ୍ଥାନାନ୍ତରଣ ପାଇଁ, ସରକାରଙ୍କ ତରଫରୁ ଆସିଲା ନୂଆ ଏସଓପି l ଆସନ୍ତା ୨୩ ତାରିଖରେ ବାହାର ଏବଂ ଭିତର ରତ୍ନଭଣ୍ଡାର ରେ ଥିବା ଖାଲି ଆଲମିରା ଏବଂ ସିନ୍ଦୁକଗୁଡ଼ିକ ସ୍ଥାନାନ୍ତରଣ କରାଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ। ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର […]
ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ୧୨ ଘଣ୍ଟିଆ ଭାରତ ବନ୍ଦ
ଭୁବନେଶ୍ୱର,୨୧-୮-୨୪ (ପିପିଏସ ) : ତଫସିଲଭୁକ୍ତ ଜାତି(ଏସ୍ସି) ଏବଂ ଜନଜାତି(ଏସ୍ଟି)ଙ୍କ ମଧ୍ୟରେ ଉପବର୍ଗୀକରଣ ତଥା ସଂରକ୍ଷଣ ନେଇ ଅଗଷ୍ଟ ୧ରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ, ସଂଖ୍ୟାଲଘୁ ମିଳିତ କ୍ରିୟାନୁଷ୍ଠାନ କମିଟି ଓ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବୁଧବାର (ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ) ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଓଡ଼ିଶାରେ ମିଳିତ କ୍ରିୟାନୁଷ୍ଠାନ କମିଟି ସହ ବିଭିନ୍ନ ରାଜନୈତିକ ଦଳ ଭାରତ ବନ୍ଦକୁ ସମର୍ଥନ […]
ଆଉପାଦେ ଆଗେଇଲା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ନୂତନ ରେଳପଥ : ସରିଲା ପୁରୁଣାକଟକ ଓ ଚାରିଛକ ମଧ୍ୟରେ ୨ କିଲୋମିଟର ଲମ୍ବ ଟନେଲ୍ କାର୍ଯ୍ୟ
ଭୁବନେଶ୍ୱର,୨୧-୮-୨୪ (ପିପିଏସ ) : ବଲାଙ୍ଗୀର ନୂତନ ରେଳ ଲାଇନ ପ୍ରକଳ୍ପରେ ପୂର୍ବତଟ ରେଳପଥକୁ ମିଳିଛି ସଫଳତା । ଶେଷ ହୋଇଛି ବୌଦ୍ଧ ପୁରୁଣା କଟକ ଓ ଚାରିଛକ ମଧ୍ୟରେ ୨ କିଲୋମିଟର ଲମ୍ବ ଟନେଲ୍ କାମ । ଏହି ଅଞ୍ଚଳରେ ରେଳ ସଂଯୋଗର ସମ୍ପ୍ରସାରଣ ଏବଂ ଉନ୍ନତି ପାଇଁ ଚାଲୁରହିଥିବା ପ୍ରୟାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପ ସଂଯୋଗକୁ ବୃଦ୍ଧି କରିବା ସହ […]
କଲେଜ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ : ଅଧ୍ୟକ୍ଷ କହିଲେ “ମୁଁ’ ସବୁ ଠିକ କରିଛି”
*ଲକ୍ଷ ଲକ୍ଷ ଟଙ୍କା ର ଦୁର୍ନୀତି ଅଭିଯୋଗ *କଲେଜରେ ବିଭିନ୍ନ ସମସ୍ୟାକୁ ନେଇ ବଢ଼ିବାରେ ଲାଗିଛି ବିବାଦ *ଅଧ୍ୟକ୍ଷ କହିଲେ ‘ସବୁ ଅଭିଯୋଗ ଭିତ୍ତିହୀନ‘ କନ୍ଧମାଳ,୨୧-୮-୨୪ (ପିପିଏସ ) : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଡିଗ୍ରୀ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡ.ବିଶ୍ବେଶ୍ବର ଆଚାର୍ଯ୍ୟଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ l କଲେଜ୍ ପାଣ୍ଠି ଟଙ୍କାକୁ ଚଞ୍ଚକତା କରି ଆତ୍ମସାତ କରିଥିବା ଅଭିଯୋଗ ଆଣିଛନ୍ତି କଲେଜ ସଭାପତି ଓ ଛାତ୍ରଛାତ୍ରୀ l ଏଥିସହିତ […]
ନୂଆକରି ବିଜେପିରେ ମିଶିଥିବା ମମତା ହେଲେ ରାଜ୍ୟସଭା ପାର୍ଥୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ୨୦-୦୮-୨୪ (ପିପିଏସ) : ରାଜ୍ୟସଭା ପାଇଁ ମଙ୍ଗଳବାର ଦିନ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ନିକଟରେ ବିଜୁ ଜନତା ଦଳ ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି । ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଘୋଷଣା କରିଛନ୍ତି। ବିଜେଡି ୨୦୨୦ ମସିହାରେ ମମତା ମହାନ୍ତଙ୍କୁ ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ […]