ସପା- କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଟାର୍ଗେଟ
ନୂଆଦିଲ୍ଲୀ : ଗୋରଖପୁରରେ ‘ଗଣତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ପଦଯାତ୍ରା ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ଉପରେ ଖୁବ୍ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି କି, କଂଗ୍ରେସ ସପାର ଉଦ୍ଦେଶ୍ୟ ଭାରତ ଏବଂ ସମ୍ବିଧାନକୁ କାଠଗଡ଼ାରେ ଛିଡ଼ା କରିବାରେ ଅଛି । ଯେଉଁ ସାମ୍ବିଧାନିକ ସଂସ୍ଥା ବଳ ଉପରେ ଦେଶର ଲୋକତନ୍ତ୍ର ଛିଡ଼ା ହୋଇଛି ତାକୁ କମଜୋର କରିବାର ଷଡ଼ଯନ୍ତ୍ରକୁ ଗ୍ରହଣ କରାଯାଇପାରିବ ନାହିଁ। ସିଏମ୍ ଯୋଗୀ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କହିଛନ୍ତି କି, ସେ ଗଣତନ୍ତ୍ରର ଅର୍ଥ ବୁଝିବା ଆବଶ୍ୟକ । ଗଣତନ୍ତ୍ରରେ ପରିବର୍ତ୍ତନ ନୁହେଁ, ଜନତା ପରିବର୍ତ୍ତନ କରନ୍ତି ।
୨୦୧୪ରେ ଦେଶର ଜନତା ପରିବର୍ତ୍ତନ କରିଛନ୍ତି ଏବଂ ୨୦୧୭ରେ ଉତ୍ତରପ୍ରଦେଶର ଜନତା ସରକାର ପରିବର୍ତ୍ତନ କରି ଦେଖାଇଛନ୍ତି । ଏହି ପରିବର୍ତ୍ତନ କଂଗ୍ରେସ କିମ୍ବା ସମାଜବାଦୀ ପାର୍ଟିର ଶକ୍ତିର ନୁହେଁ ବରଂ ଜନତା ଜନାର୍ଦନର ଶକ୍ତିରେ ହୋଇଥିଲା ।ସିଏମ୍ ଯୋଗୀ ଉତ୍ତରପ୍ରଦେଶର ବିଧାନସଭା ନିର୍ବାଚନର ଉଦାହରଣ ଦେଇ କହିଛନ୍ତି କି, ୨୦୧୭ ଏବଂ ୨୦୨୨ର ନିର୍ବାଚନରେ ସପା ଏବଂ କଂଗ୍ରେସ ମିଶି ବି ସେତିକି ଆସନ ଜିତିପାରିନଥିଲେ ଯେତିକି ବିଜେପି ଏକାକୀ ୨୦୨୨ରେ ହାସଲ କରିଥିଲା ।
ବିଜେପି ଉତ୍ତରପ୍ରଦେଶରରେ ୨୫୫ସିଟ୍ ଜିତିଥିଲା । ସେ କହିଛନ୍ତି କି, ଜନତା ହିଁ ସୁନିଶ୍ଚିତ କରିଥାନ୍ତି କି କାହାକୁ ନିର୍ବାଚନ ଜିତାଇ ପଠାଇବବେ ଏବଂ କାହାକୁ ହରାଇବେ । ସିଏମ୍ ଯୋଗୀ ଆଦିତ୍ୟନାଥ କଂଗ୍ରେସର ନିର୍ବାଚନ ପରାଜୟର ଉଦାହରଣ ଦେଇ କହିଛନ୍ତି କି ୨୦୨୩ରେ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ କଂଗ୍ରେସକୁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ମହାରାଷ୍ଟ୍ରରେ ବି କଂଗ୍ରେସ ଏବଂ INDIA ଗଠବନ୍ଧନକୁ ପରାଜୟ ମିଳିଥିଲା । ୨୦୨୫ରେ ଦିଲ୍ଲୀରେ
