ରାଜଧାନୀରେ ବିଭତ୍ସ ଦୃଶ୍ୟ: ଶିଶୁପୁତ୍ରର ମୃତଦେହ ଝୁଣି ଖାଇଲା କୁକୁର
1 min read

ରାଜଧାନୀରେ ବିଭତ୍ସ ଦୃଶ୍ୟ: ଶିଶୁପୁତ୍ରର ମୃତଦେହ ଝୁଣି ଖାଇଲା କୁକୁର

ଭୁବନେଶ୍ୱର ୧୬-୦୧-୨୦୨୫(ପିପିଏସ) : ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଘଟିଛି । ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇବା ଘଟଣା ଘଟିଛି। ମାନବିକତା ହରାଇଥିବା କେହି ଜଣେ ମଣିଷ ନବଜାତ ଶିଶୁର ମୃତଦେହକୁ ରାସ୍ତାକଡ଼ରେ ପକାଇ ଦେଇଥିବା କୁହାଯାଉଛି ।ଶିଶୁପୁତ୍ରର ମୃତଦେହକୁ କୁକୁର ଝୁଣି ଖାଇଥିଲା। ଏଭଳି ବିଭତ୍ସ ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ ।ଖବର ପାଇ ନୟାପଲ୍ଲୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ନବଜାତକର ମୃତଦେହକୁ ଉଦ୍ଧାର କରି ପୁଲିସ୍ ପୋଷ୍ଟମର୍ଟମ ପାଇଁ ପଠାଇଛି।

Leave a Reply

Your email address will not be published. Required fields are marked *