ଘଟଣା-ଦୁର୍ଘଟଣା
ସୁଭଦ୍ରା ଯୋଜନା ନାଁରେ ଆଧାର ତାତି।
ଆଧାର କାର୍ଡ ସଂଶୋଧନ ଲାଗି ଦଳାଚକଟାରେ ୫ ମହିଳା ଓ ଶିଶୁ ଗୁରୁତର ସୋର/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ସୁଭଦ୍ରା ଯୋଜନା ନାଁରେ ଆଧାର ତାତି। ସୋର ହେଡ ପୋଷ୍ଟ ଅଫିସରେ ଆଧାର କାର୍ଡ ସଂଶୋଧନ ପାଇଁ ବିଭିନ୍ନ ଅଞ୍ଚଳରୁ ଶହଶହ ଲୋକ ଭୋର ଚାରିଟାରୁ ଲାଇନ ଲଗାଇଥିବା ଦେଖିବାକୁ ମିଳିଛି। ପୋଷ୍ଟ ଅଫିସ ଖୋଲିବା ମାତ୍ରେ ଦଳାଚକଟା ହୋଇ ୫ ଜଣ ମହିଳା ଓ ଶିଶୁ ଗୁରୁତର ଆହତ ହୋଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ […]
ସୁଭଦ୍ରା ଯୋଜନା: ଦିନ-ରାତି ଜନସେବା କେନ୍ଦ୍ରରେ ଲାଇନରେ ଲୋକେ
ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିଟାରୁ ରାତି ୯ ଟା ପର୍ଯ୍ୟନ୍ତ ଲୋକେ ଲାଇନ ଲଗାଇଥିବା ଦେଖାଯାଇଛି ଏପରିକି ଅନେକ ମହିଳା ନିଜ ଛୋଟଛୋଟ ପିଲାଙ୍କୁ ନେଇ ଭୋକ ଉପାସରେ ଲାଇନ ଲଗାଇଥିବା ଦେଖିବାକୁ ମିଳୁଛି.. ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ସୁଭଦ୍ରା ଯୋଜନା ପାଇଁ ଜନସେବା କେନ୍ଦ୍ରରେ ଭୋର ଚାରିଟାରୁ ରାତି ୯ ଟା ପର୍ଯ୍ୟନ୍ତ ଲୋକେ ଲାଇନ ଲଗାଇଥିବା ଦେଖାଯାଇଛି। ଏପରିକି ଅନେକ ମହିଳା ନିଜ ଛୋଟଛୋଟ ପିଲାଙ୍କୁ ନେଇ ଭୋକ ଉପାସରେ […]
୫ ବର୍ଷରେ ବଜ୍ରପାତରେ ୧୧୦୩ ଜଣଙ୍କ ମୃତ୍ୟୁ: ସୁରେଶ ପୂଜାରୀ
ଭୁବନେଶ୍ୱର/୦୫-୦୯-୨୦୨୪(ପିପିଏସ ): ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟାରେ ଗତ ୫ ବର୍ଷ ଭିତରେ ଓଡ଼ିଶା ଭାରତରେ ସବୁ ରାଜ୍ୟଠାରୁ ଆଗରେ ରହିଛି । ଓଡ଼ିଶାରେ ଗତ ୫ ବର୍ଷରେ ୧୧୦୩ ଜଣ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି।ବାଦଲ-ବାଦଲ ଭିତରେ ଧକ୍କା ଯୋଗୁ ବଜ୍ରପାତ ଘଟିଥାଏ । ମାଟି ତଳେ ଥିବା ଖଣିଜ ପଦାର୍ଥ ସୁପରିବାହୀ ଭାବେ କାର୍ଯ୍ୟ କରି ବଜ୍ରପାତକୁ ଆକର୍ଷିତ କରିଥାଏ। ଏହା ଯୋଗୁ ଖଣିଜ ପଦାର୍ଥ ଅଧିକ ଥିବା ଅଞ୍ଚଳରେ ବେଶି ବଜ୍ରପାତ ଘଟିଥାଏ […]
ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର: ପ୍ରେମ ବ୍ୟାପରକୁ ନେଇ ହତ୍ୟା ସନ୍ଦେହ!
ଧର୍ମଶାଳା/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଧର୍ମଶାଳା ଥାନା ରଥିଆ ଗାଁ ନିକଟ ଏକ କ୍ରସର ପାଖ ନାଳରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଅଭୟପୁର ଗ୍ରାମର ନରହରି ବେହେରାଙ୍କ ଏକମାତ୍ର ପୁଅ ରୁଦ୍ରପ୍ରସାଦ(୧୭) । ସେ ଜଣେ ଯୁକ୍ତ ଦୁଇ ଛାତ୍ର। ପ୍ରେମ ବ୍ୟାପରକୁ ନେଇ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି।୨ ଦିନ ହେଲା ରୁଦ୍ର ନିଖୋଜ ଥିଲେ। ଗୁରୁବାର ସକାଳେ ନାଳରୁ ତାଙ୍କ ମୃତଦେହ ମିଳିଛି। ଯାଜପୁର ଜିଲ୍ଲା […]
କାଲି ଦୁଇ ଯୁବକ ଡେଇଁଥିଲେ ମହାନଦୀକୁ : ଏପର୍ଯ୍ୟନ୍ତ ନିଖୋଜ
କଟକ,୦୪-୦୯-୨୪(ପିପିଏସ) : ଗତକାଲି ଅପରାହ୍ନରେ ଜଣେ ଯୁବକ ମହାନଦୀକୁ ଡେଇଁଥିବା ବେଳେ ରାତିରେ ଆଉ ଜଣେ ସମାନ ପଦକ୍ଷେପ ଉଠାଇଛନ୍ତି । ଅଗ୍ନିଶମ ବିଭାଗ ଖୋଜାଖୋଜି କରୁଥିଲେ ବି ନିଖୋଜ ଯୁବକଦ୍ୱୟଙ୍କ ପତ୍ତା ମିଳି ପାରିନି। ଗତକାଲି ରାତିରେ ଅନୁପ ଅଗ୍ରୱାଲ ମଧୁସୁଦନ ସେତୁ ଉପରୁ ମହାନଦୀକୁ ଡେଇଁ ପଡ଼ିଥିଲେ । ପୋଲ ଉପରୁ ତାଙ୍କର ସ୍କୁଟି ଓ ଚପଲ ଜବତ କରିଛି ପୁଲିସ୍। ବିଡାନାସୀ ଅଗ୍ନିଶମ ବିଭାଗ ଏବେ ଖୋଜାଖୋଜି ଜାରି ରଖିଥିବା ବେଳେ ତାଙ୍କର […]
ଅଖାଦ୍ୟ ଖାଇ ବ୍ୟାପିଲା ଝାଡ଼ାବାନ୍ତି : ୩ ମୃତ, ୧୦ ଅସୁସ୍ଥ
ଭବାନୀ ପାଟଣା/ଭୁବନେଶ୍ୱର,୦୪-୦୯-୨୪(ପିପିଏସ) : ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଅସୁସ୍ଥ ହୋଇଛନ୍ତି । ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ଅଡ଼ାଖୁ ଗାଁରେ। ଅସୁସ୍ଥ ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଇଁଷି ମାଂସ ଓ ଜଙ୍ଗଲରୁ ବିଷାକ୍ତ ଛତୁ ଖାଇବା ଯୋଗୁ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିବା କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ମାସକ ମଧ୍ୟରେ ଝାଡ଼ାବାନ୍ତିରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଗାଁରେ ଏକ […]
ନିଆଁରେ ଜଳିଗଲେ ୭ମାସର ଗର୍ଭବତୀ
ମାଲକାନଗିରି/ଭୁବନେଶ୍ୱର ୦୩-୦୯-୨୪(ପିପିଏସ ): ମାଲକାନଗିରିରୁ ଆସିଛି ଏକ ହୃଦୟ ବିଦାରକ ଖବର। ନିଆଁରେ ଜଳି ମୃତ୍ୟୁବରଣ କଲେ ୭ ମାସରେ ଗର୍ଭବତୀ ମହିଳା। ସୂଚନା ଅନୁଯାୟୀ, ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୯ ଗାଁର ମହିଳା ବିନିତା ମାଳି ଗତ ରବିବାର ଦିନ ସ୍ବାସ୍ଥ୍ୟ ଅବସ୍ଥା ପରୀକ୍ଷା ଲାଗି ଡାକ୍ତରଖାନା ବାହାରୁଥିଲେ। ତେବେ ଡାକ୍ତରଖାନାରୁ ବାହାରିବା ପୁର୍ବରୁ ଗର୍ଭବତୀ ମହିଳାଙ୍କୁ ନିଆଁରେ ଜଳୁଥିବା ଅବସ୍ଥାରେ ଉଦ୍ଧାର କରି ମାଲକାନଗିରି ଡାକ୍ତରଖାନାକୁ ଆଣିଥିଲେ ପରିବାର ଲୋକେ। ବିନିତା ପ୍ରାୟ ୯୦ […]
ବୈଷ୍ଣୋ ଦେବୀ ମାର୍ଗରେ ଭୂସ୍ଖଳନ : ୨ ମୃତ, ଅନେକ ଆହତ
ନୂଆଦିଲ୍ଲୀ/ଭୁବନେଶ୍ୱର,୨-୯-୨୪(ପିପିଏସ) : ଜମ୍ମୁ-କଶ୍ମୀରର ମାତା ବୈଷ୍ଣୋ ଦେବୀ ଭବନ ମାର୍ଗରେ ହେଲିପ୍ୟାଡ ନିକଟରେ ଭୂସ୍ଖଳନ ଘଟଣା ସାମ୍ନାକୁ ଆସିଛି । ଏହି ଦୁର୍ଘଟଣାରେ ୨ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ କିଛି ଜଣ ଆହତ ହୋଇଛନ୍ତି । କୁହାଯାଉଛି କି ଭୂସ୍ଖଳନ ଯୋଗୁଁ ଅନେକ ଶ୍ରଦ୍ଧାଳୁ ଫସିଥାଇପାରନ୍ତି । ସୂଚନା ମିଳିବା ପରେ ସ୍ଥାନୀୟ ଟିମ୍ ପହଞ୍ଚି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି । ଆହତ ଯାତ୍ରୀଙ୍କୁ […]
ଦନ୍ତା ହାତୀ ଆକ୍ରମଣରେ ଦମ୍ପତିଙ୍କ ମୃତ୍ୟୁ
ବଲାଙ୍ଗୀର/ଭୁବନେଶ୍ୱର,୨-୯-୨୪(ପିପିଏସ) : ହାତୀ ପାଦ ତଳେ ଚାଲିଗଲା ଦମ୍ପତିଙ୍କ ଜୀବନ । ଛାରଖାର ହୋଇଗଲା ସଂସାର। ଏପରି ଏକ ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ରେଞ୍ଜର ଚାବିରୀପାଲି ଗାଁରେ ଘଟିଛି। ମୃତ ଦମ୍ପତି ହେଲେ ନୀଳାମ୍ବର ବରିହା ଏବଂ ସ୍ତ୍ରୀ ଯୋଶବନ୍ତି ବରିହା । ଗତ ରାତିରେ ନିଜ କ୍ଷେତରେ ନୀଳାମ୍ବର ବରିହା ଏବଂ ସ୍ତ୍ରୀ ଯୋଶବନ୍ତି ବରିହା ଓ ସେମାନଙ୍କ ପୁଅବୋହୂ ବି ରହିଥିଲେ । ଭୋରୁ ଭୋରୁ କିଛି ଶବ୍ଦ ହେଉଥିବା ଶୁଣି […]
ମାଲବାହୀ ଟ୍ରେନ ଲାଇନଚ୍ୟୁତ : ଦୁଇଟି ବଗି ଭାଙ୍ଗିଲା
ପାରାଦୀପ/ଭୁବନେଶ୍ୱର,୨-୯-୨୪(ପିପିଏସ) : ପାରାଦୀପ ରଙ୍ଗିଆଗଡ଼ ରେଲଓ୍ବେ ଷ୍ଟେଶନ ପାଖ ବାଉରିଆପାଳନନ୍ଦା ଠାରେ ସୋମବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍ର ଦୁଇଟି ବଗି ଲାଇନ୍ଚ୍ୟୁତ ହୋଇଛି। ଟ୍ରେନଟି ଲାଇନଚ୍ୟୁତ ହେବା ଯୋଗୁ କୌଣସି କ୍ଷୟକ୍ଷତି ହୋଇନଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ବଗି ରେଲଓ୍ବେ ଟ୍ରାକ୍ରୁ ଖସି ପଡ଼ିଥିବା ବେଳେ ଅନ୍ୟ ବଗି ଭାଙ୍ଗି ଗଳିପଡ଼ିଛି। ଏହି ଘଟଣା ପରେ ପୋର୍ଟ ରେଲଓ୍ବେ ଅଧିକାରୀ ଓ ଖୋର୍ଦ୍ଧା ଡିଭିଜନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ […]