ଜଳାଶୟ ଭିତରେ ଛିଡ଼ା ହୋଇ ଆକୁଳ ନିବେଦନ କରୁଛନ୍ତି ବାଂଲାଦେଶୀ ହିନ୍ଦୁ : ଆମକୁ ଭାରତ ଆସିବାକୁ ଦିଅ

ନୂଆଦିଲ୍ଲୀ: ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ ହୋଇଛି ସତ, କିନ୍ତୁ ହିଂସା ଥମୁନାହିଁ। ବିକ୍ଷୋଭକାରୀମାନେ ସଂଖ୍ୟାଲଘୁ ହିନ୍ଦୁ ଏବଂ ଖ୍ରୀଷ୍ଟିଆନଙ୍କ ଉପରେ ଅତ୍ୟାଚାର ଜାରି ରଖିଛନ୍ତି। ଦେଶରେ ରହୁଥିବା ଅନେକ ହିନ୍ଦୁ ପରିବାର ଘରଦ୍ଵାର ଛାଡ଼ି ଭାରତ-ବାଂଲାଦେଶ ସୀମାରେ ପହଞ୍ଚିଛନ୍ତି। ସେମାନେ ସମସ୍ତେ ଭାରତ ଆସିବାକୁ ଚାହୁଁଛନ୍ତି। ଜଳାଶୟ ଭିତରେ ରହି ଭାରତ ଆସିବାକୁ ଅନୁମତି ଦେବା ଲାଗି ଭାରତୀୟ ଯବାନଙ୍କୁ ଅନୁରୋଧ କରୁଛନ୍ତି। ସୀମାନ୍ତରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ପଶ୍ଚିମବଙ୍ଗ ସୀମାନ୍ତ କୁଚବିହାର ଅନ୍ତର୍ଗତ ସିତାଲକୁଚୀରେ ପ୍ରାୟ ୧ ହଜାରରୁ ଅଧିକ ବାଂଲାଦେଶୀ ହିନ୍ଦୁ ଜଳାଶୟ ଭିତରେ ରହି ଏପରି ଆକୁଳ ନିବେଦନ କରୁଛନ୍ତି । ଏହା ସହିତ ସେମାନେ ଜୟ ଶ୍ରୀରାମ ନାରା ଲଗାଉଛନ୍ତି । ସୀମାରେ ଜଗିଥିବା ବିଏସଏଫ ଯବାନମାନେ ସେମାନଙ୍କ ଉପରେ କଡ଼ା ନଜର ରଖିଛନ୍ତି । ସେହିପରି କାଶିୟାର ବରୁରୀ ଅଞ୍ଚଳର ପଠାନଟୁଲୀ ଗାଁ ସୀମାରେ ବି ବହୁ ସଂଖ୍ୟକ ବାଂଳାଦେଶ ହିନ୍ଦୁ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି। ସେମାନେ ବି ଜୟ ଶ୍ରୀରାମ, ଭାରତ ମାତା କୀ ଜୟ ନାରା ଦେଉଛନ୍ତି।

Leave A Reply

Your email address will not be published.