1 min read

ବିପୁଳ ପରିମାଣରେ ପୋଚ ନଷ୍ଟ ସହିତ ଦେଶୀ ରନ୍ଧା ମଦ ଜବତ : ୫ଗିରଫ

ଢେଙ୍କାନାଳ/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ବିଭିନ୍ନ ସ୍ଥାନରେ ଚାଲିଥିବା ଚୋରା ଦେଶୀମଦ ଭାଟି ଉପରେ ଅବକାରୀ ବିଭାଗ ଚଢ଼ାଉ କରି, ୮୧୦୦ ଲିଟର ପୋଚ ନଷ୍ଟ କରିବା ସହିତ ୫୧୬ ଲିଟର ରନ୍ଧା ଦେଶୀମଦ ଜବତ କରିଛି l ଏହି ମାମଲାରେ ୪ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ହେଲେ, ଖଇରୀଭଙ୍ଗା ଗ୍ରାମର ଗୁରୁ ଚରଣ ହେମ୍ବ୍ରମ, ଆମ୍ବବୋଲ ଗ୍ରାମର ଫଗୁ ସୋରେନ, କଲାସପୁର ଗ୍ରାମର, କାଦ ହେମ୍ବ୍ରମ ଓ ଗୀତାଞ୍ଜଳି […]

1 min read

ବଦଳିଲା ଯୁକ୍ତ-୩ ପାଇଁ ଗାଇଡଲାଇନ : ପ୍ରଥମ ପର୍ଯ୍ୟାୟ ନାମ ଲେଖା ପରେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମିଳିବ ସୁଯୋଗ

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଯୁକ୍ତ ୩ ନାମଲେଖା ଗାଇଡଲାଇନରେ ପରିବର୍ତ୍ତନ। ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଲେ ବି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବ। ଅର୍ଥାତ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ ଛାତ୍ରଛାତ୍ରୀ । ଏନେଇ ଆଜି ପ୍ରେସମିଟରେ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଛାତ୍ରଛାତ୍ରୀଙ୍କ ହିତ ଦୃଷ୍ଟିରୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ଏନେଇ ୱେବସାଇଟ୍ ଆଉଥରେ ଖୋଲାଯାଇଛି । ଆସନ୍ତାବର୍ଷଠୁ ଏହି ନିୟମ […]

1 min read

ଆକ୍ସନ ମୋଡ଼ରେ ସରକାର : ବୁଲଡୋଜର ଲଗାଇ ଚୋରା ମଦ ଭାଟି ଭାଙ୍ଗିଲା କମିଶନରେଟ୍‌ ପୋଲିସ୍

ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ମାମଲା ପରେ ରାଜ୍ୟ ସରକାର ଏବେ ଆକ୍ସନ ମୋଡ଼ରେ । ଦେଶୀ ମଦ ଭାଟି ଉପରେ ଘନ ଘନ ଚଢ଼ାଉ କରୁଛି ପୋଲିସ୍‌ । ତେବେ ଦେଶୀ ମଦକୁ ନେଇ ତତ୍ପର ହୋଇଛି କମିସନରେଟ୍‌ ପୋଲିସ୍ । ସାଲିଆ ସାହିରେ ଚାଲୁଥିବା ଦେଶୀ ମଦ କାରଖାନା ଉପରେ ଚଢ଼ାଉ କରିଛି ପୋଲିସ୍‌ । କମିଶନରେଟ ପୋଲିସର ଚଢ଼ାଉ ବେଳେ ସାଲିଆ ସାହିରେ ୩ଟି ଦେଶୀ ମଦ […]

1 min read

ଭଡ଼ାଘରୁ ମହିଳା କନିଷ୍ଠ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା କିମ୍ବା ଆତ୍ମହତ୍ୟା ?

ବାଲେଶ୍ୱର/ଭୁବନେଶ୍ୱର,୨୪-୦୮-୨୪ (ପିପିଏସ) : ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କନିଷ୍ଠ ଯନ୍ତ୍ରୀ ରହୁଥିବା ଭଡା ଘରକୁ ଭିତର ପଟୁ ବନ୍ଦ କରି ନିଜ ଆପ୍ରୋନ ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଛନ୍ତି। ମୃତକ ହେଉଛନ୍ତି ବାରିପଦା ଅଞ୍ଚଳର ମୋନାଲିସା ହେମ୍ବ୍ରମ(୨୬)। ସେ ଜେଇ ଭାବେ ଭୋଗରାଇ ବ୍ଲକରେ ଗତ ମାର୍ଚ୍ଚ ମାସରେ ଯୋଗ ଦେଇଥିଲେ। ମନ୍ଦାରସାହି ପଞ୍ଚାୟତର ଜେଇ ଭାବେ ଦାୟିତ୍ଵ ତୁଲାଇଥିଲେ। ଆଜି ଦୀର୍ଘ ସମୟ ଧରି ସେ ବାହାରକୁ ନ ବାହାରିବାରୁ […]

1 min read

ଖୋଲିଲା ହୀରାକୁଦର ଆଉ ୮ଟି ଗେଟ୍ : ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା

*ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ଆଶଙ୍କା*ପ୍ରବଳ ବର୍ଷା ଯୋଗୁଁ ସତର୍କ କଲେ ଏସଆରସି ସମ୍ବଲପୁର,୨୪-୦୮-୨୪ (ପିପିଏସ) : ମହାନଦୀ ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ, ହୀରାକୁଦ ଜଳ ଭଣ୍ଡାରରେ ଜଳସ୍ତର ବଢିବାକୁ ଲାଗିଛି l ଏହାକୁ ଦୃଷ୍ଟିରେ ରଖି ହୀରାକୁଦର ଆଉ ୮ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ୍ ମୋଟ୍ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି । ତେବେ ଉତ୍ତର ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ […]

1 min read

ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶିଖର ଧୱନଙ୍କ ଅବସର ଘୋଷଣା

ନୂଆଦିଲ୍ଲୀ/ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶନିବାର ଅବସର ଘୋଷଣା କରିଛନ୍ତି କ୍ରିକେଟର୍‌ ଶିଖର ଧାୱନ୍‌। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଛନ୍ତି। ସେ ସମସ୍ତ ପ୍ରକାରର କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି। ଧୱନ ୨୦୨୨ ମସିହାରେ ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷରେ ଏକ ଦିବସୀୟ ମ୍ୟାଚ୍‌ ଖେଳିଥିଲେ। ସେ ତାଙ୍କ କ୍ୟାରିୟର୍‌ ଭିତରେ ପାଇଥିବା ସମର୍ଥନ ହେତୁ ସମସ୍ତଙ୍କୁ […]

1 min read

କେନ୍ଦ୍ର ସରକାର ୧୫୬ଟି କକଟେଲ୍ ଔଷଧକୁ ନିଷିଦ୍ଧ କରିଛନ୍ତି

ନୂଆଦିଲ୍ଲୀ/ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): କେନ୍ଦ୍ର ସରକାର ୧୫୬ଟି କକଟେଲ୍ ଔଷଧକୁ ନିଷିଦ୍ଧ କରିଛନ୍ତି । ନିଷିଦ୍ଧ ଔଷଧ ତାଲିକାରେ ରହିଛି କେଶ ବୃଦ୍ଧି, ତ୍ୱଚାର ଯତ୍ନ ଏବଂ ଯନ୍ତ୍ରଣା ଉପଶମ, କିମ୍ବା ମଲ୍ଟିଭିଟାମିନ୍, ଆଣ୍ଟିପାରାସିଟିକ୍ସ, ଆଣ୍ଟିଆଲର୍ଜିକ୍ସ ଏବଂ ଆହୁରି ଅନେକ ଔଷଧ । ଫିକ୍ସଡ୍ ଡୋଜ୍ କମ୍ବିନେସନ୍ (ଏଫଡିସି) ହେଉଛି ଏକ ଔଷଧ ଯାହା ଗୋଟିଏ ବଟିକାରେ ଏକରୁ ଅଧିକ ଔଷଧକୁ ମିଶାଇଥାଏ ଏବଂ ଏହାକୁ ‘କକଟେଲ୍’ ଔଷଧ ମଧ୍ୟ କୁହାଯାଏ । ତେବେ ଔଷଧ କମ୍ପାନିଗୁଡ଼ିକ […]

1 min read

୪ଟା ଯାଏ ବିଧାନସଭା ମୁଲତବୀ

ଭୁବନେଶ୍ବର/୨୪-୦୮-୨୪ (ପିପିଏସ): ବିଧାନସଭାରେ ବାଚସ୍ପତିଙ୍କୁ ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଗୃହୀତ ହୋଇଛି। ଗତକାଲି ବିଧାନସଭାରେ ବିଜେଡିର ତୁମୁଳକାଣ୍ଡ ଓ ଅରାଜକତା ପରିଲକ୍ଷିତ ହୋଇଥିଲା। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବାଚସ୍ପତିଙ୍କ ପୋଡ଼ିୟମ ଉପରକୁ ସୋର ବିଧାୟକ ମାଧବ ଧଡ଼ା ଓ ଦେବଗଡ଼ ବିଧାୟକ ରୋମାଞ୍ଚ ବିଶ୍ବାଳ ଚଢ଼ିଯାଇଥିଲେ।  ବିଧାନସଭାରେ ବାଚସ୍ପତିଙ୍କୁ ଏହି ଅସମ୍ମାନ ଘଟଣାରେ ନିନ୍ଦା ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ। ନିନ୍ଦା ପ୍ରସ୍ତାବ ଗୃହୀତ, ହେବା ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେଛନ୍ତି ବାଚସ୍ପତି ସୁରମା ପାଢ଼ୀ। ହେଲେ […]

1 min read

ଅଚିହ୍ନା ଶବ ଉଦ୍ଧାର କଲା ଝରିଗାଁ ପୁଲିସ

ଭୁବନେଶ୍ୱର /୨୪-୦୮-୨୪ (ପିପିଏସ): ଝରିଗାଁ ଥାନା ତେଲନଦୀ ପଞ୍ଚାୟତ ଅନ୍ତର୍ଗତ ଗୁଦଗୁଦା ନଦୀକୂଳରେ ଭାସୁଥିବା ଏକ ଅଚିହ୍ନା ଶବ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ପ୍ରକାରେ ତେଲନଦୀ ପଞ୍ଚାୟତ ଗୁଦଗୁଦା ଗ୍ରାମର କିଛି ଲୋକ ଗତକାଲି ସକାଳୁ ଶୌଚ ପାଇଁ ନଦୀ କୂଳକୁ ଯାଇଥିଲେ। ସେଠାରେ ଜଣେ ଲୋକଙ୍କ ଶବ ନଦୀକୂଳରେ ଭାସୁଥିବା ଦେଖି ତୁରନ୍ତ ସ୍ଥାନୀୟ ସରପଞ୍ଚ ରାଜୁ ସାନ୍ତାଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ସରପଞ୍ଚ ରାଜୁ ସାନ୍ତା କିଛି ଲୋକଙ୍କୁ ନେଇ […]

1 min read

ଦୁଷ୍କର୍ମ ଅଭିଯୁକ୍ତ ଡାକ୍ତର ଏଏସସିବିରୁ ବହଷ୍କୃତ

କଟକ/୨୪-୦୮-୨୪ (ପିପିଏସ): ଏସସିବିରେ ଦୁଇ ମହିଳା ରୋଗୀଙ୍କୁ ଚିକିତ୍ସା ବାହାନାରେ ଦୁଷ୍କର୍ମ ଘଟଣାରେ ଆଗରୁ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗତକାଲି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଏସସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତି। […]