ଜାତୀୟ
ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ : ୨ ମୃତ, ଅନେକ ଆହତ
ନୂଆଦିଲ୍ଲୀ/ଭୁବନେଶ୍ୱର,୨-୯-୨୪(ପିପିଏସ) : ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ଭବନ ମାର୍ଗରେ ହେଲିପ୍ୟାଡ ନିକଟରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଜଣ ଆହତ ହୋଇଛନ୍ତି । କୁହାଯାଉଛି କି ଭୂସ୍ଖଳନ ଯୋଗୁଁ ଅନେକ ଶ୍ରଦ୍ଧାଳୁ ଫସିଥାଇପାରନ୍ତି । ସୂଚନା ମିଳିବା ପରେ ସ୍ଥାନୀୟ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ଆହତ ଯାତ୍ରୀଙ୍କୁ […]
ଚର୍ଚ୍ଚାରେ ଆଇଏଏସ୍ ଦମ୍ପତି : ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଲେ ସ୍ୱାମୀ, ପଦ ସମ୍ଭାଳିଲେ ସ୍ତ୍ରୀ
ତିରୁଅନନ୍ତପୁରମ୍/ଭୁବନେଶ୍ୱର,୨-୯-୨୪(ପିପିଏସ) : ରୋଚକ ଏବଂ ବିରଳ ଘଟଣା । ଇତିହାସରେ ପ୍ରଥମ ଥର । ଏମିତି ଘଟଣା ଆପଣ କେବେ ଦେଖିନଥିବେ କି ଶୁଣି ବି ନଥିବେ । ଯାହା ଆଜି ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି । ପ୍ରଥମ ଥର ପାଇଁ ମୁଖ୍ୟ ଶାସନ ସଚିବଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପତ୍ନୀ। ଏପରି ଏକ ବିରଳ ଘଟଣା କେରଳ ଇତିହାସରେ ଘଟିଛି । ସ୍ୱାମୀ ମୁଖ୍ୟ ଶାସନ ସଚିବ ପଦରେ ରହି ଅବସର ନେବା […]
ମହାପ୍ରଭୁଙ୍କ ଦର୍ଶନ କଲେ ଆର୍ ବି ଆଇ ଗଭର୍ଣ୍ଣର
ଭୁବନେଶ୍ୱର,୨-୯-୨୪(ପିପିଏସ) : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆର୍ ବି ଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଚାରିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ପୁରୀ ଯାଇ ହାପ୍ରଭୁଙ୍କ ଦର୍ଶନକରିଛନ୍ତି । ତାଙ୍କ ସହିତ ତାଙ୍କ ସହଧର୍ମିଣୀ ମଧ୍ୟ ରହିଛନ୍ତି । ଉଭୟ ମହାପ୍ରଭୁଙ୍କ ଦର୍ଶନ ଓ ସାନିଧ୍ୟ ଲାଭକରୀ ଖୁବ ଭାବବିହ୍ବଳ ହୋଇଛନ୍ତି । ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ ଓ ସେବାୟତଙ୍କ ତରଫରୁ ତାଙ୍କୁ ସିଂହଦ୍ୱାର ଠାରେ ଖଣ୍ଡୁଆ ଦେଇ ସ୍ବାଗତ […]
ଇଣ୍ଡିଗୋ ବିମାନରେ ବୋମା ଆତଙ୍କ : ନାଗପୁରରେ ଜରୁରୀକାଳୀନ ଅବତରଣ
ହାଇଦ୍ରାବାଦ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ବିମାନରେ ବୋମା ଆତଙ୍କ । ମଧ୍ୟପ୍ରଦେଶର ଜବଲପୁରରୁ ତେଲେଙ୍ଗାନାର ହାଇଦ୍ରାବାଦ ଅଭିମୁଖେ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ବୋମା ଥିବା ଖବର ସାମ୍ନାକୁ ଆସିବା ପରେ ଏହାକୁ ନାଗପୁରକୁ ଡାଇର୍ଭଟ କରିଦିଆଯାଇଛି । ଇଣ୍ଡିଗୋ ବିବୃତ୍ତି ଅନୁଯାୟୀ, ଇଣ୍ଡିଗୋ ବିମାନ 6E-7308 ବିମାନ ଜବଲପୁରରୁ ହାଇଦ୍ରାବାଦ ଅଭିମୁଖେ ଯାଉଥିଲା । ତେବେ ବିମାନରେ ବୋମା ଥିବା ଚେତାବନୀ ମିଳିବା ପରେ ରବିବାର ସକାଳେ ଏହି ବିମାନକୁ ନାଗପୁର ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା […]
ଜିଲା ଜଜ ନ୍ୟାୟପାଳିକାର ମେରୁଦଣ୍ଡ : ସିଜେଆଇ
ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଜିଲା ଜଜ ନ୍ୟାୟପାଳିକାର ମେରୁଦଣ୍ଡ ବୋଲି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚଡ ଶନିବାର କହିଛନ୍ତି। ଆମେ ସେମାନଙ୍କୁ ଅବମାନନା କରିବା ବନ୍ଦ କରିବା ଉଚିତ୍। ସିଜେଆଇ କହିଛନ୍ତି ଯେ ଜିଲା କୋର୍ଟ ହେଉଛି ସେହି ସ୍ଥାନ ଯେଉଁଠାରେ ସାଧାରଣ ଲୋକ ପ୍ରଥମେ ନ୍ୟାୟ ଖୋଜନ୍ତି। ଏଭଳି କ୍ଷେତ୍ରରେ ଆମେ ତାଙ୍କୁ ନ୍ୟାୟ ଦେଇ ସମାଜକୁ ଏକ ସକରାତ୍ମକ ବାର୍ତ୍ତା ଦେଇପାରିବା। ଲୋକମାନେ ଜାଣିବା ଉଚିତ ଯେ ଆମେ ମଧ୍ୟ ବିଦ୍ୟମାନ । ଦିଲ୍ଲୀର […]
ସୁପ୍ରିମକୋର୍ଟର ପତାକା ଓ ଚିହ୍ନ ଉନ୍ମୋଚନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆଜି ଭାରତର ସର୍ବୋଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଏହି ଉତ୍ସବରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାରା ଦେଶକୁ ଦେଇଛନ୍ତି ବଡ଼ ଉପହାର । ଏହି ପ୍ରତିଷ୍ଠା ଅବସରରେ ସୁପ୍ରିମକୋର୍ଟ ପାଇଁ ନୂଆ ପତାକା ଏବଂ ନୂଆ ପ୍ରତୀକ ଉନ୍ମୋଚନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ଏହି ନୂତନ ପତାକା ଏବଂ ଚିହ୍ନ ଭାରତର ନ୍ୟାୟ ଏବଂ ଗଣତନ୍ତ୍ରର ସଂକେତ ଭାବରେ ସ୍ଥାନ ପାଇଛି । ନେସନାଲ ଇନଷ୍ଟିଚ୍ୟୁଟ୍ […]
ମଣିପୁରରେ ପୁଣି ଫୁଟିଲା ଗୁଳି : ମା’ ମୃତ, ଝିଅ ଆହତ
ଇମ୍ଫାଲ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ସୃଷ୍ଟି ହିଂସା ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁରରେ ପୁଣି ଚାଲିଛି ଗୁଳି। ଆଜି ହିଂସାର ଫାଇଦା ନେଇ କିଛି ସନ୍ଦିଗ୍ଧ ବିଦ୍ରୋହୀ ଗୁଳି ମାଡ଼ କରିଛନ୍ତି। ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କର ୧୨ ବର୍ଷୀୟ ଝିଅ ଗୁରୁତର ଆହତ ହୋଇଛନ୍ତି। ଘଟଣାରେ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ। କିନ୍ତୁ ସେମାନେ ଏବେ ବିପଦ ମୁକ୍ତ ରହିଛନ୍ତି। ପୁଲିସ୍ ସୂତ୍ର ଅନୁସାରେ, […]
ବାୟୁସେନାର ଉପମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ଏୟାର ମାର୍ଶାଲ ତେଜିନ୍ଦର ସିଂହ
ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଭାରତୀୟ ବାୟୁସେନାର ଡେପୁଟି ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଏୟାର ମାର୍ଶାଲ ତେଜିନ୍ଦର ସିଂହ ଆଜି ନୂଆଦିଲ୍ଲୀରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୂଆ ନିଯୁକ୍ତି ପାଇବା ପରେ ସେ ଜାତୀୟ ଯୁଦ୍ଧ ସ୍ମାରକୀରେ ପୁଷ୍ପମାଲ୍ୟ ଅର୍ପଣ କରି ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏୟାର ମାର୍ଶାଲ ତେଜିନ୍ଦର ଜାତୀୟ ପ୍ରତିରକ୍ଷା ଏକାଡେମୀର ପୂର୍ବତନ ଛାତ୍ର ଏବଂ ୧୯୮୭ ଜୁନ ୧୩ରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । […]
ମାସ ଆରମ୍ଭରୁ ଝଟ୍କା : ବଢ଼ିଲା ଏଲ୍ପିଜି ଗ୍ୟାସ୍ ଦର
ନୂଆଦିଲ୍ଲୀ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ପୁଣି ବଢ଼ିଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର। କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦରରେ ବୃଦ୍ଧି ପାଇଛି ସିଲିଣ୍ଡର ପିଛା ୩୯ ଟଙ୍କା। ଫଳରେ ଦିଲ୍ଲୀରେ ୧୯ କେଜି ଗ୍ୟାସ୍ ସିଲିଣ୍ଡର ଦର ୧୬୯୧.୫୦ ପଇସାକୁ ବୃଦ୍ଧି ହୋଇଛି। ସେହିପରି କୋଲକାତାରେ ନୂଆ ଦର ଲାଗୁ ହେବା ପରେ ସିଲିଣ୍ଡର ଦାମ୍ ୧୮୦୨.୫୦ ଟଙ୍କା, ମୁମ୍ବାଇରେ ୧୬୪୪ଟଙ୍କା ଓ ଚେନ୍ନାଇରେ ୧୮୫୫ ଟଙ୍କାରେ ପହଞ୍ଚିଛି। ଗତମାସରେ ମଧ୍ୟ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢ଼ିଥିଲା। ତେବେ […]
ବାଙ୍ଗାଲୋରରେ ଓଡ଼ିଆ ଶ୍ରମିକ ମୃତ୍ୟୁ ଘଟଣା : ଗାଁରେ ପହଞ୍ଚିଥିଲା ମୃତଦେହ
କନ୍ଧମାଳ/ଭୁବନେଶ୍ୱର,୧-୦୯-୨୪(ପିପିଏସ) : ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଶା ଶ୍ରମିକ। ମୃତ ଶ୍ରମିକ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଦଡି଼ଙ୍ଗିଆ ଗ୍ରାମର ଲେମନ ଦିଗାଲ। ଲେମନ ଜଣକ କିଛି ଦିନ ତଳେ ତାଙ୍କ ଗ୍ରାମର କିଛି ସାଙ୍ଗ ସାଥିଙ୍କ ସହିତ ମିଶି ବାଙ୍ଗାଲୋରକୁ କାମ କରିବାକୁ ଯାଇଥିଲେ। ବାଙ୍ଗାଲୋରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ତେବେ ଗତ ଗୁରୁବାର ଦିନ ହଠାତ୍ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ସହଯୋଗୀମାନେ ତାଙ୍କୁ […]