ଭାରତ-ବାଂଲାଦେଶ ସୀମାରେ ବଢୁଛି ଉତ୍ତେଜନା । ପଶ୍ଚିମବଙ୍ଗ କୁଚବେହାରରେ ଭାରତ-ବାଂଲାଦେଶ ସୀମାରେ, ସୀମା ସେପଟେ ଭିଡ଼ ଜମାଇଛନ୍ତି ହଜାର ହଜାର ବାଂଲାଦେଶୀ। ସତେ ଯେମିତି ମେଳା ଲାଗିଛି । ନିଜ ଦେଶରେ ସ୍ଥିତି ଭୟଙ୍କର ଥିବା ବେଳେ, ଭାରତକୁ ଅନୁପ୍ରବେଶ ପାଇଁ କରିଛନ୍ତି ଅପେକ୍ଷା। କେବଳ ଆଜି ନୁହେଁ, ହାସିନା ସରକାରର ପତନ ପରଠୁ ପ୍ରତିଦିନ ଏଭଳି ଭିଡ଼ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଅନ୍ୟପଟରେ ବାଂଲାଦେଶରେ ୟୁନୁସ୍ ସରକାର ଆରମ୍ଭ ହୋଇଥିବା ବେଳେ, ହାସିନା ପୁଣି ନିର୍ବାଚନ ଲଢ଼ିବାକୁ ଢାକା ଫେରିବେ ବୋଲି ତାଙ୍କ ପୁଅ କହିଛନ୍ତି । ଏସବୁ ଭିତରେ ଭୟ ବଢ଼ାଉଛି ବାଂଲାଦେଶ ସୀମା ସେପଟ ଭିଡ଼। ସାମ୍ନାକୁ ଆସୁଛି ଏକ ଚିନ୍ତାଜନକ ପରିସ୍ଥିତିର ଚିତ୍ର । ବିଏସ୍ଏଫ୍ ବି ସତର୍କ କରିଛି ଯେ, ପ୍ରାୟ ୧୨ଶହ ବାଂଲାଦେଶୀ କଏଦୀ ଭାରତରେ ଅନୁପ୍ରବେଶ କରିପାରନ୍ତି।
ଭୟ ବଢ଼ାଉଛି ବାଂଲାଦେଶ ସୀମା ସେପଟ ଭିଡ଼













Leave a Reply