ରାଜନୀତି
କେନ୍ଦ୍ର ମନ୍ତ୍ରୀଙ୍କୁ ଫେରାଦ ହେଲେ ସରପଞ୍ଚ
ଟିଟିଲାଗଡ଼/ଭୁବନେଶ୍ୱର ୧୮-୦୮-୨୪(ପିପିଏସ): ଗଣତାନ୍ତ୍ରିକ ପଦ୍ଧତିରେ ସାଂସଦ, ବିଧାୟକଙ୍କ ଭଳି ଜନତାଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହେଉଥିବା ସରପଞ୍ଚ ନିଜ ପଦ ରକ୍ଷା ପାଇଁ ମୁଣ୍ଡିଆ ମାରିବାକୁ ପଡୁଛି l ବଲାଙ୍ଗୀର ଜିଲା ତୁରେକେଲା ବ୍ଲକରେ ଏଭଳି ଏକ ଦୁର୍ଭାଗ୍ୟଜନକ ଘଟଣା ସାମ୍ନାକୁ ଆସି ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି l ଏହାକୁ ନେଇ ରାଜ୍ୟରେ ସରପଞ୍ଚଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି l ରାଜ୍ୟ ସରପଞ୍ଚ ସଂଘ ପକ୍ଷରୁ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, କଳାହାଣ୍ଡି ଜିଲା […]
ଆଇଏମ ଏର କ୍ଯାଣ୍ଡେଲ ଶୋଭାଯାତ୍ରା।
ରାଉରକେଲା/୧୮-୦୮-୨୪(ପିପିଏସ): କୋଲକତା ହୋଇଥିବା ମହିଳା ଡ଼ାକ୍ତରଙ୍କ ହତ୍ୟାର ପ୍ରତିବାଦରେ ଭାରତୀୟ ମେଡିକାଲ ସଂଘ (ଆଇଏମ ଏ) ରାଉରକେଲା ପକ୍ଷରୁ ତୀବ୍ର ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ମହିଳା ଶାଖାର ସଭାପତି ପୂର୍ଣ୍ଣିମା ଦତ୍ତଙ୍କ ନେତୃତ୍ୱରେ ଆଇଏମ ଏ ରାଉରକେଲା ଶାଖାର ସଭାପତି ଡ଼ାକ୍ତର ସତ୍ୟ ରଂଜନ ଦାସ୍, ସାଧାରଣ ସଂପାଦକ ଡାକ୍ତର ଦେବେନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଡ଼ାକ୍ତର ଏଵଂ ସ୍ଵାସ୍ଥ୍ୟ କର୍ମଚାରୀ ମାନେ ସଂଧ୍ୟାରେ ହାଇଟେକ୍ ମେଡିକାଲ୍ ନିକଟରୁ ଏକ କ୍ଯାଣ୍ଡେଲ ଶୋଭାଯାତ୍ରାରେ ବାହାରି ବିରଜା ପାଲି କୋଟ […]
ପୋଲାଭରମ ପ୍ରକଳ୍ପ ବିବାଦ:ଆନ୍ଦୋଳନରେ ସାମିଲି ହେଲା କଂଗ୍ରେସ
କେନ୍ଦ୍ର ଓ ରାଜ୍ୟ ସରକାର ଉପରେ ବର୍ଷିଲେ କଂଗ୍ରେସ ସାଂସଦ, ବିଧାୟକ ମାଲକାନଗିରି/ଭୁବନେଶ୍ୱର ୧୭-୦୮-୨୪(ପିପିଏସ): ବାଦବିବାଦ ଭିତରେ ଛନ୍ଦି ହୋଇ ରହିଥିବା ଆନ୍ଧ୍ରପ୍ରଦେଶର ପୋଲାଭରମ ପ୍ରକଳ୍ପକୁ ନେଇ ରାଜନୀତି ସରଗରମ ହୋଇ ରହିଛି। ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ବିଜେଡି ପ୍ରଥମରୁ ହିଁ ସ୍ବରତ୍ତୋଳନ କରିଆସୁଥିବା ବେଳେ ଏବେ କଂଗ୍ରେସ ଏହି ଆନ୍ଦୋଳନରେ ସାମିଲ ହୋଇଛି। ଆଜି କଂଗ୍ରେସର ବିଧାୟକ ଦଳର ନେତା ପଟାଙ୍ଗି ବିଧାୟକ ରାମ କାଡାମଙ୍କ ନେତୃତ୍ବରେ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ରାୟଗଡ଼ା […]
ଦୋଛକିରେ ମେହେବୁବା ମୁଫତି
ଶ୍ରୀନଗର/ଭୁବନେଶ୍ୱର ୧୭-୦୮-୨୪(ପିପିଏସ): ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ହଟିବା ପରେ ଅନେକ ସ୍ଥାନୀୟ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା। ଏଥିରେ ଫାରୁକ୍ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତି ମଧ୍ୟ ସାମିଲ ଥିଲେ। ମୁକୁଳିବା ପରେ ଉଭୟ ଓମାର ଓ ମେହବୁବା ମୁଫତି ଜମ୍ମୁ-କଶ୍ମୀରକୁ ପୁଣି ଥରେ ରାଜ୍ୟ ରେ ପରିଣତ ନ କରିବା ପର୍ଯ୍ୟନ୍ତ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ। କୌଣସି ବନ୍ଦ କୋଠରୀରେ ନୁହେଁ ବରଂ ଜନସାଧାରଣଙ୍କ ଆଗରେ […]
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁହେବ ମାମଲା
ଅନୁମତି ଦେଲେ ରାଜ୍ୟପାଳ ଆଇନ ଜାଲରେ ଛନ୍ଦିହେଲେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ବାଙ୍ଗାଲୋର/ଭୁବନେଶ୍ୱର/ ୧୭-୦୮-୨୪(ପିପିଏସ): ଆଇନ ଜାଲରେ ଛନ୍ଦି ହେଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ନାଁରେ ରୁଜୁହେବ ମାମଲା ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା। ଜମି ଦୁର୍ନୀତି ଅଭିଯୋଗରେ ତାଙ୍କ ନାମରେ ରୁଜୁ ହେବ ମାମଲା। ଏଥିପାଇଁ ଅନୁମତି ଦେଇଛନ୍ତି ରାଜ୍ୟପାଳ ଥାବର ଚନ୍ଦ ଗେହଲତ।ମହୀଶୂର ସହରାଞ୍ଚଳ ଉନ୍ନୟନ କର୍ତ୍ତୃପକ୍ଷ(ଏମୟୁଡିଏ) ଜମି ଆବଣ୍ଟନ ଦୁର୍ନୀତିରେ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଜଡ଼ିତ ଥିବା ନେଇ ଜଣେ ସୂଚନା ଅଧିକାର କର୍ମୀ ଟି.ଜେ. ଆବ୍ରାହମଙ୍କ ପକ୍ଷରୁ ଅଭିଯୋଗ […]
ଥାନା ସାମ୍ନାରେ ଅଭାବନୀୟ କାଣ୍ଡ
ପେଟ୍ରୋଲ୍ ଢାଳି ଦେହରେ ନିଆଁ ଲଗାଇଲେ ମହିଳା କଟକ/ମାହାଙ୍ଗା ୧୭-୦୮-୨୪ (ପିପିଏସ ): କଟକ ଜିଲ୍ଲା ମାହାଙ୍ଗା ଥାନା ସମ୍ମୁଖରେ ଆଜି ଜଣେ ମହିଳା ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ପ୍ରଥମେ ମାହାଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସ୍ବାମୀଙ୍କୁ ଏକ ଚୋରି ମାମଲାରେ ଫସାଇ ଥାନାରେ ନିର୍ଯାତନା ଦିଆଯିବା ପ୍ରତିବାଦରେ ମହିଳାଜଣକ ଏଭଳି କରିଥିବା କହିଛନ୍ତି।ମାହାଙ୍ଗା ଥାନା ଅନ୍ତର୍ଗତ ଆନନ୍ଦପୁର ପଞ୍ଚାୟତ ଖର୍ତ୍ତାଙ୍ଗ […]
ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ କର୍ପୋରଟର ବନ୍ଦିତା ପାଲ
ଭୁବନେଶ୍ୱର:୧୬-୦୮-୨୪(ପିପିଏସ ): ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ ବିଏମସି କର୍ପୋରଟର। ଭୁବନେଶ୍ୱର ୩୭ ନମ୍ୱର ୱାର୍ଡର କର୍ପୋରଟର ବନ୍ଦିତା ପାଲ ଓ ତାଙ୍କ ସ୍ୱାମୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଉଭୟେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଉଭୟୟେ ବିଜେପିରେ ଯୋଗ ଦେଇଛନ୍ତି।
ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ
ପାରାଦୀପ:୧୬-୦୮-୨୪(ପିପିଏସ ): ପାରାଦୀପରେ ଅଟକ ଥିବା ବିଦେଶୀ ଜାହାଜକୁ ଗିରଫ ପାଇଁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ। ଏମଭି ଓ୍ୱାଡି ଆଲବୋଷ୍ଟୋନ୍ ନାମକ ଇଜିପ୍ଟ ଫ୍ଲାଗସିପକୁ ଗିରଫ ନିର୍ଦ୍ଦେଶକୁ ଗିରଫ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ୟ୍ୟନ୍ତ ଜାହାଜକୁ ଛଡ଼ା ନଯିବାକୁ ନିର୍ଦ୍ଦେଶ ହୋଇଛି। ଜର୍ମାନୀର କମ୍ପାନୀ ଏଲବୋଏଲ ଜିଏମବିଏଚ୍ କମ୍ପାନୀ ମାଲିକଙ୍କ ଆବେଦନ ଉପରେ ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।ଜାହାଜ ଠାରୁ ପ୍ରାୟ ୪ କୋଟି ଟଙ୍କା ପାଇବାକୁ ଜର୍ମାନୀ କମ୍ପାନୀ […]
ମହିଳା ମାନଙ୍କ ମାସିକ ଋତୁସ୍ରାବ ପାଇଁ ଗୋଟିଏ ଦିନ ଛୁଟି ମିଳିବ
ଭୁବନେଶ୍ୱର, ୧୫/୮/୨୪(ପିପିଏସ) : ସ୍ୱାଧୀନତା ଦିବସରେ ସରକାରଙ୍କ ନୂଆ ଘୋଷଣା l ରାଜ୍ୟରେ ଏବେ ମହିଳା ମାନଙ୍କ ମାସିକଧର୍ମ ପାଇଁ ଗୋଟିଏ ଦିନ ଛୁଟି ମିଳିବ । କେବଳ କର୍ମଜୀବି ମହିଳାମାନଙ୍କୁ ଏହି ଛୁଟି ପ୍ରଦାନ କରାଯିବ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗୋଟିଏ ଦିନ ଛୁଟି ଘୋଷଣା କରିଛନ୍ତି । ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଏହି ଛୁଟି ଲାଗୁ କରାଯିବ ବୋଲି ସୂଚନା ମିଳିଛି ।
ଭାରତ ସହିତ ଯୁଦ୍ଧ ଚାହୁଁଛି କି ବାଂଲାଦେଶ ?
ଢାକା:/ଭୁବନେଶ୍ୱର ୧୪-୦୮-୨୪(ପିପିଏସ ): ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ଗୃହ ମନ୍ତ୍ରଣାଳୟର ଉପଦେଷ୍ଟା ଅବସରପ୍ରାପ୍ତ ବ୍ରିଗେଡିୟର୍ ଜେନେରାଲ୍ ଏମ୍ ସାଖାୱତ ହୁସେନ୍ କାହାର ନାମ ନ ନେଇ ଭାରତକୁ ଟାର୍ଗେଟ କରିଛନ୍ତି। ସେ ଏକ ମନ୍ତବ୍ୟରେ କହିଛନ୍ତି ବାଂଲାଦେଶର ସୀମା ସୁରକ୍ଷା କର୍ମୀ(ବିଜିବି)ଙ୍କର ସୀମାରୁ ପଛକୁ ହଟିବାର ଏକ ଅଭ୍ୟାସ ହୋଇ ଯାଇଛି। ସେମାନେ ସେଭଳି କରିବାରେ ସନ୍ତୁଷ୍ଟ ଅଛନ୍ତି।ସେ କହିଛନ୍ତି, ସୀମାନ୍ତରେ ଆମ ଲୋକଙ୍କୁ ଆକ୍ରମଣ କରାଯାଇଛି ଏବଂ ବିଜିବିକୁ ଫ୍ଲାଗ୍ ବୈଠକ କରିବାକୁ ବାଧ୍ୟ କରାଯାଉଛି। […]