ମହିଳାଙ୍କ ପାଇଁ କାହିଁକି ଏସବୁ ଭିଟାମିନ୍ ଜରୁରୀ ?
ବୟସ ହିସାବରେ ମହିଳାଙ୍କ ଲାଗି ଭିନ୍ନ ଭିନ୍ନ ଭିଟାମିନର ଆବଶ୍ୟକତା ରହିଥାଏ । ଏହାସହିତ ପୁରୁଷଙ୍କ ତୁଳନାରେ ମହିଳାମାନଙ୍କୁ ଅଧିକ ପୋଷଣର ଆବଶ୍ୟକତା ଥାଏ । ଏକ ସୁସ୍ଥ ଡାଏଟରେ ସମସ୍ତ ପ୍ରକାର ପୋଷଣ ମହିଳାମାନଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ମହିଳାଙ୍କ ଶରୀରରେ ଅନେକ ପ୍ରକାର ପରିବର୍ତ୍ତନ ହେଉଥିବାରୁ ସେମାନେ ସୁସ୍ଥ ରହିବା ପାଇଁ ଏକ ସ୍ୱତନ୍ତ୍ର ଭିଟାମିନର ଆବଶ୍ୟକତା ରହିଛି । ଏହି ଭିଟାମିନକୁ ସଠିକ୍ ମାତ୍ରାରେ ଖାଇଲେ ମହିଳାଙ୍କ ସ୍ୱାସ୍ଥ୍ୟ ଭଲ ରହିବା […]
ବୋଲେରୋକୁ ଧକ୍କା ଦେଲା ଟ୍ରକ୍, ୬ ଆହତ,ଟ୍ରକ୍ ଚାଳକ ଫେରାର
ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ନୂଆଗଡ଼ ଖେଳ ପଡ଼ିଆ ନିକଟରେ ଗତକାଲି ରାତି ପ୍ରାୟ ସାଢ଼େ ୭ଟା ବେଳେ ଏକ ବୋଲେରୋକୁ ଗୋଟିଏ ଟ୍ରକ୍ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୬ଜଣ ଆହତ ହୋଇଛନ୍ତି।ସୂଚନା ଅନୁଯାୟୀ ରାତିରେ କଳିଙ୍ଗନଗରରୁ ଆସୁଥିବା ବୋଲେରୋ ନମ୍ବର ଓଡି-୨୯ସି-୭୯୩୩କୁ ଟ୍ରକ୍ ନମ୍ବର ଓଡି-୨୯ଏନ-୦୩୨୬ ନୂଆଗଡ଼ ଖେଳ ପଡ଼ିଆ ନିକଟରେ ପଛପଟୁ ଧକ୍କା ଦେଇଥିଲା। ଫଳରେ ବୋଲେରୋ ଗାଡ଼ିଟି ଓଲଟି ପଡ଼ିଥିଲା। […]
୨୭ ରେ ତେଲକୋଇ ବନ୍ଦ ପାଇଁ ପ୍ରସ୍ତୁତି
ସମାକୋଇ-ଚକଦର ପ୍ରକଳ୍ପକୁ ଗାଁ ଗାଁରେ ବିରୋଧ ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): କେନ୍ଦୁଝର ଜିଲ୍ଲାରେ ତେଲକୋଇରେ ସମାକୋଇ-ଚକଦର ପ୍ରକଳ୍ପକୁ ନେଇ ଗାଁ ଗାଁରେ ବିରୋଧର ସ୍ବର ଉଠିଛି। ଆସନ୍ତା ୨୭ ତାରିଖ ସମାକୋଇ-ଚକଦର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ଲୋକଙ୍କ ସହ ସ୍ଥାନୀୟ ବିଧାୟକ ଡାକ୍ତର ଫକୀର ମୋହନ ନାଏକ ମଧ୍ୟ ସ୍ବର ମିଳାଇଛନ୍ତି। ଏନେଇ ବିଧାୟକଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ଭେଟିସାରିଛନ୍ତି। […]
ବନ୍ଧାହେଲେ ଢେଙ୍କାନାଳ ସଦର ରେଞ୍ଜର୍
ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ବାରା ଗିରଫ ହେଲେ ଢେଙ୍କାନାଳ ସଦର ରେଞ୍ଜର୍ ବିଭୁଦାନନ୍ଦ ମିଶ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ ସଦର ରେଞ୍ଜର୍ ବିଭୁଦାନନ୍ଦ ମିଶ୍ର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି। କଟକ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଢେଙ୍କାନାଳ, କଟକ, ଭୁବନେଶ୍ୱରରେ ଥିବା ଶ୍ରୀ ମିଶ୍ରଙ୍କ ପୈତୃକ ଘର, ବର୍ତ୍ତମାନର ବାସଗୃହ, ଅଫିସ୍, ତାଙ୍କ ଭାଇ ଓ ପୁଅବୋହୂଙ୍କ ଘର ଆଦି […]
ଚଳିତବର୍ଷ ଅଗଷ୍ଟରେ ଦିଲ୍ଲୀରେ ରେକର୍ଡ ଭାଙ୍ଗିବା ପରି ବର୍ଷା
ନୂଆଦିଲ୍ଳୀ/ଭୁବନେଶ୍ୱର /୨୩-୦୮-୨୪ (ପିପିଏସ): ଚଳିତବର୍ଷ ଅଗଷ୍ଟରେ ଦିଲ୍ଲୀରେ ପ୍ରବଳ ବର୍ଷା ହୋଇଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ର ତଥ୍ୟ ଅନୁଯାୟୀ, ସହରରେ ଏପର୍ଯ୍ୟନ୍ତ ୨୬୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଯାହା ଗତ ଦଶନ୍ଧି ମଧ୍ୟରେ ସର୍ବାଧିକ ବର୍ଷା ହୋଇଛି।ଆଇଏମ୍ଡିର ତଥ୍ୟ ଅନୁଯାୟୀ ଏପର୍ଯ୍ୟନ୍ତ ୨୬୯.୯ ମିଲିମିଟର ବର୍ଷା ସହିତ ଦିଲ୍ଲୀ ଅଗଷ୍ଟ ୨୦୧୩ ମସିହାରେ ରେକର୍ଡ ହୋଇଥିବା ପୂର୍ବ ରେକର୍ଡକୁ ଅତିକ୍ରମ କରିଛି।ଦିଲ୍ଲୀରେ ବର୍ଷା ଆଶାଠାରୁ ଅଧିକ ହୋଇଛି। ବର୍ଷା ଦିନର ହାରାହାରି ସଂଖ୍ୟା୨.୪ […]
ଜେଲ ଭିତରେ ନିଶା କାରବାର : ଏସପିଙ୍କ ଚଢ଼ଉ ପରେ ଖୋଲିଲା ଗୁମର
*ମାଦକ ଦ୍ରବ୍ୟ ଜବତ ସହିତ ଆପତ୍ତି ଜନକ ସାମଗ୍ରୀ ଜବତ*ଜେଲ କର୍ମଚାରୀଙ୍କ ସମ୍ପୃକ୍ତି ସନ୍ଦେହବଲାଙ୍ଗିର/ଭୁବନେଶ୍ୱର,୨୩ -୮-୨୪ (ପିପିଏସ ) : ବଲାଙ୍ଗିର ଜିଲା କାରାଗାରରେ ବେଆଇନ କାର୍ଯ୍ୟକଳାପ ସହ ବିଶୃଙ୍ଖଳା ସୃଷ୍ଟି ହେଉଥିବା ଅଭିଯୋଗରେ ଶୁକ୍ରବାର ସକାଳେ ପୁଲିସ ପକ୍ଷରୁ କାରାଗାରରେ ଚଢ଼ଉ କରାଯାଇଛି । ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀଙ୍କ ନେତୃତ୍ୱରେ ସଦର ଏସଡିପିଓ ପ୍ରଦୀପ ସାହୁ, ଟାଉନ ଥାନା ଅଧିକାରୀ ଅବନୀ ସାହୁ, ସଦର ଥାନା ଅଧିକାରୀ ରାଜକୁମାର ବିଶ୍ଵାଳ, ଲକ୍ଷ୍ମୀଯୋର ଥାନା […]
ପରିବହନ ବିଭାଗ ଉପରେ ଭିଜିଲାନ୍ସ ର ନଜର : ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ଚଢ଼ାଉ
ଭୁବନେଶ୍ୱର,୨୩ -୮-୨୪ (ପିପିଏସ ) : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି । ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ୱର ନନ୍ଦନ ବିହାର ସ୍ଥିତ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ, ପଳାଶୁଣୀରେ ଥିବା ଦୁଇଟି ଦୁଇମହଲା କୋଠା,ବାରିପଦା ଷ୍ଟେସନ ରୋଡରେ […]
ରୁଷକୁ ଆଉ ଏକ ବଡ ଝଟକା
କିବ୍/ଭୁବନେଶ୍ୱର ୨୨-୦୮-୨୪ (ପିପିଏସ ): ରୁଷିଆ-ୟୁକ୍ରେନ ଯୁଦ୍ଧର ମୋଡ ଦିନକୁ ଦିନ ବଦଳିବାରେ ଲାଗିଛି । ରଷ ଉପରେ ଘନ ଘନ ଆକ୍ରମଣ କରିଚାଲିଛି ୟୁକ୍ରେନ । ରୁଷର କୁର୍ସ୍କ ଅଞ୍ଚଳର ଅନ୍ୟ ଏକ ଅଞ୍ଚଳକୁ ନିୟନ୍ତ୍ରଣକୁ ନେଇଥିବା ୟୁକ୍ରେନ ସେନା ଦାବି କରିଛି ।ଯଦି ୟୁକ୍ରେନର ଏହି ଦାବି ସତ ହୁଏ ତେବେ ଋଷ ରାଷ୍ଟ୍ରପତି ପୁଟିନଙ୍କ ପାଇଁ ଏହା କ୍ରମାଗତ ଦ୍ୱିତୀୟ ବଡ ଝଟକା । ଏହା ରୁଷସେନାର ମନୋବଳକୁ ଆହୁରି ଭାଙ୍ଗିବ। ଦୁଇ […]
୨ବର୍ଷ ମଧ୍ୟରେ ଧରଣୀଧର ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ପଦକ୍ଷେପ ନିଆଯିବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର/ ୨୨-୦୮-୨୪ (ପିପିଏସ ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ ସମ୍ବଳର ନିଯୁକ୍ତି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଛନ୍ତି। ଗତବର୍ଷ ଫେବ୍ରୁଆରିରେ ଧରଣୀଧର ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଭାବେ ଉନ୍ନୀତ ହୋଇଛି। ଏହି ବିଶ୍ବବିଦ୍ୟାଳୟ ଅଧୀନରେ ସଂପ୍ରତି ଜିଲ୍ଲାର ୩୮ଟି କଲେଜ ଅନୁବନ୍ଧିତ ରହିଛି। କିନ୍ତୁ ବିଶ୍ବବିଦ୍ୟାଳୟ ଭାବେ ଯେଉଁସବୁ ମୌଳିକ ସୁବିଧା ସୁଯୋଗ ଓ ଉନ୍ନତି ହେବା କଥା, ତାହା […]
ଏକମାତ୍ର ପୁତ୍ରର ଅଙ୍ଗଦାନ କଲେ ପିତା : ଅନ୍ୟ ଜଣଙ୍କୁ ଦେଲେ ନୂଆ ଜୀବନ
ନୟାଗଡ଼/ଭୁବନେଶ୍ୱର,୨୨ -୮-୨୪ (ପିପିଏସ ) : ପଚିଶ ବର୍ଷ ବୟସର ଏକମାତ୍ର ପୁତ୍ରର ମୃତ୍ୟୁ ପରେ ଅଙ୍ଗ ଦାନ କରି ଅନ୍ୟ ଜଣଙ୍କର ଜୀବନ ବଞ୍ଚାଇଲେ ଅଭିଭାବକ l ଦୁନିଆକୁ ଭଲ ଭାବେ ଦେଖିବା ପୂର୍ବରୁ ଛାତରୁ ଖସି ପଡ଼ି ଜୀବନ ହାରିଛନ୍ତି ନୟାଗଡ଼ ପୁରୁଣା ସହର ଅଞ୍ଚଳର ଶିବୁନ ସାହୁ । ମାତ୍ର ୨୫ ବର୍ଷ ବୟସରେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି ସତ, କିନ୍ତୁ ଆଜି ସେ ଅଙ୍ଗଦାନ କରି ଅନ୍ୟମାନଙ୍କ […]