ରାଜନୀତି
ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି
କ୍ୟାମ୍ପ ଉଠିଲେ ଆତ୍ମଦାହ ଧମକ ଦେଲେ ଗ୍ରାମବାସୀ ଚିତ୍ରକୋଣ୍ଡା/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଯନ୍ତ୍ରୀ ପଞ୍ଚାୟତ ରେ ବିଏସଏଫ କ୍ୟାମ୍ପ ଉଠିବା ପ୍ରତିବାଦ ରେ ପ୍ରଜାମେଳି କରି ଏକଜୁଟ ହେଲେ ଯନ୍ତ୍ରୀ ପଞ୍ଚାୟତର ଚଉଦ ଖଣ୍ଡ ଗ୍ରାମବାସିନ୍ଦା | ଆଉ ପାଞ୍ଚବର୍ଷ ବିଏସଏଫ କ୍ୟାମ୍ପ ନଉଠାଇବା ପାଇଁ କମାଣ୍ଡେଣ୍ଟଙ୍କ ଜରିଆରେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି | ଏହି ସବୁ ଅଞ୍ଚଳରେ ସରକାରଙ୍କ ତରଫରୁ ବିଗତ ଦିନରେ […]
ହରିଆଣା ନିର୍ବାଚନ ଯୁଦ୍ଧରେ ଦୁଇ ମହିଳା ମଲ୍ଲଯୋଦ୍ଧା
ନୂଆଦିଲ୍ଲୀ/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ) : ହରିଆଣାରେ ଆଗାମୀ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଜୁଆନା ନିର୍ବାଚନମଣ୍ଡଳୀରେ ସବୁଠାରୁ ରୋଚକ ଲଢ଼େଇ ଦେଖିବାକୁ ମିଳିବ। ଏହି ନିର୍ବାଚନ ଯୁଦ୍ଧରେ ଦୁଇ ମହିଳା ମଲ୍ଲଯୋଦ୍ଧାଙ୍କର ଦଙ୍ଗଲ ସମସ୍ତଙ୍କୁ ଆକର୍ଷିତ କରିଛି। ଜୁଆନାର ବୋହୂ ଓ ଝିଅ ନିର୍ବାଚନ ପ୍ରଚାର ସବୁଠାରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ଅକ୍ଟୋବର ୫ ତାରିଖରେ ଏଠାରେ ନିର୍ବାଚନ ହେବ ଏବଂ ୮ ତାରିଖ ଦିନ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ। ଦୁଇ ମହିଳା […]
ଜିଲ୍ଲାସ୍ତରରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ
ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ): ରାଜ୍ୟ ସ୍ତରୀୟ ଅଭିଯୋଗ ଶୁଣାଣି ସହିତ ଆଗାମୀଦିନରେ ଜିଲ୍ଲା ସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ଖୋଲିବ | ମୁଖ୍ୟମନ୍ତ୍ରୀଙ୍କ ଇଛା ଆଗାମୀ ଦିନରେ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ | ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନର ବ୍ୟବସ୍ଥା ରହିଛି |ଏହା ଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ପତ୍ର ଦାଖଲ କରିବେ | ୧ […]
ଅନୁରା ଦିସାନାୟକେ ହେବେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି !
କଲମ୍ବୋ/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଶ୍ରୀଲଙ୍କାର ରାଷ୍ଟ୍ରପତି ନିର୍ବାଚନରେ ନ୍ୟାସନାଲ ପିପୁଲ୍ସ ପାୱାର (ଏନପିପି)ର ଅନୁରା କୁମାର ଦିସାନାୟକେ ନିର୍ଣ୍ଣାୟକ ଅଗ୍ରଣୀ ହାସଲ କରିଛନ୍ତି। ଭୋଟ ଗଣତି ଜାରି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ଦିସାନାୟକଙ୍କୁ ୫୨% ଭୋଟ୍ ମିଳିଥିବା ବେଳେ ତାଙ୍କ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ବିରୋଧୀ ଦଳ ନେତା ସଜିତ ପ୍ରେମଦାସାଙ୍କୁ ୨୩% ଭୋଟ୍ ମିଳିଛି। ବର୍ତ୍ତମାନର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ (୭୫) ମାତ୍ର ୧୬% ଭୋଟ ପାଇଛନ୍ତି । ଏଣୁ ଅନୁରା ହିଁ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି […]
ଶଙ୍ଖ ଭବନରେ ହଙ୍ଗାମା
ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ବିଜୁ ଜନତା ଦଳ (ବିଜେଡି) ଦିନକ ପରେ ଅର୍ଥାତ ଆସନ୍ତା ୨୪ ତାରିଖରେ ରାଜଧାନୀ ଭୁବନେଶ୍ବରରେ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି। ଏଥି ପାଇଁ ଆଜି ଡକାଯାଇଥିବା ପ୍ରସ୍ତୁତି ବୈଠକରେ ଦଳୀୟ କର୍ମୀମାନେ ହଙ୍ଗାମା କରିଛନ୍ତି। ଆଜି ଅପରାହ୍ନରେ ‘ଶଙ୍ଖ ଭବନ’ରେ ଦୁଇ ଜଣ କାଉନ୍ସିଲରଙ୍କୁ ବିରୋଧ କରି ଅନ୍ୟ କାଉନ୍ସିଲର ଓ କର୍ମକର୍ତ୍ତାମାନେ ବୈଠକରୁ ଉଠି ଆସି ହୋ-ହଲ୍ଲା କରିଛନ୍ତି।ସୂଚନାଯୋଗ୍ୟ, କମିସନରେଟ୍ ପୁଲିସ ଅଧୀନ ଭରତପୁର ଥାନାରେ ଗତ ୧୫ ତାରିଖ […]
ଭରତପୁର ଥାନା ପ୍ରସଙ୍ଗ: ଏକାଠି ହେଲା ପୁଲିସ
ବିନା ଅନୁମତିରେ ପୁଲିସ ଏଭଳି ଏକାଠି ହୋଇପାରିବେ ନାହିଁ: ସିପି ସଞ୍ଜୀବ ପଣ୍ଡା ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ଆଜି ଅପରାହ୍ନରେ ରିଜର୍ଭ ପୁଲିସ ପଡ଼ିଆରେ ହାବିଲଦାରଙ୍କଠାରୁ ଏଡିସିପି ରୢାଙ୍କ୍ର ଶହଶହ ପୁଲିସ କର୍ମଚାରୀ ଏକାଠି ହୋଇଥିଲେ। ନିଲମ୍ବିତ ହୋଇଥିବା ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଓ ନିରପେକ୍ଷ ତଦନ୍ତ ଦାବିରେ ସେମାନେ ଏକାଠି ହୋଇଥିଲେ। ପୁଲିସ କର୍ମଚାରୀମାନେ କହିଛନ୍ତି ଯେ ବିନା ତଦନ୍ତରେ ପୁଲିସ କର୍ମଚାରୀମାନଙ୍କୁ ନିଲମ୍ବିତ କରାଯିବା ଓ ସେମାନଙ୍କ ନାଁରେ ମାମଲା […]
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି : ମୟୂରଭଞ୍ଜ ଗସ୍ତ ବାତିଲ୍
ବାରିପଦା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍ ହୋଇଛି। ସେ କାରକେଟ୍ରେ ସଡ଼କ ପଥରେ କେନ୍ଦୁଝରରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାରେ ଥିଲା। ତେଣୁ ନିର୍ଦ୍ଧାରିତ ସମୟରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ମୁଖ୍ୟମନ୍ତ୍ରୀ […]
ସଂକଳ୍ପପତ୍ର ଆମପାଇଁ ଧର୍ମଗ୍ରନ୍ଥ:ମୁଖ୍ୟମନ୍ତ୍ରୀ
ପୁରୀ/ଭୁବନେଶ୍ୱର,୧୯-୦୯-୨୦୨୪(ପିପିଏସ): ରାଜ୍ୟରେ ବିଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ କରିଛନ୍ତି। କଥାକୁ କାର୍ଯ୍ୟରେ କରି ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କୁ ୧୦୦ ଦିନ ପୂରଣ ହୋଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବିଜେପି ସରକାରଙ୍କ ୧୦୦ ଦିନର ହିସାବ ଦେଇଛନ୍ତି। ଏନେଇ ପୁରୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଜୁନ୍ ୧୨ରେ ସରକାର ଶପଥ ନେଲେ। ୧୩ ଜୁନ୍ରେ ଶ୍ରୀମନ୍ଦିରର ଚାରି ଦ୍ବାରା ଖୋଲାଗଲା। ରତ୍ନଭଣ୍ଡାର ଖୋଲି ଗଣତି […]
ଦାବି ମାନିବାକୁ ରାଜିହେଲେ ମମତା
କୋଲକାତା/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଘୋଷଣା କରିଛନ୍ତି ଯେ ସେ ଆନ୍ଦୋଳନରତ ଡାକ୍ତରମାନଙ୍କ କଥା ମାନିବାକୁ ରାଜି। କୋଲକାତା ପୁଲିସ କମିସନର ଭିନିତ୍ ଗୋୟଲଙ୍କୁ ତାଙ୍କ ପଦରୁ ହଟାଇ ଦିଆଯିବ ବୋଲି ମମତା ସ୍ପଷ୍ଟ କରିଛନ୍ତି। କୋଲକାତାର ଏକ ଡାକ୍ତରଖାନାରେ ଟ୍ରେନି ଡାକ୍ତରଙ୍କ ମୃତ୍ୟୁକୁ ବିରୋଧ କରୁଥିବା ଡାକ୍ତରଙ୍କ ସହ ଏକ ୬ ଘଣ୍ଟିଆ ବୈଠକ ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି ସେ। କୋଲକାତା ପୁଲିସର ଡେପୁଟି କମିସନରଙ୍କ ବିରୋଧରେ ପୀଡିତାଙ୍କ […]
ଓଡ଼ିଶାରେ ଆବାସ ହିତାଧିକାରୀଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ସହ ମତ ବିନିମୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଏନେଇ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ୍ କରି ଲେଖିଛନ୍ତି, ‘ଚା’ ପିଇବା ସହ ଆନନ୍ଦଦାୟକ ବାର୍ତ୍ତାଳାପ ସ୍ମରଣୀୟ ରହିବ। ପିଏମ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି। ବିଶେଷ କରି ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବା ଦେଖି ଖୁସି ଲାଗୁଛି। ଏହି […]