ଭୁବନେଶ୍ୱର ଆଠ ନମ୍ବର ପାର୍କରେ ମଶାରୀ ଭିତରେ ଯୋଗ
1 min read

ଭୁବନେଶ୍ୱର ଆଠ ନମ୍ବର ପାର୍କରେ ମଶାରୀ ଭିତରେ ଯୋଗ

ଭୁବନେଶ୍ୱର/୦୮-୦୯-୨୦୨୪(ପିପିଏସ): ରାଜଧାନୀ ଭୁବନେଶ୍ୱରରେ ପାର୍କରେ ମଶାରୀ ଭିତରେ ଯୋଗ। କଥାଟି ଟିକେ ଅଡୁଆ ଲାଗୁଥିବ। ହେଲେ କଥାଟି ପୂରା ସତ। କାରଣ ରାଜଧାନୀରେ ବ୍ୟାପୁଥିବା ଡେଙ୍ଗୁ ଦାଉରୁ ବଞ୍ଚିବା ପାଇଁ ଏପରି ଉଦ୍ୟମ କରାଯାଇଛି। ୮୦୦ ବର୍ଗ ଫୁଟରେ ନିର୍ମିତ ମଶାରୀ ଭିତରେ ଯୋଗୀମାନେ ଯୋଗଭ୍ୟାସ କରୁଥିବା ଦେଖିବାକୁ ମିଳିଛି। ଭୁବନେଶ୍ୱର ଆଠ ନମ୍ବରରେ ରହିଛି ଗୋପବନ୍ଧୁ ପାର୍କ। ଆଉ ପାର୍କ ଭିତରେ ରହିଛି ଗୋଟିଏ ଯୋଗ ମଣ୍ଡପ। ପ୍ରତ୍ୟେକ ଦିନ ସକାଳ ୫ଟାରୁ ୯ଟା ପର୍ଯ୍ୟନ୍ତ ୩ରୁ ୪ଟି ପର୍ଯ୍ୟାୟରେ ଯୋଗଭ୍ୟାସ କରାଯାଇଥାଏ। ଏଠାରେ ମଧ୍ୟ ପ୍ରବଳ ମଶା ହେଉଛନ୍ତି। ତେଣୁ ଏକ ବଡ଼ ମଶାରୀ ତିଆରି କରାଯାଇଥିଲା। ଯାହାର ଲମ୍ୱ ଓ ଓସାର ୩୩୬ ଇଞ୍ଚ ଓ ଉଚ୍ଚତା ୯୬ ଇଞ୍ଚ ରହିଛି। ୮୦୦ ବର୍ଗ ଫୁଟରେ ମଶାରୀ ତିଆରି ହୋଇଛି।

ଭୁବନେଶ୍ୱର ଆଠ ନମ୍ବରରେ ରହିଛି ଗୋପବନ୍ଧୁ ପାର୍କ। ଆଉ ପାର୍କ ଭିତରେ ରହିଛି ଗୋଟିଏ ଯୋଗ ମଣ୍ଡପ। ପ୍ରତ୍ୟେକ ଦିନ ସକାଳ ୫ଟାରୁ ୯ଟା ପର୍ଯ୍ୟନ୍ତ ୩ରୁ ୪ଟି ପର୍ଯ୍ୟାୟରେ ଯୋଗଭ୍ୟାସ କରାଯାଇଥାଏ। ଏଠାରେ ମଧ୍ୟ ପ୍ରବଳ ମଶା ହେଉଛନ୍ତି।

ଏହି ମଶାରୀ ତିଆରି କରିବା ପାଇଁ ଦୁଇ ଦିନ ସମୟ ଲାଗିଥିଲା।ଯୋଗଭ୍ୟାସ କରିବାକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ମଶାରୀ ଭିତରେ ଯୋଗ କରୁଥିବା ଦେଖିବାକୁ ମିଳିଛି। ପିଲାଠୁ ବୁଢା ଓ ମହିଳା ସଭିଏଁ ମଶାରୀ ଭିତରେ ଯୋଗ କରୁଛନ୍ତି। ଏଥିସହ ମଶା ମାରିବା ସ୍ପ୍ରେ ମଧ୍ୟ ମଶାରୀ ଭିତରେ ରଖାଯାଇଛି। ଯୋଗଭ୍ୟାସ ସମୟରେ ଯଦି ମଶାରୀ ଭିତରେ ମଶା ଦେଖାଯାଏ, ତାହା ସ୍ପ୍ରେ ପକାଇ ମରାଯାଉଛି। ପ୍ରତ୍ୟେକ ଦିନ ମଶାରୀ ଟଙ୍ଗା ଯାଇ ଯୋଗ କରାଯାଉଛି ବୋଲି ଆୟୋଜକ କହିଛନ୍ତି। ଯୋଗ କରୁଥିବା ଅଶୋକ ବରାଳ କହିଛନ୍ତି, ଓଡ଼ିଶାରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଆମେ ଜନସାଧାରଣଙ୍କୁ ସଚେତନ କରିବାକୁ ଚାହୁଁଛୁ ଯେ, ମଶାରୀ ଟାଙ୍ଗନ୍ତୁ ଓ ଡେଙ୍ଗୁ ମଶା(ଏଡିସ୍‌) ଦାଉରୁ ବଞ୍ଚନ୍ତୁ। ଗତବର୍ଷ ୪ ହଜାରରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିଲେ। ଏବର୍ଷ ମଧ୍ୟ ବହୁ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀଙ୍କ ପତ୍ନୀ ମଧ୍ୟ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି। ତେଣୁ ଯୋଗାଭ୍ୟାସ କରୁଥିବା ଲୋକଙ୍କ ମଶା ଦାଉରୁ ରକ୍ଷା କରିବା ପାଇଁ ଏପରି ପ୍ରୟାସ କରାଯାଇଛି ବୋଲି ଶ୍ରୀ ବରାଳ କହିଛନ୍ତି।

Leave a Reply

Your email address will not be published. Required fields are marked *