ଘଟଣା-ଦୁର୍ଘଟଣା
ବଜ୍ରପାତରେ ମହିଳା ମୃତ, ୨ ଗୁରୁତର
ସମ୍ବଲପୁର/ଭୁବନେଶ୍ୱର,୨୩-୦୯-୨୦୨୪(ପିପିଏସ ) : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅଧୀନ ଅନ୍ଧାରୀ ଗ୍ରାମରେ ଆଜି ଅପରାହ୍ଣରେ ବଜ୍ରପାତ ହୋଇଛି। କ୍ଷେତରୁ ଘରକୁ ଫେରିବା ପୂର୍ବରୁ ମହିଳା ଶ୍ରମିକମାନେ ବଜ୍ରପାତର ଶିକାର ହୋଇଛନ୍ତି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଲଳିତା ଭୋଇ (୪୦)। ଆହତ ମହିଳାମାନେ ହେଲେ ସାବିତ୍ରୀ ସୁହୁଲା ଓ ପଦ୍ମିନୀ ରଣା। ଗାଁ ଲୋକଙ୍କ କହିବା ଅନୁସାରେ ଲଳିତା, ସାବିତ୍ରୀ ଓ ପଦ୍ମିନୀ ଆଜି ସକାଳ ୮ଟାରେ ଘାସ ବାଛିବାକୁ ଗାଁର ଏକ […]
ଜୀବନ ନେଲା ମହୁମାଛି
ଭବାନୀପାଟଣା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେତିଆପଡା ଗାଁରେ ମହୁମାଛି ଆକ୍ରମଣରେ ଜଣେବ୍ୟକ୍ତିପ୍ରାଣ ହରାଇଛନ୍ତି | ଅନ୍ୟ ୪ ଜଣ ଗୁରୁତରଙ୍କୁ ବେନଗାଁ ମେଡିକାଲ୍ରେ ଭର୍ତ୍ତି କରାଯାଇ ବର୍ତ୍ତମାନ ସୁସ୍ଥ ହୋଇ ଘରେ ଅଛନ୍ତିlସୂଚନାନୁସାରେବେତିଆପଡା ଗାଁର ୫ଜଣ ବ୍ୟକ୍ତି ବୁର୍ଜା ମାଝୀ(୪୫), ପୂର୍ଣ୍ଣ ମାଝୀ(୪୬), ଲିପା ମାଝୀ(୩୬), ମୁଗ୍ରୀ ମାଝୀ(୩୮) ଓ ପାଗୁମାଝୀ(୩୮) ଗତ ଶୁକ୍ରବାର ସନ୍ଧ୍ୟାରେ ଟିଟିଙ୍ଗ ଝରଣ ମହୁଲ ଗଛ ଭଟା ଜଙ୍ଗଲକୁ ଜାଳେଣି କାଠ କାଟିବାକୁ ଯାଇଥିଲେ […]
ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି : ମୟୂରଭଞ୍ଜ ଗସ୍ତ ବାତିଲ୍
ବାରିପଦା/ଭୁବନେଶ୍ୱର,୨୨-୦୯-୨୦୨୪(ପିପିଏସ) : ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟରରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ତେଣୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୟୂରଭଞ୍ଜ ଗସ୍ତ ବାତିଲ୍ ହୋଇଛି। ସେ କାରକେଟ୍ରେ ସଡ଼କ ପଥରେ କେନ୍ଦୁଝରରୁ ରାଜଧାନୀ ଭୁବନେଶ୍ୱର ଅଭିମୁଖେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଥିଲେ। ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଜି ମୁଖ୍ୟମନ୍ତ୍ରୀଙ୍କର ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବାରେ ଥିଲା। ତେଣୁ ନିର୍ଦ୍ଧାରିତ ସମୟରେ ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ମୁଖ୍ୟମନ୍ତ୍ରୀ […]
ଓଲଟିଲା କପା ବୋଝେଇ ଟ୍ରକ୍ : ଡ୍ରାଇଭର ଆହତ
ସୋନପୁର/ଭୁବନେଶ୍ୱର,୨୨-୯-୨୦୨୪ : ସୋନପୁର ଭାରସାମ୍ୟ ହରାଇ ଓଟଲିଲା କପା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଛନ୍ତି ଡ୍ରାଇଭର । ଟ୍ରକ୍ଟି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ ପଶ୍ଚିମବଙ୍ଗକୁ କପା ନେଇ ଯାଉଥିବାବେଳେ ଏହି ଅଘଟଣ ହୋଇଛି । ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ୱର ଜାତୀୟ ରାଜପଥର ଜୟ ଯବାନ ପେଟ୍ରୋଲ ପମ୍ପ ନିକଟରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ଏକ ଟ୍ରକ୍ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ କପା ନେଇ ପଶ୍ଚିମବଙ୍ଗକୁ ଯାଉଥିଲା […]
ନନ୍ଦନକାନକାନନରେ ଆଖି ବୁଜିଲା ଜଳହସ୍ତୀ
କଟକ/ବାରଙ୍ଗ ,୨୧-୦୯-୨୦୨୪ (ପିପିଏସ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମିଳନ ପାଇଁ ପରସ୍ପର ସହ ସଂଘର୍ଷରେ ଗୁରୁତର ହୋଇଥିବା ୩ ବର୍ଷ ବୟସର ଯୁବ ଜଳହସ୍ତୀର ମୃତ୍ୟୁ ହୋଇଛି। ଚଳିତ ମାସ ୨ ତାରିଖରେ ଜଳହସ୍ତୀ ଘରର ୬୨ ନମ୍ବର ଓ ୬୩ ନମ୍ବର ଖୁଆଡ ମଝି ପାଚେରୀ ଭାଙ୍ଗି ଅପରପାର୍ଶ୍ଵର ମାଈ ସହ ମିଳନ ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିଲା। ଅପରପାର୍ଶ୍ଵର ପରିବାର ମୁଖିଆ ବୟସ୍କ ଜଳହସ୍ତୀ ସହ ଘମାଘୋଟ ଲଢେଇ ହୋଇଥିଲା। ବୟସ୍କର ଆକ୍ରମଣରେ ଯୁବ ଜଳହସ୍ତୀ […]
ମିଛି ମିଛିକା ଫାଶୀ ଖେଳ : ଭଉଣୀ ଆଗରେ ଚାଲିଗଲା ଭାଇର ଜୀବନ !
ଝାରସୁଗୁଡ଼ା/ଭୁବନେଶ୍ୱର,୨୦-୦୯-୨୦୨୪(ପିପିଏସ) : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଲମ୍ଟିବାହାଲ କ୍ୟାମ୍ପସ ଛକ ଠାରେ ଘଟିଛି ଏକ ଅଭାବନୀୟ ଘଟଣା । ଭାଇ ଭଉଣୀ ଝଗଡ଼ାରେ ମିଛି ମିଛିକା ଫାଶୀ ଖେଳରେ ଚାଲି ଯାଇଛି ଭାଇର ଜୀବନ । ଅନ୍ୟପଟେ ପୁତ୍ରର ମୃତ୍ୟୁ ପରେ, ଆତ୍ମହତ୍ଯା କରିଦେଲେ ବାପା। ଏଭଳି ଘଟଣା ଏବେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ଲମ୍ଟିବାହାଲ କ୍ୟାମ୍ପସ ଛକ ପାଖରେ ରହୁଥିବା ଝସକେତନ ସିଂହଙ୍କ ଝିଅ ଓ ପୁଅ ରୋହନ ସିଂହଙ୍କ […]
କାରଖାନାରେ ଦୁର୍ଘଟଣା: ୨ ଜଣ ଶ୍ରମିକଙ୍କ ମୃତ୍ୟୁ, ୬ ଗୁରୁତର
ଝାରସୁଗୁଡ଼ା/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ସ୍ଥାନୀୟ ଏମଏସପି ପ୍ଲାଣ୍ଟରେ ମଙ୍ଗଳବାର ପୂର୍ବାହ୍ଣରେ ବଡ଼ ଦୁର୍ଘଟଣା ଘଟିଛି। ଏହି କାରଖାନାର ବର୍ଣିଫିକେସନ୍ ପ୍ଲେଟ ପଡ଼ି ୨ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାର ଶିକାର ହୋଇଥିବା ଅନ୍ୟ ୫ଜଣ ଶ୍ରମିକ ଗୁରୁତର ଥିବା ଜଣାପଡ଼ିଛି। ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ଜେନା ଓ ଆଲୋକ ଦେଓ। ସୂଚନା ଅନୁସାରେ ଝାରସୁଗୁଡ଼ାସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏମଏସପି ପ୍ଲାଣ୍ଟ)ରେ ମଙ୍ଗଳବାର ଅନ୍ୟ ଦିନ ଭଳି ଶ୍ରମିକମାନେ କାର୍ଯ୍ୟରତ ଥିଲେ। ପୂର୍ବାହ୍ନ ୧୧ଟା ବେଳେ ବ୍ଲାଷ୍ଟ ଫଣ୍ଡାସ […]
ବିଶ୍ବକର୍ମା ଭସାଣ ହେଲା କାଳ : ବୁଡ଼ିଗଲେ ଦୁଇ ଆଇଟିଆଇ ଛାତ୍ର
ବାରିପଦା/ଭୁବନେଶ୍ୱର,୧୭-୦୯-୨୦୨୪(ପିପିଏସ) : ଗଣେଶ ଭସାଣ ଅଘଟଣର ଦୁଃଖ ମନରୁ ଲିଭି ନଥିବା ବେଳେ, ବିଶ୍ବକର୍ମା ଭସାଣରେ ସମାନ ଘଟଣା । ବିଶ୍ବକର୍ମା ଭସାଣ ବେଳେ ବୁଡ଼ି ଦୁଇ ଆଇଆଇଟି ଛାତ୍ରଙ୍କ ମୃତ୍ୟୁ । ଏମିତି ଘଟଣା ଘଟିଛି ବାରିପଦା ଉପକଣ୍ଠ କାଠପାଳ ବନ୍ଧରେ । ଏକ ଶିଳ୍ପତାଲିମ କେନ୍ଦ୍ରର ଏହି ଛାତ୍ର ଦ୍ବୟ ବିଶ୍ବକର୍ମା ମୂର୍ତ୍ତି ବିସର୍ଜନ ପାଇଁ ଯାଇଥିବା ବେଳେ ଅଘଟଣ ଘଟିଛି। ଉଭୟଙ୍କର ମୃତଦେହ ଉଦ୍ଧାର ହୋଇଛି। ଏକ ଶିଳ୍ପତାଲିମ କେନ୍ଦ୍ରର ଏହି ଛାତ୍ର […]
ଧାନ ସହିତ ଡୋଲିରେ ଥିବା ୧୦ ହଜାର ଟଙ୍କା ଖାଇଗଲା ହାତୀ
କେନ୍ଦୁଝର/ଭୁବନେଶ୍ୱର,୧୬-୦୯-୨୦୨୪(ପିପିଏସ) : ଟଙ୍କା ବହୁ ମୂଲ୍ୟବାନ। ସବୁବେଳେ ଟଙ୍କାକୁ ସାଇତି ରଖାଯାଇଥାଏ। କିଏ ବ୍ୟାଙ୍କରେ ଟଙ୍କା ରଖିଥାଏ ତ ଆଉ କିଏ ଘରେ ବାକ୍ସରେ ରଖିଥାଏ। କାରଣ ଅତି ଦରକାର ବେଳେ କାମରେ ଲାଗିବ। ହେଲେ ଧାନ ଭର୍ତ୍ତି ଡୋଲିରେ କେହି କେବେ ଟଙ୍କା ରଖିଥିବାର ଶୁଣିଛନ୍ତି କି ? ବୋଧହୁଏ ନା। କିନ୍ତୁ ଗ୍ରାମାଞ୍ଚଳରେ ଗରିବ ଖଟିଖିଆମାନେ ନିଜର କଷ୍ଟ ଉପାର୍ଜିତ ଟଙ୍କାକୁ ଧାନ ଡୋଲିରେ ରଖିଥିବାର ନଜିର ରହିଛି। ଏମିତି ଜଣେ ଗରିବ ହେଉଛନ୍ତି […]
ବସ୍କୁ ଅପେକ୍ଷା କରିଥିବା ବେଳେ ମାଡ଼ିଗଲା ବସ୍ : ବୋହୂ ଆଖି ଆଗରେ ଚାଲିଗଲା ଶାଶୂଙ୍କ ଜୀବନ
ନୟାଗଡ଼/ଭୁବନେଶ୍ୱର,୧୬-୦୯-୨୦୨୪(ପିପିଏସ) : ନୟାଗଡ଼ ଜିଲ୍ଲା କରଡ଼ାପଲ୍ଲୀ ଛକରେ ଘଟିଛି ଏକ ଅଭାବନୀୟ ଘଟଣା । ବସ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ମାତ୍ର ଏହି ସମୟରେ ଆଉ ଏକ ବସ୍ ମାଡ଼ିଆସି ମହିଳାଙ୍କ ଉପରେ ଚଢ଼ାଇଦେଲା । ଫଳରେ ଘଟଣାସ୍ଥଳରେ ହିଁ ଚାଲିଗଲା ମହିଳାଙ୍କ ଜୀବନ । ମୃତ ମହିଳାଜଣକ ହେଲେ କରଡ଼ାପଲ୍ଲୀ ଗ୍ରାମର ହୁଲ୍ଲାସୀ ବେହେରା । ହୁଲ୍ଲାସୀ ତାଙ୍କ ବୋହୁଙ୍କ ସହିତ ଆଜି ସକାଳେ ଭୁବନେଶ୍ୱର ଯିବାପାଇଁ ବସ୍କୁ ଅପେକ୍ଷା କରି କରଡାପଲ୍ଲୀ […]