ରାଜନୀତି
ଆରଏସଏସ ଓ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଆରଏସଏସ ଏବଂ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଫଡନାଭିସଙ୍କ ବ୍ୟତୀତ ସ୍ଥାନୀୟ ବିଜେପି ନେତାମାନେ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ। ଶୁକ୍ରବାର ସନ୍ଧ୍ୟାରେ ନାଗପୁରରେ ଆରଏସଏସ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଆରଏସଏସ ପକ୍ଷରୁ ସହ ସରକାର୍ଯ୍ୟବାହକ ଅରୁଣ କୁମାର ଉପସ୍ଥିତ ଥିଲେ। ଏହି ବୈଠକ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା | ଏହି ବୈଠକରେ ମହାରାଷ୍ଟ୍ର ନିର୍ବାଚନ […]
ଜେଲରୁ ବାହାରିବା ପରେ ପ୍ରଥମ ସକାଳ ଦେଖିଲେ ସିଶୋଦିଆ
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍) ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିଆ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଥିବା ନିଜ ଆକାଉଣ୍ଟରେ ଶନିବାର ସକାଳେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟରେ ନିଜ ସ୍ତ୍ରୀଙ୍କ ସହିତ ଏକ ସେଲ୍ଫି ବି ଶେୟାର କରିଛନ୍ତି । ହାତରେ ରହିଛି ଏକ ଚା’ କପ୍ । ଜେଲରୁ ବାହାରିବା ପରେ ଏହା ତାଙ୍କର ପ୍ରଥମ ପୋଷ୍ଟ ଥିଲା, ଯାହା ତାଙ୍କ ପାଇଁ ଏକ ସ୍ଵତନ୍ତ୍ର ମୁହୂର୍ତ୍ତ। ଏହି ପୋଷ୍ଟରେ […]
ଜଳାଶୟ ଭିତରେ ଛିଡ଼ା ହୋଇ ଆକୁଳ ନିବେଦନ କରୁଛନ୍ତି ବାଂଲାଦେଶୀ ହିନ୍ଦୁ : ଆମକୁ ଭାରତ ଆସିବାକୁ ଦିଅ
ନୂଆଦିଲ୍ଲୀ: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି ସତ, କିନ୍ତୁ ହିଂସା ଥମୁନାହିଁ। ବିକ୍ଷୋଭକାରୀମାନେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି। ଦେଶରେ ରହୁଥିବା ଅନେକ ହିନ୍ଦୁ ପରିବାର ଘରଦ୍ଵାର ଛାଡ଼ି ଭାରତ-ବାଂଲାଦେଶ ସୀମାରେ ପହଞ୍ଚିଛନ୍ତି। ସେମାନେ ସମସ୍ତେ ଭାରତ ଆସିବାକୁ ଚାହୁଁଛନ୍ତି। ଜଳାଶୟ ଭିତରେ ରହି ଭାରତ ଆସିବାକୁ ଅନୁମତି ଦେବା ଲାଗି ଭାରତୀୟ ଯବାନଙ୍କୁ ଅନୁରୋଧ କରୁଛନ୍ତି। ସୀମାନ୍ତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପଶ୍ଚିମବଙ୍ଗ ସୀମାନ୍ତ କୁଚବିହାର […]
ୱାୟନାଡ ସ୍ଥିତି ପରିଖିଲେ ପ୍ରଧାନମନ୍ତ୍ରୀ : ୨ହଜାର କୋଟି ଟଙ୍କାର ସହାୟତା ମାଗିଲେ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ
କେରଳର ୱାୟନାଡ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରିଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଆକାଶମାର୍ଗରୁ ନୀରିକ୍ଷଣ କରିବା ସହ ଭୂସ୍ଖଳନ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଅଞ୍ଚଳରେ ପହଞ୍ଚି ସମୀକ୍ଷା କରିଛନ୍ତି। ଏହି ସମୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉପସ୍ଥିତ ରହିଥିଲେ। ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ କେରଳର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏହାସହିତ ୨ହଜାର କୋଟି ଟଙ୍କାର ସହାୟତା ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦୀଙ୍କ ସମୀକ୍ଷା ପରେ ପୀଡିତଙ୍କ ପାଇଁ […]
ଭୟ ବଢ଼ାଉଛି ବାଂଲାଦେଶ ସୀମା ସେପଟ ଭିଡ଼
ଭାରତ-ବାଂଲାଦେଶ ସୀମାରେ ବଢୁଛି ଉତ୍ତେଜନା । ପଶ୍ଚିମବଙ୍ଗ କୁଚବେହାରରେ ଭାରତ-ବାଂଲାଦେଶ ସୀମାରେ, ସୀମା ସେପଟେ ଭିଡ଼ ଜମାଇଛନ୍ତି ହଜାର ହଜାର ବାଂଲାଦେଶୀ। ସତେ ଯେମିତି ମେଳା ଲାଗିଛି । ନିଜ ଦେଶରେ ସ୍ଥିତି ଭୟଙ୍କର ଥିବା ବେଳେ, ଭାରତକୁ ଅନୁପ୍ରବେଶ ପାଇଁ କରିଛନ୍ତି ଅପେକ୍ଷା। କେବଳ ଆଜି ନୁହେଁ, ହାସିନା ସରକାରର ପତନ ପରଠୁ ପ୍ରତିଦିନ ଏଭଳି ଭିଡ଼ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟରେ ବାଂଲାଦେଶରେ ୟୁନୁସ୍ ସରକାର ଆରମ୍ଭ ହୋଇଥିବା ବେଳେ, […]
ଏସ.ସି.ବି. ମେଡିକାଲ୍ କ୍ରେନ୍ ଦୁର୍ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
କଟକ,୯/୮: କଟକ ସ୍ଥିତ ଏସସିବି ମେଡିକାଲର ନୂଆ କୋଠା ନିର୍ମାଣବେଳେ କ୍ରେନ୍ ଖସିଯାଇ ୩ଜଣ ଆହତ ହେବା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଦୁର୍ଘଟଣାର ଶିକାର ହୋଇଥିବା ୩ଜଣ ଆହତଙ୍କୁ ଆଜି ସନ୍ଧ୍ୟାରେ ରାଜ୍ୟ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭେଟିବା ସହ ସମସ୍ତଙ୍କୁ ଉଚ୍ଚମାନର ଗୁଣାତ୍ମକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ସେ ଦୁର୍ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିଲେ । […]
ମନୀଷ ସିସୋଦିଆଙ୍କୁ ବଡ଼ ଆଶ୍ଵସ୍ତି, ସୁପ୍ରିମକୋର୍ଟରୁ ମିଳିଲା ଜାମିନ
ନୂଆଦିଲ୍ଲୀ,9/8: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆଙ୍କୁ ଜାମିନ ମିଳିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ଓ ଅର୍ଥ ହେରଫେର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ସିସୋଦିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦୁଇ ଜଣିଆ ଖଣ୍ଡପୀଠ ତାଙ୍କ ଜାମିନ ଆବେଦନ ଉପରେ ରାୟ ଶୁଣାଇ ସର୍ତ୍ତ ଆଧାରରେ ଜାମିନ ପ୍ରଦାନ କରିଛନ୍ତି । ପାସପୋର୍ଟ ଜମା କରିବା ସହ ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ସିସୋଦିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗିରଫ ହେବାର ଦୀର୍ଘ […]