ଚିଠା ତାଲିକାରୁ ନାଁ କଟିଥିଲେ ଫର୍ମ-୬ ଦାଖଲ କରିପାରିବେ ଭୋଟର
ନୂଆଦିଲ୍ଲୀ : ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ବେଳେ ଚିଠା ତାଲିକାରୁ ପୁରୁଣା ଭୋଟରଙ୍କ ନାମ କଟିଥିଲେ, ସେମାନେ ନିଜ ନାମ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ଲୋକ ପ୍ରତିନିଧି ଆଇନ, ୧୯୫୦ର ଧାରା ୩୧ ଅଧୀନରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଭୟ ନ ରଖି ପୁରୁଣା ଭୋଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ଯୋଡ଼ିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପତ୍ର […]
୨୦ ଇରାନୀୟ ନାବିକଙ୍କୁ ଉଦ୍ଧାର କଲା ଭାରତୀୟ ନୌସେନା
ନୂଆଦିଲ୍ଲୀ : ୪୮ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏକ ଦ୍ରୁତ ଅପରେଶନରେ ଭାରତୀୟ ନୌସେନା ସୋମାଲିଆ ଉପକୂଳରୁ ୨୦ ଜଣ ଇରାନୀୟ କର୍ମଚାରୀଙ୍କ ସହ ଏକ ମାଛଧରା ଜାହାଜକୁ ଉଦ୍ଧାର କରିଛି, ଯାହାକୁ କିଛି ସପ୍ତାହ ପୂର୍ବେ ଜଳଦସ୍ୟୁମାନେ ଅପହରଣ କରିନେଇଥିଲେ। ଗତ ମାସ ଆରମ୍ଭରେ ‘ଆଜିନି’ ନାମକ ଏହି ଜାହାଜକୁ ଏକ ସଶସ୍ତ୍ର ଜଳଦସ୍ୟୁ ଦଳ ଅପହରଣ କରିଥିଲେ ବୋଲି ମଙ୍ଗଳବାର ନୌସେନା ପକ୍ଷରୁ କୁହାଯାଇଛି। ଏହି ଅପରେଶନର ସଫଳ ସମାପ୍ତି ଫଳରେ ସମସ୍ତ […]
ପ୍ରଥମ ମୁସଲିମ୍ ସିନେଟର ଭାବେ ନିର୍ବାଚିତ ହେଲେ ଅବଦୁଲ୍ ଏଲ୍-ସାୟେଦ
ୱାଶିଂଟନ୍: ଆମେରିକା ରାଜନୀତିରେ ସୃଷ୍ଟି ହୋଇଛି ଏକ ନୂତନ ଇତିହାସ। ଆମେରିକା ମିଡଟର୍ମ ନିର୍ବାଚନରେ ମିଚିଗାନ୍ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସିନେଟ୍ ଆସନରୁ ବିଜୟୀ ହୋଇ ଡେମୋକ୍ରାଟିକ୍ ନେତା ଅବଦୁଲ୍ ଏଲ୍-ସାୟେଦ ପ୍ରଥମ ମୁସଲିମ୍ ଆମେରିକୀୟ ଭାବେ ଆମେରିକା ସିନେଟକୁ ନିର୍ବାଚିତ ହୋଇଛନ୍ତି। ସେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥିତ ରିପବ୍ଲିକାନ୍ ପ୍ରାର୍ଥୀ ମାଇକ୍ ରୋଜର୍ସଙ୍କୁ କଡ଼ା ମୁକାବିଲାରେ ପରାସ୍ତ କରିଛନ୍ତି। ଅବସର ନେଉଥିବା ଡେମୋକ୍ରାଟିକ୍ ସିନେଟର ଗ୍ୟାରୀ ପିଟର୍ସଙ୍କ ସ୍ଥାନ ସେ ଗ୍ରହଣ କରିବେ। ମିଚିଗାନର ଡେଟ୍ରୋଏଟରେ ଜନ୍ମିତ […]
ଭାରତ ପାଇଁ ଖୋଲା ଅଛି ହର୍ମୁଜ୍ ଗେଟ୍ : ଇରାନ
ନୂଆଦିଲ୍ଲୀ : ପଶ୍ଚିମ ଏସିଆରେ ବୃଦ୍ଧି ପାଉଥିବା ରଣନୈତିକ ଉତ୍ତେଜନା ଏବଂ ହରମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ କଠୋର କଟକଣା ମଧ୍ୟରେ, ତେହେରାନ ଭାରତକୁ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ଏବଂ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିଛି । ଇରାନ ଏହି ରଣନୈତିକ ସମୁଦ୍ର ମାର୍ଗ ଦେଇ ଜାହାଜ ଚଳାଚଳ ପାଇଁ ଭାରତ, ଚୀନ୍, ଇରାକ ଏବଂ କାତାରକୁ ସ୍ୱତନ୍ତ୍ର ଛାଡ ପ୍ରଦାନ କରିଛି । ବିଶ୍ୱ ଶକ୍ତି ସଙ୍କଟ ଏବଂ ଯୋଗାଣ ଶୃଙ୍ଖଳା ବିଭ୍ରାଟ ନେଇ […]
ସପା- କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଟାର୍ଗେଟ
ନୂଆଦିଲ୍ଲୀ : ଗୋରଖପୁରରେ ‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ପଦଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଉପରେ ଖୁବ୍ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, କଂଗ୍ରେସ ସପାର ଉଦ୍ଦେଶ୍ୟ ଭାରତ ଏବଂ ସମ୍ବିଧାନକୁ କାଠଗଡ଼ାରେ ଛିଡ଼ା କରିବାରେ ଅଛି । ଯେଉଁ ସାମ୍ବିଧାନିକ ସଂସ୍ଥା ବଳ ଉପରେ ଦେଶର ଲୋକତନ୍ତ୍ର ଛିଡ଼ା ହୋଇଛି ତାକୁ କମଜୋର କରିବାର ଷଡ଼ଯନ୍ତ୍ରକୁ ଗ୍ରହଣ କରାଯାଇପାରିବ ନାହିଁ। ସିଏମ୍ ଯୋଗୀ ସମାଜବାଦୀ ପାର୍ଟିର […]
ଜମ୍ମୁ-କାଶ୍ମୀର ରାଜକୁମାରଙ୍କ ରିସେପ୍ସନ୍ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ରାଜପରିବାରର ରାଜକୁମାର ମାର୍ତ୍ତଣ୍ଡ ସିଂହ ଏବଂ ରିଆ ବାଦଲଙ୍କ ବିବାହ ଉତ୍ସବକୁ ନେଇ ଚର୍ଚ୍ଚା ଜୋର ଧରିଛି। ଯୁବରାଜ ବିକ୍ରମାଦିତ୍ୟ ସିଂହ ଏବଂ ଚିତ୍ରାଙ୍ଗଦା ରାଜେଙ୍କ ପୁଅ ରାଜକୁମାର ମାର୍ତ୍ତଣ୍ଡ, ପଞ୍ଜାବର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପି ଜାତୀୟ ଉପସଭାପତି ମନପ୍ରୀତ ସିଂହ ବାଦଲଙ୍କ ଝିଅ ରିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନଭେମ୍ବର ୩ ତାରିଖ ସନ୍ଧ୍ୟାରେ ନୂଆଦିଲ୍ଲୀଠାରେ ଏକ ଭବ୍ୟ ରିସେପ୍ସନ୍ ଆୟୋଜିତ ହୋଇଥିଲା। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ନବଦମ୍ପତିଙ୍କୁ ଆଶୀର୍ବାଦ […]
ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ
ମେଷ (Aries): କର୍ମକ୍ଷେତ୍ରରେ ସଫଳତା ମିଳିବ। କର୍ତ୍ତୃପକ୍ଷଙ୍କ ପ୍ରଶଂସା ମିଳିବା ସହ ପଦୋନ୍ନତିର ଯୋଗ ରହିଛି। ଆର୍ଥିକ ସ୍ଥିତି ମଜବୁତ ହେବ। ବୃଷ (Taurus): ଦୂର ଯାତ୍ରାର ଯୋଗ ରହିଛି। ପରିବାରରେ ହସଖୁସିର ପରିବେଶ ରହିବ। ବ୍ୟବସାୟୀମାନେ ନୂତନ ଯୋଜନାରୁ ଲାଭବାନ୍ ହେବେ। ମିଥୁନ (Gemini): ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବା ଆବଶ୍ୟକ। ଆକସ୍ମିକ ଖର୍ଚ୍ଚ ବୃଦ୍ଧି ପାଇପାରେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। କର୍କଟ (Cancer): ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବନ୍ଧୁମାନଙ୍କଠାରୁ ସହଯୋଗ ପାଇବେ। ଦୀର୍ଘ […]
ୟୁକ୍ରେନ ଉପରେ ରୁଷର ଆକ୍ରମଣ
ଦକ୍ଷିଣ ଜାପୋରିଝିଆ ଅଞ୍ଚଳର କୋମିଶୁଭାଖାରେ ଆକ୍ରମଣ ଦେଶର ଦକ୍ଷିଣରେ ଥିବା ଖେରସନ ଅଞ୍ଚଳରେ ଏକ ସୀମିତ ଯୁଦ୍ଧବିରତି ସମାପ୍ତ ହେବାର କିଛି ଦିନ ପରେ ହୋଇଥିଲା। ଏହି ସୀମିତ ଯୁଦ୍ଧବିରତି ଚୁକ୍ତିନାମା ମାନବିକ ସହାୟତା ବିତରଣ ଏବଂ ରୁଷ ଦଖଲ ଅଧୀନସ୍ଥ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ଅନୁମତି ଦେଇଥିଲା। ତା’ପରେ ନିକଟସ୍ଥ ଏକ ଆଶ୍ରୟସ୍ଥଳକୁ ଟାର୍ଗେଟ କରିଥିଲା। ଜେଲେନ୍ସକି କହିଛନ୍ତି, “ଏହା ଆହୁରି ପ୍ରମାଣ ଯେ ରୁଷ ଉତ୍ତେଜନା ହ୍ରାସ କରିବାକୁ ଚାହୁଁନାହିଁ। ”ଜେଲେନ୍ସକି କହିଛନ୍ତି, […]
ଇରାନ ଉପରେ ବୋମା ମାଡ଼
ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଭୋଟ ଦେବାର କିଛି ଘଣ୍ଟା ପୂର୍ବରୁ ଆମେରିକୀୟ ବିମାନ ଇରାନର କ୍ୱେଶମ୍ ଦ୍ୱୀପ ଉପରେ ବୋମା ପକାଇଥିଲା। ଏହାର ଜବାବରେ, ଇରାନୀ ସେନା ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ କରି ଅନେକ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। ଏହି ଘଟଣାର ଦୁଇ ଦିନ ପୂର୍ବରୁ, ଆମେରିକୀୟ ସାମ୍ବାଦିକ ଦାବି କରିଥିଲେ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ପରମାଣୁ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇପାରନ୍ତି। ଏହି ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ […]
ରାମଲୀଳା ମୈଦାନରେ ଅନିର୍ଦ୍ଦିଷ୍ଟ କାଳ ଦେଇହେବ ନାହିଁ ଧାରଣା ବୋଲି କହିଛନ୍ତି ସୁପ୍ରିମକୋର୍ଟ
ପର୍ବପର୍ବାଣୀ ସମୟରେ ବିରୋଧ ପ୍ରଦର୍ଶନ ଯୋଗୁଁ ବ୍ୟବସାୟିକ କାର୍ଯ୍ୟକଳାପ ପ୍ରଭାବିତ ହେଉଥିବା ଅଭିଯୋଗ କରି ଦିଲ୍ଲୀ କିରାଣା କମିଟି ପକ୍ଷରୁ ସୁପ୍ରିମକୋର୍ଟ ମାମଲା ଦାଏର କରାଯାଇଥିଲା । ମଙ୍ଗଳବାର ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସମେତ ଅନ୍ୟ ପକ୍ଷମାନଙ୍କୁ ନୋଟିସ ଜାରି କରି ଜବାବ ମାଗିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟା ବାଗଚୀ ଏବଂ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲା ସହ ଜଡ଼ିତ ଏକାଧିକ ଆବେଦନର […]
