ଜାତୀୟ
କଂଗ୍ରେସରେ ସାମିଲ ହେବେ ଭିନେଶ-ବଜରଙ୍ଗ !
ନୂଆଦିଲ୍ଲୀ/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ହରିୟାଣା ବିଧାନସଭା ନିର୍ବାଚନ ୨୦୨୪ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ନିର୍ବାଚନ ପୁର୍ବରୁ କଂଗ୍ରେସ ଦଳରେ ନୂଆ ମୁହଁକୁ ସାମିଲ କରି ମଇଦାନକୁ ଓହ୍ଲାଇବ ବୋଲି ଚର୍ଚ୍ଚା ହେଉଛି। ଲୋକପ୍ରିୟ ମହିଳା ରେସଲର ଭିନେଶ ଫୋଗାଟ କଂଗ୍ରେସର ପ୍ରାର୍ଥୀ ହେବେ ବୋଲି କୁହାଯାଉଛି। ଆଜି ଦିଲ୍ଲୀରେ ଥିବା କଂଗ୍ରେସ ଭବନରେ ଭିନେଶ ଦଳରେ ଯୋଗ ଦେବେ ବୋଲି ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ଭିନେଶ ଫୋଗାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି […]
ବିଜେପିରେ ସୁଜିତ କୁମାର
ନୂଆଦିଲ୍ଲୀ:/ଭୁବନେଶ୍ୱର ୦୬-୦୯-୨୦୨୪(ପିପିଏସ): ପଦ୍ମ ଧରିଲେ ସୁଜିତ କୁମାର । ବିଜେଡି ଛାଡ଼ି ବିଜେପିରେ ମିଶିଲେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ସାମିଲ ।ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍ । କ୍ଷମତାରୁ ହଟିବା ପରେ ବିଜେଡିକୁ ଗୋଟିଏ ପରେ ଗୋଟିଏ ବଡ଼ ଝଟକା ଲାଗିବାରେ ଲାଗିଛି । ଦଳକୁ ବାଏ ବାଏ କହୁଛନ୍ତି ବଡ଼ ନେତା । ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଆଉ ଜଣେ ବିଜେଡି ସାଂସଦ । ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା […]
ଆମ୍ବୁଲାନ୍ସରେ ବି ସୁରକ୍ଷିତ ନାହାନ୍ତି ମହିଳା
ଉତ୍ତରପ୍ରଦେଶ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଯୌନ ନିର୍ଯାତନକୁ ବିରୋଧ କଲେ ମହିଳା । ଅକ୍ସିଜେନ ମାସ୍କ କାଢ଼ି ସ୍ବାମୀକୁ ମାରିଦେଲା ଅମ୍ବୁଲାନ୍ସ ଚାଳକ । ଉତ୍ତରପ୍ରଦେଶର ଗାଜିପୁରରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ଅର୍ଥାଭାବରୁ ମହିଳା ନିଜ ସ୍ବାମୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରି ଘରକୁ ନେବାକୁ ଚିନ୍ତା କଲେ। ଏଥିପାଇଁ ସେ ଏକ ଘରୋଇ ଆମ୍ବୁଲାନ୍ସକୁ ବୁକ୍ କରିିଥିଲେ। ହେଲେ ତାଙ୍କୁ ଜଣାନଥିଲା ବାଟରେ ତାଙ୍କ ସହ ଏଭଳି କିଛି ଘଟିଯିବ। ତେବେ ଏହି ଘଟଣା ପରେ ଏନେଇ […]
ସିବିଆଇକୁ ସୁପ୍ରିମ୍କୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଥିବାବେଳେ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିବା ହେତୁ ସିବିଆଇକୁ ଆଜି ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ସୁପ୍ରିମକୋର୍ଟ ଗୁରୁବାର ସିବିଆଇକୁ କେଜ୍ରିୱାଲ୍ଙ୍କୁ ଗିରଫ କରିବା ପ୍ରସଂଗରେ ଅନେକ କଥା ପଚାରିଛନ୍ତି। ସିବିଆଇ ଦ୍ବାରା ହୋଇଥିବା ଗିରଫଦାରୀକୁ କେଜ୍ରିୱାଲ୍ ଚ୍ୟାଲେଞ୍ଜ୍ କରି କରିଥିବା ଆବେଦନର ଶୁଣାଣି କରି କୋର୍ଟ ଏପରି କହିଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା […]
କେଜ୍ରିୱାଲ୍ଙ୍କ ଜାମିନ୍ ଆବେଦନକୁ ସିବିଆଇର ବିରୋଧ
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅଭିଯୁକ୍ତଙ୍କ ସହ ବିଚାର କରାଯିବା ଉଚିତ ନୁହେଁ ବୋଲି କହି ତାଙ୍କ ଜାମିନ୍କୁ ବିରୋଧ କଲା ସିବିଆଇ। ନୂଆଦିଲ୍ଲୀ/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ୍ଙ୍କ ଜାମିନ୍ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଥିବା ବେଳେ ଏହାକୁ ବିରୋଧ କରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)। ଶୀର୍ଷ ଅଦାଲତକୁ ଗୁରୁବାର କେଜ୍ରିୱାଲ୍ଙ୍କ ଜାମିନ୍ ଶୁଣାଣି କରିବାକୁ ଥିବା ବେଳେ ସିବିଆଇ ଯୁକ୍ତି କରିଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ […]
ଦୁଷ୍କର୍ମ ଓ ଯୌନ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବ “ଅପରାଜିତା”
କୋଲକାତା/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : ଦୁଷ୍କର୍ମ ଏବଂ ଯୌନ ଅପରାଧ ବିରୋଧରେ ଆଇନକୁ କଠୋର କରିବାକୁ ଲକ୍ଷ୍ୟ ରଖି ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ‘ଅପରାଜିତା’ ବିଲ୍ ପାରିତ ହୋଇଛି। ଗତ ମାସରେ ଆର.ଜି କର ମେଡିକାଲ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କ ଦୁଃଖଦ ଦୁଷ୍କର୍ମ ପରେ ହତ୍ୟା ଘଟଣା ନେଇ ଏହି ଗୁରୁତର ଅପରାଧର ସମାଧାନ ପାଇଁ କେନ୍ଦ୍ରୀୟ ଆଇନରେ ସଂଶୋଧନ କରି ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ପାଲଟିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି […]
ସୁଧୁରୁ ନାହାଁନ୍ତି କଙ୍ଗନା : ଫିଲ୍ମ “ଏମରଜେନ୍ସି” କୁ ନେଇ କହିଦେଲେ ଏମିତି କଥା !
ନୂଆଦିଲ୍ଲୀ/ଭୁବନେଶ୍ୱର,୦୩-୦୯-୨୪(ପିପିଏସ) : କଙ୍ଗନାଙ୍କ ଫିଲ୍ମ “ଏମରଜେନ୍ସି” ରିଲିଜ୍ ଉପରେ ରୋକ୍ ଲଗାଇଛନ୍ତି ସେନ୍ସର ବୋର୍ଡ। ତେବେ ନିଷେଧାଦେଶ ଉପରେ ରାଗିଯାଇ ଏମପି ତଥା ଅଭିନେତ୍ରୀ କଙ୍ଗନା ରଣାୱତ ନିଜ ଅସନ୍ତାଷ ଝାଡିବା ସହ ଭାଜପାକୁ ମଧ୍ୟ ସିଧା ଶୁଣେଇ ଦେଇଛନ୍ତି । ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, ମୋତେ ଲାଗୁଛି ଏବେ ମୋ ଫିଲ୍ମ ଏମରଜେନ୍ସିର ନାଁ ବଦଳେଇଦେବା ଉଚିତ୍ ହେବ । ଏମରଜେନ୍ସିରୁ ନାଁ ପରିବର୍ତ୍ତନ କରି ‘ନୋ ଓ୍ବାନ କିଲ୍ଡ ଇନ୍ଦିରା ଗାନ୍ଧୀ’ […]
ଛତିଶଗଡ଼ ଏନ୍କାଉଣ୍ଟର୍ରେ ୯ ନକ୍ସଲ ମୃତ
ନୂଆଦିଲ୍ଲୀ/ଭୁବନେଶ୍ୱର ୦୩-୦୯-୨୪ (ପିପିଏସ): ଛତିଶଗଡ଼ର ଦନ୍ତେୱାଡ଼ାରେ ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ନଅ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଦନ୍ତେୱାଡ଼ା ଏବଂ ବିଜାପୁର ଜିଲ୍ଲା ସୀମାରେ ନକ୍ସଲମାନଙ୍କ ଉପସ୍ଥିତି ସମ୍ପର୍କରେ ଗୁପ୍ତଚର ଆଧାରରେ ତଥ୍ୟ ପାଇ ଏକ ପୁଲିସ ଦଳ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ କରିଥିଲା। ସର୍ଚ୍ଚ ଅପରେସନ୍ ସମୟରେ ପିପୁଲ୍ସ ଲିବରେସନ୍ ଜୁଏରାଲ୍ ଆର୍ମି (ପିଏଲ୍ଜିଏ) କମ୍ପାନୀ ନଂ ୨ର ସୁରକ୍ଷା କର୍ମୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ଏହି ଏନ୍କାଉଣ୍ଟ୍ରେ […]
ଦୋଷୀ ସାବ୍ୟସ୍ତ ହେଲେ ବି ବୁଲଡୋଜର ଚାଲିବା ଉଚିତ୍ ନୁହେଁ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ/ଭୁବନେଶ୍ୱର,୨-୯-୨୪(ପିପିଏସ) : ବୁଲଡୋଜର ସହ ଜଡ଼ିତ ମାମଲାର ଶୁଣାଣି ସେପ୍ଟେମ୍ବର ୨ ସୋମବାର ଦିନ ସୁପ୍ରିମକୋର୍ଟ(ଏସସି )ରେ ଆରମ୍ଭ ହୋଇଛ। ଯେଉଁଥିରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ ଗଭାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ମେହେଟ୍ଟା କହିଥିଲେ ଯେ ପୌରସଂସ୍ଥା ଆଇନ ଅନୁଯାୟୀ ବୁଲଡୋଜିଂ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଏବଂ କେବଳ ପୌରସଂସ୍ଥା ନୋଟିସ ଦେବା ପରେ ବେଆଇନ ଅତିକ୍ରମଣ ମାମଲାରେ ଏହା କରାଯାଇଛି। ଜଷ୍ଟିସ ବିଶ୍ୱନାଥନ ସରକାରଙ୍କଠାରୁ ବିସ୍ତୃତ […]
କୃଷକଙ୍କୁ ମୋଦୀ ସରକାରଙ୍କ ଉପହାର : ୨୮୧୭ କୋଟି ବିନିଯୋଗରେ ଡିଜିଟାଲ କୃଷି ମିଶନ
ନୂଆଦିଲ୍ଲୀ/ଭୁବନେଶ୍ୱର,୨-୯-୨୪(ପିପିଏସ) : କେନ୍ଦ୍ର କ୍ୟାବିନେଟ ବୈଠକରେ କୃଷକଙ୍କ ସହ ଜଡିତ ୭ଟି ଯୋଜନାକୁ ଅନୁମୋଦନ ମିଳିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି । କୃଷକଙ୍କ ଜୀବନରେ ଉନ୍ନତି ଆଣିବା ଏବଂ ସେମାନଙ୍କ ଆୟ ବୃଦ୍ଧି ପାଇଁ ସୋମବାର କ୍ୟାବିନେଟ୍ ୭ଟି ପ୍ରମୁଖ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି । ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ପ୍ରାୟ ୧୪ ହଜାର କୋଟି ଟଙ୍କାର ଏହି ୭ଟି କାର୍ଯ୍ୟକ୍ରମକୁ ଅନୁମୋଦନ ମିଳିଛି […]