1 min read

ମନମୋହନଙ୍କୁ ମୋହନଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) :  ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଛନ୍ତି ଯେ, ଦେଶର ମହାନ୍ ବରପୁତ୍ର ଡଃ ମନମୋହନ ସିଂହଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ। ଅର୍ଥନୀତି କ୍ଷେତ୍ରରେ ତାଙ୍କ ଜ୍ଞାନ ଓ ଦକ୍ଷତା ପାଇଁ ସାରା ବିଶ୍ୱରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ।  ତାଙ୍କ ଉଦାର […]

1 min read

ମୁଖ୍ୟଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବଢ଼ିଲା

ଭୁବନେଶ୍ୱର ୨୭-୧୨-୨୦୨୪ (ପିପିଏସ) : ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଇ ମାସ ୩୧ ତାରିଖରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିବା ବେଳେ ରାଜ୍ୟ ସରକାର ତାହା ଆହୁରି ଏକ ବର୍ଷ ଯାଏ ବଢ଼ାଇଦେଇଛନ୍ତି। ଅର୍ଥାତ୍ ୨୦୨୫ ଡିସେମ୍ବର ୩୧ ଯାଏ ଓଡ଼ିଶାର ମୁଖ୍ୟଶାସନ ସଚିବ ଦାୟିତ୍ବରେ ରହିବେ ଶ୍ରୀ ଆହୁଜା।କେନ୍ଦ୍ରୀୟ ଡେପୁଟେସନ୍‌ରେ ଥିବା ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ମନୋଜ ଆହୁଜା ଓଡ଼ିଶା ‌ଫେରି ମୁଖ୍ୟଶାସନ ସଚିବ […]

1 min read

ନବୀନଙ୍କୁ କଟାକ୍ଷ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତାକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେପି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧ‌ର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତାଙ୍କୁ କିଏ ଲେଖା ଧରାଇ ଦେଇଥିବ ଓ ସେ ଅଜାଣତରେ ପଢ଼ି ଦେଇଥିବେ। ଯିଏ ନିଜ ବାପାଙ୍କ ଜନ୍ମମାଟିରେ ୨୪ ବର୍ଷରେ ପାଣି ଯୋଗାଇ ପାରିଲେ ନାହିଁ, ସିଏ ପୁଣି କହିବେ ବିଜେପି ମିଛ କହୁଛି।ଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ ନବୀନଙ୍କୁ କଟାକ୍ଷ କରି କହିଛନ୍ତି, ଚବିଶ ବର୍ଷ ଧରି ବୋଧେ […]

1 min read

ବେଲାଇନ ହେଲେ ସରକାରଙ୍କ ପାଖରେ ବହୁତ ଅସ୍ତ୍ର ଅଛି: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, କୃଷି ଓ କୃ‌ଷକଙ୍କ ବିକାଶ ପାଇଁ ସରକାର କାମ କରୁଛନ୍ତି। ଚାଷୀଙ୍କୁ ହଇରାଣ କଲେ କି ଟାଳଟୁଳ ନୀତି ଦେଖାଇଲେ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଇବେ ନାହିଁ। ଫସଲବୀମା ନିୟମ କମ୍ପାନି ଲାଭ ପାଇଁ ନୁହେଁ। ଏସମୟରେ ବୀମା କମ୍ପାନିଗୁଡ଼ିକ ଚାଷୀଙ୍କ ପ୍ରତି ସମ୍ବେଦନଶିଳ ହେବା ଦରକାର। ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି, ଗତ ୨୪ ତାରିଖ ଯାଏ ୨୦ ହଜାରରୁ […]

1 min read

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରକାଶିତ ଡେସ୍କ୍, ୱାଲ୍ କ୍ୟାଲେଣ୍ଡର୍ ଲୋକାର୍ପିତ

ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ମହାପ୍ରଭୁ କାଳିଆ ସାଆନ୍ତଙ୍କ ଉଦ୍ଦେଶ୍ୟରେ କ୍ୟାଲେଣ୍ଡର ଉନ୍ମୋଚିତ ହୋଇଯାଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଇଂରାଜୀ ବର୍ଷ-୨୦୨୫ ଅବସରରେ ମହାପ୍ରଭୁଙ୍କ ଫଟୋଚିତ୍ର ଥାଇ ଉଭୟ ୱାଲ୍ ଏବଂ ଡେସ୍କ୍ ସୁଦୃଶ୍ୟ କ୍ୟାଲେଣ୍ଡର ପ୍ରକାଶ ପାଇଛିl କ୍ୟାଲେଣ୍ଡର ଗୁଡିକର ପ୍ରଥମ କପିକୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଛି। ଏହି ଦେବାର୍ପଣ ପରେ ଆଜି ଉଭୟ କ୍ୟାଲେଣ୍ଡରକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧିବଦ୍ଧ ଭାବେ ଉନ୍ମୋଚନ କରିଛନ୍ତି। ଡେସ୍କ୍ କ୍ୟାଲେଣ୍ଡରରେ ରାଜ୍ୟର ବିଭିନ୍ନ ଶିଳ୍ପୀଙ୍କ ଚିତ୍ର ଏବଂ […]

1 min read

ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଉଛି ଲୋକଙ୍କ ସରକାର: ମୋହନ

ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି, ରାଜ୍ଯରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶକୁ ପ୍ରାଧାନ୍ୟ ଦେଇ ଲୋକଙ୍କ ସରକାର କାର୍ଯ୍ୟ କରୁଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟାକୁ ସ୍ବଚ୍ଛ କରିବା ହେଉ ବା ରାଜ୍ଯରେ ଜାତୀୟ ଶିକ୍ଷା ନୀତି-୨୦୨୦, ପିଏମ-ଶ୍ରୀ ଲାଗୁ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରିବା ହେଉ, ଆମ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ଗୁରୁତ୍ଵ ଦେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବ ସରକାର ଚକ୍ରାନ୍ତ କରି ଛାତ୍ର […]

1 min read

ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ବପ୍ନକୁ ସାକାର କରିବାକୁ କାର୍ଯ୍ୟ କରନ୍ତୁ

କଟକ,୨୬-୧୨-୨୦୨୪(ପିପିଏସ) : ଓଡ଼ିଶାରେ ରାଷ୍ଟ୍ରବାଦୀ ବିଜେପି ସରକାର ଆସିଛି। ଏବେ ଡବଲ ଇଞ୍ଜିନ ସରକାର ଚାଲିଛି। ଏଣୁ ଓଡ଼ିଶାର ବିକାଶକୁ କେହି ଅଟକାଇପାରିବେନି। ୨୦୩୬ ସୁଦ୍ଧା  ବିକଶିତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଲକ୍ଷ୍ୟ। ଏଥିରେ ସାମିଲ ହେବା ଲାଗି ଛାତ୍ରଛାତ୍ରଙ୍କୁ କଟକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ବାନ ଦେଇଛନ୍ତି। କଟକ ଜବାହରଲାଲ ନେହରୁ ଇଣ୍ଡୋର ଷ୍ଟାଡିଅମରେ ଆୟୋଜିତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ୪୯ତମ ରାଜ୍ୟ ଅଧିବେଶନରେ ମୁଖ୍ୟ […]

1 min read

୨୮ରେ ଭୁବନେଶ୍ବର ଆସିବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆସନ୍ତା ୨୮ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ। ୨୯ ତାରିଖ ସନ୍ଧ୍ୟାରେ ତାଙ୍କର ଭୁବନେଶ୍ବରରୁ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ସେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି। ଏନେଇ ସୂଚନା ଦେଇଛନ୍ତି ଓଡ଼ିଶା ବିଜେପି ପ୍ରଭାରୀ ବିଜୟପାଲ ସିଂହ ତୋମର୍। 

1 min read

ଓଡ଼ିଶା ବିକାଶରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଏକାଧାରରେ ସାହିତ୍ୟିକ, ଗାଳ୍ପିକ, ସାମ୍ବାଦିକ, ସମାଜ ସଂସ୍କାରକ ତଥା ରାଜନେତା ଭାବେ ବେଶ ଜଣାଶୁଣା। ଦଳଗତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ। ସେ ଥିଲେ ଅଜାତଶତ୍ରୁ। ଓୟୁଏଟିରେ ବାଜପେୟୀଙ୍କ ଜୟନ୍ତୀ ଓ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଓୟୁଏଟି କୃଷି ସେବା ସଦନରେ ଆୟୋଜିତ […]

1 min read

ପାରାଦୀପରେ ୬୧ହଜାର କୋଟିର ନାପ୍‌ଥା ପ୍ରକଳ୍ପ

ଭୁବନେଶ୍ୱର ୨୫-୧୨-୨୦୨୪(ପିପିଏସ ) : ପାରାଦୀପରେ ଏକ ନାପ୍‌ଥା କ୍ରାକର୍‌ ପ୍ରକଳ୍ପ ସ୍ଥାପନ ହେବାକୁ ଯାଉଛି। ସେଥିରେ ୬୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଭାରତୀୟ ତୈଳ ନିଗମ ସେହି ପ୍ରକଳ୍ପ ସ୍ଥାପନ କରିବ। ତାହା ହେବ ଦେଶର ଅନ୍ୟତମ ସର୍ବବୃହତ ନାପ୍‌ଥା ପ୍ରକଳ୍ପ। ସେଥିରେ ରାଜ୍ୟ ସରକାରଙ୍କ ଇକ୍ବିଟି ଅଂଶଧନ ରହିବ। ଏହି ପ୍ରକଳ୍ପରୁ ରାଜ୍ୟ ସରକାରଙ୍କୁ ଲାଭାଂଶ ଓ ଟିକସ ମିଳିବ।  ଏନେଇ ଜାନୁଆରିରେ କମ୍ପାନି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣାପତ୍ର […]