1 min read

ଭୁବନେଶ୍ବରରେ ଏକାଧିକ ସଡ଼କ, ଫ୍ଲାଇଓଭର, ରେଲ୍ ଓଭର ବ୍ରିଜ ଓ ରିଙ୍ଗ ରୋଡ ନିର୍ମାଣ ପାଇଁ ଯୋଜନା

ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ଭୁବନେଶ୍ବର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଆବଶ୍ୟକତା ଦୃଷ୍ଟିରୁ ଗାଡି ଚଳାଚଳ ଓ ଟ୍ରାଫିକ ବ୍ୟବସ୍ଥାକୁ ଉପଯୋଗୀ ଓ ସହଜ କରିବା ଉପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁତ୍ଵ ଆରୋପ କରିଛନ୍ତି।ଭୁବନେଶ୍ବର ସହରର ଗାଡି ଚଳାଚଳ ଓ ଟ୍ରାଫିକ୍‌ ସମସ୍ୟାକୁ ଦୂର କରିବା ପାଇଁ ପୂର୍ତ୍ତ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସହର ପାଇଁ ବିଭିନ୍ନ ସଡ଼କ ପ୍ରକଳ୍ପ ଯୋଜନା ଉପରେ ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ […]

1 min read

ପାରାଦୀପରେ ଫସିଲେ ୭୮ ବାଂଲାଦେଶୀ ନାଗରିକ, ମାଛ ଧରିବାକୁ ଆସି ଅଟକ

ପାରାଦୀପ/ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) :  ବିଗତ କିଛି ମାସ ହେଲା ଭାରତ-ବାଂଲାଦେଶର ସଂପର୍କରେ ମଧୁରତା ନାହିଁ। ବିଭିନ୍ନ କାରଣକୁ ନେଇ ଉଭୟ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି। ଏହି ଟ୍ରଲରେ ୭୮ ଜଣ ମତ୍ସ୍ୟଜୀବୀ ଥିଲେ। ମତ୍ସ୍ୟଜୀବୀମାନଙ୍କୁ ଅଟକ ରଖି ତଟରକ୍ଷୀ ବାହିନୀ ଖୋଳତାଡ଼ କରୁଛି।ବଙ୍ଗୋପସାଗରରେ ଅଟକ ଥିବା ସମସ୍ତ ବାଂଲାଦେଶୀ […]

1 min read

ଓଡ଼ିଶା ମାଷ୍ଟର୍ସ ୨୦୨୪ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା, ମାନବ ଚୌଧୁରୀ ବିଜୟୀ

କଟକ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିଅମରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ମାଷ୍ଟର୍ସ ୨୦୨୪ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା। କୋର୍ଟ ୧ରେ ଆଜି ଅନୁଷ୍ଠିତ ମ୍ୟାଚରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ମାନବ ଚୌଧୁରୀ ପୁରୁଷ ଏକକ ଯୋଗ୍ୟତା ପର୍ଯ୍ୟାୟରେ ସଂଯୁକ୍ତ ଆରବ ଏମିରେଟ୍ସର ମହମ୍ମଦ ମୁନାୱରଙ୍କୁ ୨୧-୧୬, ୨୧-୧୨ରେ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସର ଅନ୍ୟ ଏକ ମ୍ୟାଚରେ ଭାରତର ରାଜେଶ ଶ୍ରୀକର ୧୧-୨୧, ୨୧-୨୩ରେ ଚୀନର ଲିଉ ୟୁ ଜୁଆନଙ୍କଠାରୁ ପରାସ୍ତ ହୋଇଥିବା ବେଳେ ଗଗନ ବାଲିୟାନ […]

1 min read

ଚିଲିକାକୁ ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ

ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀମାନେ ଚିଲିକାର ଚତୁପାର୍ଶ୍ଵରେ ଥିବା ଜଳାଶୟ ଯଥା ମଙ୍ଗଳାଯୋଡି, ଭୁଷଣ୍ଡପୁରୁ, ବାଲିପାଟପୁର, ନଇରି, ବଉଳାବନ୍ଧ, ବଡଗୋଠ, ଟୁଆଗମ୍ଭାରୀ, ଗୁରୁବାଇ, ସପିଆ, ନଳବଣ, ମଧୁରଚୁଆ, ସମଲନାସୀ, ପାଣ୍ଡାନାସୀ, ପଞ୍ଚକୁଦୀ, ସୁନନ୍ଦା ଓ କାଲୁରୀ ଅଞ୍ଚଳରେ ଥିବା ଜଳାଶୟମାନଙ୍କରେ ଦେଖାଯାଇଥାନ୍ତି। ଏହି ଜଳାଶୟକୁ ୨୦୨୪  ନଭେମ୍ବର ୩୦ ସୁଦ୍ଧା ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀମାନଙ୍କର ଆଗମନ ହୋଇସାରିଲାଣି। ତନ୍ମଧ୍ୟରୁ କେବଳ ଚିଲିକା […]

1 min read

ପୁନରୁଦ୍ଧାର ହେବ ଆସିକା ଚିନିକଳ

ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) :  ଆସିକା ଚିନିକଳର ପୁନରୁଦ୍ଧାର ଓ ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଏକ ଟାସ୍କ ଫୋର୍ସ ଗଠନ କରାଯିବ।  ଏହି ଟାସ୍କ ଫୋର୍ସରେ କୃଷି, ଅର୍ଥ, ସମବାୟ, ଅବକାରୀ ତଥା ଜଳ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ସଦସ୍ୟ ଭାବେ ରହିବେ। ଆଜି ଆସିକା ଚିନି ଶିଳ୍ପର ପୁନରୁଦ୍ଧାର ନିମନ୍ତେ ଲୋକସେବା ଭବନରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ […]

1 min read

ରାଜ୍ୟସଭା ଉପନିର୍ବାଚନ: ଓଡ଼ିଶା ପାଇଁ ସୁଜିତ କୁମାର ଏକମାତ୍ର ପ୍ରାର୍ଥୀ

ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ସୁଜିତ କୁମାର ପୂରଣ କରିବେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ସମୟ ଶେଷ ହେଲା ପରେ ଏହା ଜଣାପଡ଼ିଛି। ସୁଜିତ କୁମାରଙ୍କ ବିରୋଧରେ କୌଣସି ଦଳ ପ୍ରାର୍ଥୀପତ୍ର ଦାଖଲ କରି ନଥିବା ନେଇ ଓଡ଼ିଶା ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ସୁଜିତ କୁମାର ପୂରଣ କରିବେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ଆଜି ସମୟ ଶେଷ […]

1 min read

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା: କୋର୍ଟରେ ହାଜର ହେଲେ ସାଂସଦ

ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାର ବିଚାରଣା ଆରମ୍ଭ ହୋଇଛି। ଏଣୁ ଏହି ମାମଲାରେ ଅଭିଯୁକ୍ତ ଥିବା ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ କୁମାର ପାଣିଗ୍ରାହୀ କୋର୍ଟରେ ହାଜର ହୋଇଛନ୍ତି। ବ୍ରହ୍ମପୁର/ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ବହୁ ଚର୍ଚ୍ଚିତ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ଟଙ୍କା ଠକେଇ ମାମଲାର ବିଚାରଣା ଆରମ୍ଭ ହୋଇଛି। ଏଣୁ ଏହି ମାମଲାରେ ଅଭିଯୁକ୍ତ ଥିବା ବ୍ରହ୍ମପୁର ସାଂସଦ  ଡ. ପ୍ରଦୀପ କୁମାର ପାଣିଗ୍ରାହୀ କୋର୍ଟରେ ହାଜର ହୋଇଛନ୍ତି। […]

1 min read

୪୦୦ରୁ ଅଧିକ କଏଦୀଙ୍କ ସଜା କମ୍‌ ହେବ: ଜେଲ୍‌ ଡିିଜି

ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : କଏଦୀଙ୍କ ସଜା କୋହଳ ହେବ। ଜେଲ୍‌ ପ୍ରତିଷ୍ଠା ଦିବସ ଅବସରରେ ଦୃଷ୍ଟିକୁ ରଖି ଜେଲ୍‌ ବିଭାଗ ପକ୍ଷରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି। ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍‌ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍‌ ହେବାକୁ ଯାଉଛି। ଜେଲ୍‌ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା ଏହି  କଏଦୀମାନଙ୍କ ସଜା କୋହଳ କରାଯିବ। ଫଳରେ ସେମାନେ ଧାର୍ଯ୍ୟ ଜେଲ୍‌ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ।ମୁକ୍ତି ପାଇବାକୁ ଯାଉଥିବା […]

1 min read

ରତ୍ନଭଣ୍ଡାର ମରାମତି ବେଳେ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା

ଆସନ୍ତା ୧୭ ତାରିଖ ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହି ମରାମତି କାମ ସରିବା ପର୍ଯ୍ୟନ୍ତ ଦ୍ବିତୀୟ ଭୋଗ ମଣ୍ଡପ ପରଠାରୁ ଅର୍ଥାତ ଅପରାହ୍‌ଣ ୧ଟା ପରେ ସନ୍ଧ୍ୟା ୫/୬ଟା ଯାଏଁ ଜାରି ରହିବ। ଭୁବନେଶ୍ୱର ୧୦-୧୨-୨୦୨୪(ପିପିଏସ) : ଚଳିତ ମାସ ୧୭ ତାରିଖ ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହି ମରାମତି କାମ ସରିବା ପର୍ଯ୍ୟନ୍ତ ଦ୍ବିତୀୟ ଭୋଗ ମଣ୍ଡପ ପରଠାରୁ ଅର୍ଥାତ ଅପରାହ୍‌ଣ ୧ଟା ପରେ […]

1 min read

ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ ରାଜ୍ୟରୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ଟି ରାଜ୍ୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି। ଆନ୍ଧ୍ରପ୍ରଦେଶ, ହରିଆଣା ଓ ଓଡ଼ିଶାର ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋ‌ଷଣା କରିଛି ବିଜେପି। ନୂଆଦିଲ୍ଲୀ/ଭୁବନେଶ୍ୱର ୦୯-୧୨-୨୦୨୪(ପିପିଏସ) :  ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ଟି ରାଜ୍ୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି। ଆନ୍ଧ୍ରପ୍ରଦେଶ, ହରିଆଣା ଓ ଓଡ଼ିଶାର ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ […]