ଲଗାଣ ବର୍ଷାରେ ଧୋଇଗଲା ସୋଲାର ଜଳ ପ୍ରକଳ୍ପ : ନିମ୍ନମାନର କାର୍ଯ୍ୟ ଅଭିଯୋଗ

ମାଲକାନଗିରି/ଭୁବନେଶ୍ୱର,୧୦-୦୯-୨୦୨୪(ପିପିଏସ) : ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ରେ ଓ ଟି ଏଲ୍ ପି ପ୍ଲସ ପକ୍ଷରୁ ବିକାଶମୂଳକ କାର୍ଯ୍ୟ କୁ ତ୍ଵରାନିତ କରିବା ପାଇଁ ‘ବିକାଶ’ ସଂସ୍ଥା ସହ 2021-22 ମସିହାରେ ଚୁକ୍ତିନାମା କରାଯାଇଥିଲା। ଆର୍ଥିକ ବର୍ଷ 2023-24 ରେ ଦୋରାଗୁଡା ପଞ୍ଚାୟତର ତାଟମାନଗୁଡା ଠାରେ ୬ଲକ୍ଷ ଟଙ୍କା ବ୍ୟୟରେ ଚାଷୀ ମାନଙ୍କ ଜମିରେ ଜଲସେଚନ ସୁବିଧା ନିମନ୍ତେ ଅଟକଳ କରାଯାଇ ଏକ ସୋଲାର ପ୍ରକଳ୍ପ କରାଯାଇଥିଲା। କିନ୍ତୁ ନିମ୍ନ ମାନର କାର୍ଯ୍ୟ ହେତୁ ସୋମବାର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ପ୍ରକଳ୍ପଟି ଧୋଇ ହୋଇ ଯାଇଛି ।

ଓ ଟି ଏଲ୍ ପି ପ୍ଲସ ର ପିଓପିଏମଇ ଓ ଡବ୍ଲୁ ଡି ଓ ଅଧିକାରୀ ଙ୍କ ମନମୁଖି କାର୍ଯ୍ୟ ଓ ଠିକ୍ ସମୟରେ କାର୍ଯ୍ୟ ତଦାରଖ ନ କରିବା ହେତୁ ଏହି ଭଳି ଅବସ୍ଥା ଉପୁଜିଛି ବୋଲି ଗ୍ରାମବାସୀ ଅଭଯୋଗ କରିଛନ୍ତି । ଆଗରୁ ଏହି ଭଳି ନିମ୍ନ ମାନର କାର୍ଯ୍ୟ କୁ ନେଇ ବିଭିନ୍ନ ଗଣମାଧ୍ୟମରେ ଅନେକ ଖବର ପ୍ରସାରଣ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା l

ଆଗାମୀ ଦିନରେ ତାଟମାନଗୁଡା ଗ୍ରାମବାସୀ କିଭଳି ଚାଷ କରିବେ ସେନେଇ ଗ୍ରାମବାସୀ ଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ତାଟମାନଗୁଡା ରେ ଯଥା ଶୀଘ୍ର ଆଉ ଏକ ସୋଲାର ପ୍ରକଳ୍ପ କରିବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି l ଯଦି ଏହି ଦାବି ପୂରଣ ନ କରାଯାଏ ତାହା ହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ସହ ଓ ଟି ଏଲ୍ ପି ପ୍ଲସ ଅଫିସ ଘେରାଉ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.