ଦାରିଙ୍ଗବାଡି ଶୀତ ମହୋତ୍ସବ ଉଦଘାଟିତ

ଦାରିଙ୍ଗବାଡି/ଭୁବନେଶ୍ୱର ୧୧-୦୧-୨୦୨୫(ପିପିଏସ ) : ଓଡ଼ିଶା ର କଶ୍ମୀର ଭାବେ ପରିଚିତ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ରେ ୨୦୨୫ ମସିହା ଶୀତ ମହୋତ୍ସବ ଆୟୋଜନ କରାଯାଇଛି, ଏହା ୧୧ ରୁ ୧୩ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ, ଆଜି ଏହାର ଶୁଭ ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ଉଦଘାଟନୀ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଘୁ ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଆସିକା ସାଂସଦ ଅନିତା ଶୁଭ ଦର୍ଶିନି ପଟ୍ଟନାୟକ, ପୂର୍ବତନ ବିଧାୟକ ଯାକବ ପ୍ରଧାନ, ସରପଞ୍ଚ ଚନ୍ଦ୍ରିକା ମଲ୍ଲିକ ,୧୦ନଂ ଜୋନ ଜିଲ୍ଲାପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ୧୧ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ଦୀପିକା ମୁଠାମାଝୀ , କାର୍ଯ୍ୟକ୍ରମ ର ସମ୍ପାଦକ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତି ରଞ୍ଜନ ରଥ ଓ କୋଷାଧ୍ୟକ୍ଷ ତଥା ତାହସିଦାର ଶରତ ଶବର ସମେତ ୨୫ପଞ୍ଚାୟତ ର ସରପଞ୍ଚ ମାନେ ଯୋଗ ଦେଇଥିଲେ,

ମଞ୍ଚାସିନ ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ, ଉତ୍ତରୀୟ ଦେଇ ମଞ୍ଚ କୁ ସ୍ୱାଗତ କରାଯାଇଥିଲା , ୨୦୧୫ ମସିହା ଠାରୁ ଧାରାବାହିକ ଭାବେ ଏହି ଶୀତ ମହୋତ୍ସବ ପାଳନ କରାଯାଉଛି ଏହାକୁ ରାଜ୍ୟ ତଥା ଆନ୍ତର୍ଜାତୀୟ ସ୍ତର କୁ ନେବା ପାଇଁ ମୁଖ୍ୟ ଅତିଥି ତଥା ସାଂସଦ ସୁକାନ୍ତ ପାଣିଗ୍ରାହୀ ପ୍ରତିଶୃତି ଦେଇଛନ୍ତି, ପୁଣି ଏହି ଅଞ୍ଚଳ ର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ରକ୍ଷା କରିବା ପାଇଁ ମା ପାଇଁ ଗଛ ଟିଏ ଲଗାଇବାକୁ ନିବେଦନ କରିଥିଲେ, ଏବଂ ଦାରିଙ୍ଗବାଡି ରେ ଡ଼ିଗ୍ରୀ ମହାବିଦ୍ୟାଳୟ, ଓ ଷ୍ଟାଡିୟମ ର ଉନ୍ନତୀ କରଣ ପାଇଁ ପ୍ରତିଶୃତି ଦେଇଛନ୍ତି। ଉଦଘାଟନୀ ସମାରୋହର ଶେଷ ରେ ତହସିଲଦାର ଶରତ ଶବର ସମସ୍ତ ମଞ୍ଚାସିନ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉଦଘାଟନୀ ଉତ୍ସବ ପରେ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା, କଣ୍ଠଶିଳ୍ପୀ ସୌରଭ ଭରଦ୍ୱାଜ ଙ୍କ ଜଗନ୍ନାଥ ଭଜନ ଦର୍ଶକଙ୍କ ମନ କିଣି ନେଇଥିଲା। ଏହା ସହ ସଂସ୍କୃତିକ ଓ ପାରମ୍ପାରିକ ଲୋକ ନୃତ୍ୟ ରେ ଦର୍ଶକ ଝୁମି ଥିଲେ, ଏହା ସହ ଦାରିଂବାଡ଼ି ଶୀତ ମହୋତ୍ସବ ର ରାତ୍ରି କାଳୀନ ଶିତକୁ ମଧ୍ୟ ଉପୋଭୋଗ କରିଥଲେ ।

Leave A Reply

Your email address will not be published.