ପ୍ରମୁଖ ଖବର
ବେଲାଇନ ହେଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି: ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି। ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବେ ନାହିଁ। ଫସଲବୀମା ନିୟମ କମ୍ପାନି ଲାଭ ପାଇଁ ନୁହେଁ। ଏସମୟରେ ବୀମା କମ୍ପାନିଗୁଡ଼ିକ ଚାଷୀଙ୍କ ପ୍ରତି ସମ୍ବେଦନଶିଳ ହେବା ଦରକାର। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଗତ ୨୪ ତାରିଖ ଯାଏ ୨୦ ହଜାରରୁ […]
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଡେସ୍କ୍, ୱାଲ୍ କ୍ୟାଲେଣ୍ଡର୍ ଲୋକାର୍ପିତ
ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ମହାପ୍ରଭୁ କାଳିଆ ସାଆନ୍ତଙ୍କ ଉଦ୍ଦେଶ୍ୟରେ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇଂରାଜୀ ବର୍ଷ-୨୦୨୫ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ଉଭୟ ୱାଲ୍ ଏବଂ ଡେସ୍କ୍ ସୁଦୃଶ୍ୟ କ୍ୟାଲେଣ୍ଡର ପ୍ରକାଶ ପାଇଛିl କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ଉନ୍ମୋଚନ କରିଛନ୍ତି। ଡେସ୍କ୍ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ […]
ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଉଛି ଲୋକଙ୍କ ସରକାର: ମୋହନ
ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି, ରାଜ୍ଯରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ଲୋକଙ୍କ ସରକାର କାର୍ଯ୍ୟ କରୁଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ହେଉ ବା ରାଜ୍ଯରେ ଜାତୀୟ ଶିକ୍ଷା ନୀତି-୨୦୨୦, ପିଏମ-ଶ୍ରୀ ଲାଗୁ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ହେଉ, ଆମ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ଗୁରୁତ୍ଵ ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବ ସରକାର ଚକ୍ରାନ୍ତ କରି ଛାତ୍ର […]
ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାକୁ କାର୍ଯ୍ୟ କରନ୍ତୁ
କଟକ,୨୬-୧୨-୨୦୨୪(ପିପିଏସ) : ଓଡ଼ିଶାରେ ରାଷ୍ଟ୍ରବାଦୀ ବିଜେପି ସରକାର ଆସିଛି। ଏବେ ଡବଲ ଇଞ୍ଜିନ ସରକାର ଚାଲିଛି। ଏଣୁ ଓଡ଼ିଶାର ବିକାଶକୁ କେହି ଅଟକାଇପାରିବେନି। ୨୦୩୬ ସୁଦ୍ଧା ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଲକ୍ଷ୍ୟ। ଏଥିରେ ସାମିଲ ହେବା ଲାଗି ଛାତ୍ରଛାତ୍ରଙ୍କୁ କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବାନ ଦେଇଛନ୍ତି। କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟ […]
୨୮ରେ ଭୁବନେଶ୍ବର ଆସିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ
ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ୨୯ ତାରିଖ ସନ୍ଧ୍ୟାରେ ତାଙ୍କର ଭୁବନେଶ୍ବରରୁ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମର୍।
ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ
ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏକାଧାରରେ ସାହିତ୍ୟିକ, ଗାଳ୍ପିକ, ସାମ୍ବାଦିକ, ସମାଜ ସଂସ୍କାରକ ତଥା ରାଜନେତା ଭାବେ ବେଶ ଜଣାଶୁଣା। ଦଳଗତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ। ସେ ଥିଲେ ଅଜାତଶତ୍ରୁ। ଓୟୁଏଟିରେ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଓୟୁଏଟି କୃଷି ସେବା ସଦନରେ ଆୟୋଜିତ […]
ପାରାଦୀପରେ ୬୧ହଜାର କୋଟିର ନାପ୍ଥା ପ୍ରକଳ୍ପ
ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ପାରାଦୀପରେ ଏକ ନାପ୍ଥା କ୍ରାକର୍ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି। ସେଥିରେ ୬୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଭାରତୀୟ ତୈଳ ନିଗମ ସେହି ପ୍ରକଳ୍ପ ସ୍ଥାପନ କରିବ। ତାହା ହେବ ଦେଶର ଅନ୍ୟତମ ସର୍ବବୃହତ ନାପ୍ଥା ପ୍ରକଳ୍ପ। ସେଥିରେ ରାଜ୍ୟ ସରକାରଙ୍କ ଇକ୍ବିଟି ଅଂଶଧନ ରହିବ। ଏହି ପ୍ରକଳ୍ପରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ଓ ଟିକସ ମିଳିବ। ଏନେଇ ଜାନୁଆରିରେ କମ୍ପାନି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର […]
ଓପିଡି ଟିକେଟ ପାଇଁ କଲବଲ
ବୁଲାଗୋରୁ, କୁକୁରଙ୍କ ପାଖରେ ରୋଗୀଙ୍କ ପରିଜନ ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ଗୁଣାତ୍ମକ ଚିକିତ୍ସା ପାଇଁ ଏମ୍ସ ଭୁବନେଶ୍ବରକୁ ପ୍ରତ୍ୟହ ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ରୋଗୀ ଛୁଟି ଆସୁଛନ୍ତି। ହେଲେ ଓପିଡି ଟିକେଟ ଖଣ୍ଡେ ପାଇବା ପାଇଁ ପରିଜନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଲଗାତାର ଦୁଇ ଦିନ ବର୍ଷା ଓ ଶୀତ ରାତିରେ ଧାଡ଼ି ବାନ୍ଧିବାକୁ ପଡ଼ୁଛି ଖୋଲା ଆକଶ ତଳେ। ଆଜି କିମ୍ବା କାଲି ନୁହେଁ, ବରଂ ପ୍ରତ୍ୟେକ ଦିନ ଏଭଳି […]
ଅସାଧୁ ବ୍ୟବସାୟୀଙ୍କୁ ନିସ୍ତାର ନାହିଁ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ୧୯୮୬ ମସିହା ଡିସେମ୍ବର ୨୪ତାରିଖରେ ଉପଭୋକ୍ତା ସୁରକ୍ଷା ଆଇନ ପ୍ରଣୟନ ହୋଇଥିଲା। ଏହି ଆଇନରେ ବ୍ୟବସାୟୀ ସଂସ୍ଥାକୁ ଉତ୍ତରଦାୟୀ କରିବା ପାଇଁ ଯଥେଷ୍ଟ ପ୍ରାବଧାନ ନ ଥିଲା। ଏହାର ସୁଯୋଗ ନେଇ ୨୦୧୦ ମସିହାରେ ଓଡ଼ିଶାରେ ଟିଟ୍ଫଣ୍ଡ ସଂସ୍ଥା ମାଧ୍ୟମରେ ବହୁତ ଲୋକ ଠକାମିରେ ଶିକାର ହୋଇଥିଲେ। ୨୦୨୦ ଜୁଲାଇ ୨୦ରୁ ଦେଶରେ ନୂଆ ଉପଭୋକ୍ତା ଆଇନ କାର୍ଯ୍ୟକାରୀ ହୋଇଛି। ଉପଭୋକ୍ତାମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ନୂଆ ଆଇନରେ ସବୁ […]
ଓଡ଼ିଶା ପାଇଁ ୪୫୫ କୋଟି
ନୂଆଦିଲ୍ଲୀ/ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : କେନ୍ଦ୍ର ସରକାର ଓଡ଼ିଶା ଓ ରାଜସ୍ଥାନର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷରେ ପଞ୍ଚଦଶ ଅର୍ଥ ଆୟୋଗ (ଏକ୍ସଭି ଏଫସି) ଅନୁଦାନ ରାଶି ପ୍ରଦାନ କରିଛନ୍ତି। ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥା ଗୁଡ଼ିକ ପାଇଁ ୨୦୨୪-୨୫ ଆର୍ଥିକ ବର୍ଷର ଦ୍ବିତୀୟ କିସ୍ତି ଅର୍ଥାତ୍ ୩୭୦.୨୦ କୋଟି ଟଙ୍କା ଏବଂ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଅଣବନ୍ଧିତ ଅନୁଦାନର ପ୍ରଥମ କିସ୍ତିର ବକେୟା ରାଶି ୮୪.୫୦୮୬ କୋଟି ଟଙ୍କା […]