ପ୍ରଜାତନ୍ତ୍ର ନ୍ୟୁଜ୍

ପ୍ରଜାତନ୍ତ୍ର ପ୍ରଚାର ସମିତି ପକ୍ଷରୁ ଏକ ନିରପେକ୍ଷ ନ୍ୟୁଜ୍ ପୋର୍ଟାଲ୍

Advertisement

ନାଳରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର: ପ୍ରେମ ବ୍ୟାପରକୁ ନେଇ ହତ୍ୟା ସନ୍ଦେହ!

ଧର୍ମଶାଳା/ଭୁବନେଶ୍ୱର ୦୫-୦୯-୨୦୨୪(ପିପିଏସ ): ଧର୍ମଶାଳା ଥାନା ରଥିଆ ଗାଁ ନିକଟ ଏକ କ୍ରସର ପାଖ ନାଳରୁ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଉଛନ୍ତି ଅଭୟପୁର ଗ୍ରାମର ନରହରି ବେହେରାଙ୍କ ଏକମାତ୍ର ପୁଅ ରୁଦ୍ରପ୍ରସାଦ(୧୭) । ସେ ଜଣେ ଯୁକ୍ତ ଦୁଇ ଛାତ୍ର। ପ୍ରେମ ବ୍ୟାପରକୁ ନେଇ ତାଙ୍କୁ ହତ୍ୟା  କରାଯାଇଥିବା ସନ୍ଦେହ ପ୍ରକାଶ ପାଇଛି।୨ ଦିନ ହେଲା ରୁଦ୍ର ନିଖୋଜ ଥିଲେ। ଗୁରୁବାର ସକାଳେ ନାଳରୁ ତାଙ୍କ ମୃତଦେହ ମିଳିଛି। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଗାଁ ନିକଟ ଶଗଡ଼ିଆ ନାଳରୁ ରୁଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ଗତ ୨ ଦିନ ତଳେ ରୁଦ୍ର ନିଖୋଜ ଥିଲେ

ପରିବାର ଲୋକେ ତାଙ୍କୁ ବହୁତ ଖୋଜାଖୋଜି କରିଥିଲେ, ହେଲେ ପାଇ ନ ଥିଲେ

ଏନେଇ ପରିବାର ଲୋକେ ଧର୍ମଶାଳା ଥାନାରେ ମାମଲା ରୁଜୁ କରିଥିଲେ

ଗୁରୁବାର ସକାଳେ ଶଗଡ଼ିଆ ନାଳରେ ରୁଦ୍ରଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଜଣାଇବା ସହ ପୁଲିସକୁ ଖବର ଦେଇଥିଲେ। ପରିବାର ଲୋକେ ପହଞ୍ଚି ପୁଅର ମୃତଦେହକୁ ଚିହ୍ନଟ କରିଛି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ରୁଦ୍ରଙ୍କୁ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ରୁଦ୍ରଙ୍କ ବାପା କହିଛନ୍ତି, ମୋ ପୁଅକୁ ହତ୍ୟା କରି ଫିଙ୍ଗି ଦେଇଛନ୍ତି। ମୋ ପୁଅକୁ ଯିଏ ମାରିଛି ତାକୁ ଦଣ୍ଡ ମିଳୁ । ମୋ ପୁଅକୁ ନ୍ୟାୟ ମିଳୁ।

Leave a Reply

Your email address will not be published. Required fields are marked *